ଦେଶ ବିଦେଶ

ଦୀପାବଳି ପାଳନ ଅଧାରେ ରହିଗଲା, ଘରକୁ ଯାଉଥିବା ବେଳେ କାର୍‌ ଏବଂ ପିକ୍‌ଅପ୍‌ ଧକ୍କା : ୪ ମୃତ

ଦିଲ୍ଲୀ-ଜୟପୁର ହାଇୱେରେ ଏକ ମର୍ମନ୍ତୁଦ ଦୁର୍ଘଟଣା । ଶୁକ୍ରବାର ରାତିରେ ଦିଲ୍ଲୀ-ଜୟପୁର ହାଇୱେରେ ଗୁରୁଗ୍ରାମର ସିଦ୍ଧ୍ରାୱାଲି ଗ୍ରାମ ନିକଟରେ ଏକ ତେଲ ଟ୍ୟାଙ୍କର ଡିଭାଇଡର ସହିତ ପିଟି ହୋଇଥିଲା । ଗାଡିଟି ଡିଭାଇଡରରେ ପିଟି ହୋଇ ଏକ କାର ଏବଂ ପିକଅପ୍ ଭ୍ୟାନକୁ ଧକ୍କା ଦେଇଛି। ଘଟଣାରେ ୪ ଜଣଙ୍କର ମୃତ୍ୟୁ ହୋଇଥିବା ପୋଲିସ ସୂଚନା ଦେଇଛି । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ବିଳାସପୁର ପୋଲିସ ଷ୍ଟେସନର ତଦନ୍ତକାରୀ ଅଧିକାରୀ ବିନୋଦ କୁମାରଙ୍କ କହିବାନୁସାରେ, ଜୟପୁରରୁ ଆସୁଥିବା ଏକ ତେଲ ଟାଙ୍କି ଡିଭାଇଡର ସହିତ ଧକ୍କା ହେବା ପରେ ଏକ କାରକୁ ଧକ୍କା ଦେଇଥିଲା । ଯାତ୍ରୀମାନେ ଜୟପୁର ଯାଉଥିବା ପୋଲିସ କହିଛି । କାର ଭିତରେ ଥିବା ସିଏନଜି ସିଲିଣ୍ଡର ଯୋଗୁଁ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଥିଲା । ଫଳରେ ନିଆଁ ତୁରନ୍ତ ଲାଗିଯାଇଥିଲା । ନିଆଁ ଯୋଗୁଁ ୩ ଜଣଙ୍କର ମୃତ୍ୟୁ ହୋଇଥିଲା । ଆଉ ଭ୍ୟାନ ଡ୍ରାଇଭରଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା ।

ମାମଲାର ଯାଞ୍ଚ କରୁଥିବା ଅଧିକାରୀ କହିଛନ୍ତି, ଦିଲ୍ଲୀ- ଜୟପୁର ହାଇୱେ ଦୁର୍ଘଟଣା ଯୋଗୁଁ କାର ଜଳିପୋଡି ପାଉଁଶ ହୋଇଯାଇଥିଲା । ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଭ୍ୟାନ ଡ୍ରାଇଭରଙ୍କର ମୃତ୍ୟୁ ହୋଇଛି । ତେବେ ତେଲ ଟ୍ୟାଙ୍କର ଚାଳକ ଘଟଣା ସ୍ଥଳରୁ ଫେରାର ହୋଇଯାଇଛି । ପୋଲିସ ତାକୁ ଧରିବା ପାଇଁ ସନ୍ଧାନ ଜାରି ରଖିଛି । ମାମଲାର ଯାଞ୍ଚ ଚାଲିଛି ।

ସୂଚନାଯୋଗ୍ୟ, ଏହା ପୂର୍ବରୁ ଦିଲ୍ଲୀ-ଜୟପୁର ହାଇୱେରେ ଏକ ସ୍ଲିପର ବସ୍‌ରେ ନିଆଁ ଲାଗିଯାଇଥିଲା । ଏଥିରେ ମଧ୍ୟ ଦୁଇ ଜଣ ମହିଳା ଏବଂ ଦୁଇଜଣ ଯୁବତୀ ମୃତ୍ୟୁବରଣ କରିଥିବା ଖବର ମିଳିଥିଲା । ଘଟଣାରେ ଆହତଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଛି ।

Swagatika

Recent Posts

ଓଏସଆରଟିସି ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା, ବିଭିନ୍ନ ତୀର୍ଥକ୍ଷେତ୍ରକୁ ଗଡ଼ିବ ବସ୍‌

ଭୁବନେଶ୍ୱର(କେନ୍ୟୁଜ୍‌): ରଥଯାତ୍ରା ପାଇଁ ଓଏସଆରଟିସି ପକ୍ଷରୁ ହେବ ଏହି ସ୍ୱତନ୍ତ୍ର ବ୍ୟବସ୍ଥା । ପ୍ରତି ବ୍ଲକ ହେଡକ୍ୱାର୍ଟରରୁ ପୁରୀକୁ ଗଡିବ…

4 mins ago

ଫିଲ୍ମ ‘କଲ୍‌କୀ 2898 AD’ର ଆଡଭାନ୍ସ ବୁକିଂ, ଫ୍ୟାନ୍ସଙ୍କ ମଧ୍ୟରେ ଦେଖିବାକୁ ମିଳିଲା ଭିନ୍ନ କ୍ରେଜ୍

ଫ୍ୟାନ୍ସ ଉତ୍ସାହର ସହିତ ପ୍ରଭାସଙ୍କ ଫିଲ୍ମ ‘କଲ୍‌କୀ 2898 AD’କୁ ଅପେକ୍ଷା କରିଛନ୍ତି । ଏହି ଫିଲ୍ମଟି ଜୁନ୍ ୨୭ରେ…

11 mins ago

ପୋଲିସ ବାବୁଙ୍କୁ ମହଙ୍ଗା ପଡିଗଲା ପରକୀୟା ପ୍ରେମ, ପ୍ରମୋସନ ହେବା ବଦଳରେ ହେଲା ଡିମୋସନ୍‌

ପୋଲିସ ବାବୁଙ୍କୁ ମହଙ୍ଗା ପଡ଼ିଲା ପରକୀୟା ପ୍ରେମ । ପ୍ରେମ କରି ଫସିଲେ ପୋଲିସ ବାବୁ। ହୋଟେଲ ରୁମ୍‌ରୁ ପ୍ରେମିକା…

12 mins ago

ଜେପି ନଡ୍ଡାଙ୍କୁ ମିଳିଲା ବଡ଼ ଦାୟିତ୍ୱ, ରାଜ୍ୟସଭାରେ ସଦନର ନେତା ନିଯୁକ୍ତ

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ତଥା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଦଳ ବଡ଼ ଦାୟିତ୍ୱ ହସ୍ତାନ୍ତର କରିଛି । ତାଙ୍କୁ…

30 mins ago

ଥାନାରେ ମାଳ ଅଦଳ ବଦଳ କରି ସିନ୍ଦୁର ପିନ୍ଧିଲେ ଯୁବତୀ, ପ୍ରେମିକ ହାତରେ କାଟିଲେ କେକ୍‌

ଲମତାପୁଟ : କେକରେ ଲେଖା ହୋଇଛି ରବି ଆଣ୍ଡ୍‌ ମଞ୍ଜୁ । ଆଉ ପାଖରେ ଫୁଲ ମାଳ ପିନ୍ଧି ଛିଡା…

55 mins ago

ଜଣକ ପରେ ଜଣକୁ ନିଜ କବ୍ଜାକୁ ନେଉଛି ଡିପଥେରିଆ, ଏବେ ଚିନ୍ତାରେ ସ୍ୱାସ୍ଥ୍ୟ ବିଭାଗ

ଲକ୍ଷ୍ମୀପୁର : ଏବେ ମୃତ୍ୟୁର ତାଣ୍ଡବ ଖେଳି ଚାଲିଛି ଡିଫଥେରିଆ । ଏହି ରୋଗ ଜଣକ ପରେ ଜଣକୁ ନିଜ…

59 mins ago