ଦେଶ ବିଦେଶ

୫୧ ବର୍ଷରେ ପାଦ ଦେଲେ ଯୋଗୀ ଆଦିତ୍ୟନାଥ, ଉତ୍ସବ ପାଇଁ ତିଆରି ହେଉଛି ୫୧୦୦ କେଜିର ଲଡୁ

ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆଜି ୫୧ ବର୍ଷରେ ପାଦ ଦେଇଛନ୍ତି। ତାଙ୍କୁ ୫୦ ବର୍ଷ ପୂରଣ ହେବା ଖୁସିରେ ରାଜ୍ୟରେ ଉତ୍ସବର ମାହୋଲ୍ଲ ଦେଖାଦେଇଛି। କିଏ ବୁଲଡୋଜରରେ ଆଳତି କରିଛି ତ ଆଉ କିଏ କ୍ୱିଣ୍ଟାଲ କ୍ୱିଣ୍ଟାଲ ଲଡ଼ୁ ବାଣ୍ଟୁଛି।

ଆଜି ବାରଣାସୀରେ ହିନ୍ଦୁ ଯୁବ ବାହିନୀର କାର୍ଯ୍ୟକର୍ତ୍ତା ଗଙ୍ଗା ଆଳତି ବେଳେ ବୁଲଡୋଜରରେ ଆଳତି କରି ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ଜନ୍ମ ଦିନ ପାଳନ କରିଛନ୍ତି। ସେହିପରି ଅଯୋଧ୍ୟାରେ ମଧ୍ୟ ଭବ୍ୟ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଅନ୍ୟପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବହୁଜନ ସମାଜ ପାର୍ଟିର ଅଧ୍ୟକ୍ଷ ମାୟାବତୀ ସମେତ ଅନେକ ନେତା ଟ୍ଵିଟ୍‌ କରି ସିଏମ୍‌ ଯୋଗୀଙ୍କୁ ଜନ୍ମ ଦିନର ଶୁଭେଚ୍ଛା ଜଣାଇଛନ୍ତି।

ଜନ୍ମ ଦିନ ଓ ବିଶ୍ୱ ପରିବେଶ ଦିବସ ଅବସରରେ ଯୋଗୀ ଗୋରଖପୁର ମନ୍ଦିର ପରିସରରେ ବୃକ୍ଷରୋପଣ କରିଛନ୍ତି। ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ଦୀର୍ଘାୟୁ ଓ ସୁସ୍ଥତା କାମନା କରି ଅଯୋଧ୍ୟାରେ ସନ୍ଥମାନେ ପୂଜାର୍ଚ୍ଚନା କରିଛନ୍ତି।

ଯୋଗୀଙ୍କ ଜନ୍ମ ଦିନରେ ୫୧୦୦ କେଜି ଲଡୁ ତିଆରି କରାଯାଉଛି। ଆଜି ଯୋଗୀଙ୍କୁ ୫୧ ବର୍ଷ ହୋଇଥିବାରୁ ସେହି ଖୁସିରେ ୫୧୦୦ କିଲୋଗ୍ରାମ୍‌ର ଲଡ଼ୁ ପ୍ରସ୍ତୁତ କରାଯାଉଛି। ଏହି ଲଡ଼ୁକୁ ବିଜେପି ସାଂସଦ ବ୍ରଜ ଭୂଷଣ ଶରଣ ସିଂଙ୍କ ବିଧାୟକ ପୁଅ ପ୍ରତୀକ ଭୂଷଣ ସିଂହ ତିଆରି କରୁଛନ୍ତି। ସେ ଆୟୋଜନ କରୁଥିବା କାର୍ଯ୍ୟକ୍ରମରେ ୫ ଲକ୍ଷ ଲୋକଙ୍କ ସମାଗମ ହେବ ବୋଲି ଜଣାଯାଇଛି। ଏହି ୫୧ କ୍ୱିଣ୍ଟାଲ ଲଡୁକୁ ଲୋକଙ୍କ ମଧ୍ୟରେ ବଣ୍ଟନ କରାଯିବ।

ଯୋଗୀ ଆଦିତ୍ୟନାଥଙ୍କୁ ଜନ୍ମ ଦିନ ଶୁଭେଚ୍ଛା ଜଣାଇବା ଅବସରରେ ପ୍ରଧାନମନ୍ତ୍ରୀ ମୋଦି ଟ୍ଵିଟ୍‌ କରି ଲେଖିଛନ୍ତି- ଯୋଗୀ ଆଦିତ୍ୟନାଥଙ୍କ ନେତୃତ୍ୱରେ ଉତ୍ତର ପ୍ରଦେଶରେ ପ୍ରଗତି ଏକ ନୂଆ ଶିଖରରୁ ଛୁଇଁଛି। ଯୋଗୀ ଜଣେ ଡାଇନାମିକ୍‌ ମୁଖ୍ୟମନ୍ତ୍ରୀ। ତାଙ୍କୁ ଜନ୍ମ ଦିନର ଅଶେଷ ଅଶେଷ ଶୁଭେଚ୍ଛା ଓ ଶୁଭକାମନା। ତାଙ୍କ ଦୀର୍ଘ ଜୀବନ କାମନା କରୁଛି।

Also Read: ଆଜି ବିଶ୍ୱ ପରିବେଶ ଦିବସ, ଚଳିତ ବର୍ଷର ଥିମ୍‌ ରହିଛି ‘Only One Earth’

WCW 11

Recent Posts

ଦ୍ୱିପ୍ରହରରେ କାହିଁକି ଯାଆନ୍ତି ନାହିଁ ମନ୍ଦିର ? ଧାର୍ମିକ ଶାସ୍ତ୍ରରେ ଦିଆଯାଇଛି କାରଣ

ହିନ୍ଦୁ ଧର୍ମରେ ଭକ୍ତମାନେ ଭଗବାନଙ୍କୁ ଉପାସନା କରିବା ସହିତ ଶାନ୍ତି ପାଇଁ ମନ୍ଦିର ଯାଇଥାନ୍ତି । ବିଭିନ୍ନ ମନ୍ଦିର ପରିଦର୍ଶନ…

7 mins ago

ରାଜଧାନୀରେ ସର୍ବକାଳୀନ ରେକର୍ଡ ଭାଙ୍ଗିଲା ତାପମାତ୍ରା, ଦିଲ୍ଲୀର ତାପମାତ୍ରା ୫୨.୩ ଡିଗ୍ରୀ

ଦେଶର ରାଜଧାନୀ ନୂଆଦିଲ୍ଲୀରେ ସର୍ବକାଳୀନ ରେକର୍ଡ ଭାଙ୍ଗିଛି ତାପମାତ୍ରା । ଆଜି ପ୍ରଥମଥର ପାଇଁ ତାପମାତ୍ରା ୫୨.୩ ଡିଗ୍ରୀ ଛୁଇଁଛି…

18 mins ago

ପାଣିରେ ଥିବା କୁମ୍ଭୀର ହଠାତ୍‌ ଦେଖାଗଲା ରାସ୍ତାରେ, ଭୟରେ ଥରହର ହେଲେ ଲୋକେ

ଲୋକଙ୍କ ଛାତିରେ ହଠାତ୍‌ ଛନକା ପଶିଗଲା । ଯିଏ ଯୁଆଡେ ସବୁ ଯାଉଥିଲେ ହଠାତ୍‌ କି ଚମକି ପଡିଲେ ଗୋଟେ…

21 mins ago

ଯୁବବର୍ଗ ମୋ ଅସମ୍ମାନର ଉଚିତ ଜବାବ ୧ ତାରିଖରେ ଭୋଟରେ ଦେବେ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ବାହାରୁ ନେତାମାନେ ଆସି ମୋତେ ବ୍ୟକ୍ତିଗତ ଭାବେ ଆଟାକ କରୁଛନ୍ତି । କଟୁ କଥା କହୁଛନ୍ତି । ଆପଣ ଭଲଭାବେ…

27 mins ago

ଘରର ଚାଳ ଉପରେ ଦୁମ୍‌ କି ପଡିଲା ହାଇଓ୍ଵା ଟ୍ରକ୍‌, ଭିତରେ ଶୋଇଥିଲେ ସ୍ୱାମୀ ସ୍ତ୍ରୀ

ସାଲେପୁର (କେନ୍ୟୁଜ): ଖାଇ ପିଇ ରାତିରେ ଶୋଇଲେ ସ୍ୱାମୀ ସ୍ତ୍ରୀ । ଘରର କବାଟ କଣ୍ଟା ଦେଇ ଶୋଇବାକୁ ଗଲେ…

32 mins ago

ଟି୨୦ ବିଶ୍ୱକପ : ନ୍ୟୁୟର୍କରେ ଗାର୍ଡେନ ସିଟିରେ ଅଭ୍ୟାସ କରୁଛି ଭାରତୀୟ ଟିମ୍‌

ଟି୨୦ ବିଶ୍ୱକପ ଉପରେ ରହିଛି ସମସ୍ତଙ୍କ ନଜର । ଆଉ ୪ ଦିନ ପରେ ଆରମ୍ଭ ହେବ ଟି୨୦ ବିଶ୍ୱକପ…

43 mins ago