ଦେଶ ବିଦେଶ

ଗୁଜରାଟ: ପୋରବନ୍ଦରରୁ ୪୫୦ କୋଟି ମୂଲ୍ୟର ଡ୍ରଗ୍ସ ଜବତ, ୬ ପାକିସ୍ତାନୀ ନାଗରିକ ଗିରଫ

ଗୁଜରାଟ ଏଟିଏସ୍‌ ଟିମ୍‌ ଏକ ଅପରେସନରେ ୬ ପାକିସ୍ତାନୀ ନାଗରିକଙ୍କୁ ଗିରଫ କରିଛି । ଟିମ୍‌ ତାଙ୍କ ପାଖରୁ ପ୍ରବଳ ମାତ୍ରାରେ ଡ୍ରଗ୍ସ ଜବତ କରିଛି । ଅଧିକାରୀମାନେ ମଙ୍ଗଳବାର ସୂଚନା ଦେଇଛନ୍ତି ଯେ ଗୁଜରାଟର ପୋର୍‌ବନ୍ଦର ନିକଟରୁ ୬ ପାକିସ୍ତାନୀ ନାଗରିକଙ୍କୁ ଗିରଫ କରାଯାଇଛି । ସେମାନଙ୍କ ପାଖରୁ ଟିମ୍‌ ପାଖାପାଖି ୪୫୦ କୋଟିରୁ ଅଧିକ ମୂଲ୍ୟର ଡ୍ରଗ୍ସ ସହ ଅନ୍ୟାନ୍ୟ ନିଶାଦ୍ରବ୍ୟ ଜବତ କରିଛି ।

ଟିମ୍‌କୁ ସୂଚନା ମିଳିଥିଲା ଯେ କିଛି ପାକିସ୍ତାନୀ ଚୋରା ଚାଲାଣକାରୀ ପୋରବନ୍ଦରରୁ ପାଖାପାଖି ୧୮୫ ନିଉଟିକାଲ୍‌ ମାଇଲ୍‌ ଦୂରରେ ଏକ ଭାରତୀୟ ଡଙ୍ଗାକୁ ବହୁ ପରିମାଣର ନିଷିଦ୍ଧ ଔଷଧ ଦେଇଛନ୍ତି । ସେମାନେ ପଞ୍ଜାବ ଏବଂ ଦିଲ୍ଲୀକୁ ଡ୍ରଗ୍ସ ଯୋଗାଣ କରିବାକୁ ଯୋଜନା କରୁଛନ୍ତି ।

ସୂଚନା ଆଧାରରେ ଏଟିଏସ୍‌, ଏନ୍‌ସିବି ଏବଂ ଭାରତୀୟ ତଟରକ୍ଷୀ ବଳ ଏକ ମିଳିତ ଅପରେସନ ଚଳାଇଥିଲେ । ଟିମ୍‌ ମଙ୍ଗଳବାର ସକାଳେ ଏକ ଡଙ୍ଗାରେ ଚଢ଼ାଉ କରି ୬୦ ପ୍ୟାକେଟ୍‌ ଡ୍ରଗ୍ସ ସହ ୬ ପାକିସ୍ତାନୀ ନାଗରିକଙ୍କୁ ଧରିଥିଲା । ସେମାନଙ୍କ ପାଖରୁ ଜବତ ନିଷିଦ୍ଧ ଔଷଧଗୁଡ଼ିକର ଅନ୍ତର୍ଜାତୀୟ ବଜାର ମୂଲ୍ୟ ୪୦୦ କୋଟିରୁ ଅଧିକ ବୋଲି କୁହାଯାଉଛି ।

କହି ରଖୁଛୁ, ଏହା ପୂର୍ବରୁ ଗୁଜରାଟ ଏସ୍‌ଓଜି ଏବଂ ଏନ୍‌ଡିପିଏସ୍‌ ଟିମ୍‌ ଏକ ମିଳିତ ଅପରେସନରେ ଭେରାଭଲ୍‌ ବନ୍ଦରର ନଲିଆ ଗୋଲି ତଟରେ ଚଢ଼ାଉ କରିଥିଲେ । ସେଠାରୁ ଟିମ୍‌ ୩୫୦ କୋଟି ଟଙ୍କା ମୂଲ୍ୟର ୫୦ କିଲୋ ଡ୍ରଗ୍ସ ଜବତ କରିଥିଲା ।

Roshni

Recent Posts

କାଳବୈଶାଖୀର କରାଳ ରୂପ, ବଜ୍ରାଘାତ ନେଲା ୧୨ ଗାଇଙ୍କ ଜୀବନ

ଲକ୍ଷ୍ମୀପୁର : ଆଜି କୋରାପୁଟ ଜିଲ୍ଲା ନାରାୟଣପାଟଣା ଥାନା ଗଦରାଗୁଡ଼ା ଏବଂ ପିଲ୍କୁର୍ ଗାଁରେ କାଳବୈଶାଖୀର ପ୍ରଭାବ ଦେଖିବାକୁ ମିଳିଛି…

30 mins ago

ସାନଖେମୁଣ୍ଡିରେ କାଳବୈଶାଖୀ ବର୍ଷା, ବଜ୍ରାଘାତରେ ଦୁଇ ଯୁବକଙ୍କ ମୃତ୍ୟୁ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଅନ୍ତର୍ଗତ ସାନଖେମୁଣ୍ଡି ବ୍ଲକ ଗାନ୍ଧୀ ଛକରେ ବଜ୍ରାଘାତରେ ଦୁଇ ଯୁବକଙ୍କ ମୃତ୍ୟୁ…

1 hour ago

୭୨ ଘଣ୍ଟାରେ ରାଜ୍ୟରେ ଅଂଶୁଘାତ ମୃତ୍ୟୁ ୨୦, ରାଜସ୍ୱ କମିସନଙ୍କ କାର୍ଯ୍ୟାଳୟ ଦେଲା ସୂଚନା

ଗତ ୭୨ ଘଣ୍ଟାରେ ରାଜ୍ୟରେ ଅଂଶୁଘାତରେ ୨୦ଜଣଙ୍କ ମୃତ୍ୟୁ ଘଟିଛି । ଏହି ସମୟ ମଧ୍ୟରେ ୯୯ଟି ଅଂଶୁଘାତଜନିତ ମୃତ୍ୟୁ…

2 hours ago

ବର୍ଷେ ପରେ ବି ତାଜା ଅଛି ସେହି ଭୟଙ୍କର ଦୁର୍ଘଟଣାର ସ୍ମୃତି, ମନେ ପକାଉଛନ୍ତି ଗାଁ ଲୋକେ ଓ ସ୍ୱେଚ୍ଛାସେବୀ

ସେହି ରେଳ ଧାରଣା ଅଛି । ସେଇଠି ଟ୍ରେନ୍‌ ବି ଚାଲୁଛି । ତଥାପି ଗୁମୁରି ଗୁମୁରି କାନ୍ଦୁଛି ଏ…

3 hours ago

ବାହାନଗା ରେଳ ଦୁର୍ଘଟଣାକୁ ବର୍ଷେ, ମୃତକଙ୍କ ପରିବାରକୁ ସହଯୋଗ କରିଥିଲେ ଡ. ଅଚ୍ୟୁତ ସାମନ୍ତ

ବାଲେଶ୍ୱର ଜିଲ୍ଲା ବାହାନଗାଠାରେ ଘଟିଥିବା ମର୍ମନ୍ତୁଦ ରେଳ ଦୁର୍ଘଟଣାକୁ ପୂରିଛି ଏକ ବର୍ଷ । ଏଭଳି ଦୁର୍ଘଟଣାରେ ମର୍ମାହତ ହୋଇ…

3 hours ago

କାମ ସାରି ଗଛ ମୂଳେ ବିଶ୍ରାମ ନେଉଥିଲେ, ହଠାତ୍‌ ମାରିଲା ବିଜୁଳି ଚାଲିଗଲା ୨ ଯୁବକଙ୍କ ଜୀବନ

ଗଞ୍ଜାମ : ପ୍ରବଳ ଗ୍ରୀଷ୍ମ ପ୍ରବାହ ଲାଗିରହିଛି । ଅସହ୍ୟ ଗରମ ଗୁଳୁଗୁଳିରେ ଛଟପଟ ହେଉଛନ୍ତି ପୁରା ଓଡ଼ିଶାବାସୀ ।…

3 hours ago