କ୍ୟାନ୍‌ସରକୁ ମାତ୍‌ ଦେଲେ ଏହି ୬ ବର୍ଷର ବାଳକ, ଶେଷ କେମୋଥେରାପି ପରେ ପହଞ୍ଚିଲେ ସ୍କୁଲ, ଦେଖନ୍ତୁ କେମିତି ସ୍ୱାଗତ କଲେ ସାଙ୍ଗସାଥୀ

ସୋସିଆଲ ମିଡିଆରେ ଜଣେ ୬ ବର୍ଷ ବାଳକର ଭିଡିଓ ଖୁବ୍‌ ଭାଇରାଲ ହେଉଛି, ଯାହାକି ଲୋକଙ୍କୁ ଭାବୁକ କରିଦେଇଛି। ଆମେରିକାର ଓହିୟାଁରେ ରହୁଥିବା ଜନ୍‌ ଓଲିଭର୍‌ ଜିପ୍ପି ନାମକ ଏହି ବାଳକ କ୍ୟାନ୍‌ସରକୁ ହରାଇ ୩ ବର୍ଷ ପରେ ସ୍କୁଲ ଫେରିଛନ୍ତି। ଜନ୍‌ଙ୍କ ଭଳି ଜଣେ ଧୌଯ୍ୟର୍ବାନ୍‌ ଛାତ୍ରଙ୍କୁ ଲମ୍ବା ସମୟ ପରେ ସ୍କୁଲରେ ଦେଖି ସମସ୍ତ ଛାତ୍ରଛାତ୍ରୀ ଏବଂ ଶିକ୍ଷକମାନେ ଜୋର୍‌ଦାର ସ୍ୱାଗତ କରିଥିଲେ। ଏଥିପାଇଁ ସେମାନେ ସ୍କୁଲ ଗେଟ୍‌ଠାରୁ କ୍ଲାସ୍‌ରୁମ୍‌ ପଯ୍ୟର୍ନ୍ତ ଲମ୍ବା ଲାଇନ୍‌ରେ ଛିଡ଼ା ହୋଇ ତାଳି ମାରିଥିଲେ ଏବଂ ଜନ୍‌ଙ୍କ ମନୋବଳ ଦୃଢ଼ କରିଥିଲେ। ରିପୋର୍ଟ ମୁତାବକ, ଜନ୍‌ ତାଙ୍କର ଶେଷ କେମୋଥେରାପି ପରେ ସ୍କୁଲ ଯାଇଥିଲେ।

୨୦୧୬ରେ ଜଣାପଡ଼ିଲା କ୍ୟାନ୍‌ସର

୨୦୧୬ରେ ଜନ୍‌ଙ୍କୁ ‘acute lymphoblastic leukemia’ ହୋଇଥିବାର ଜଣାପଡ଼ିଥିଲା। ଏହି ସମୟରେ ତାଙ୍କ ବୟସ ଥିଲା ମାତ୍ର ୩ ବର୍ଷ। ଜନ୍‌ଙ୍କ ବାପା ଜନ୍‌ ଜିପ୍ପିଙ୍କ କହିବା ମୁତାବକ, ୨୭ ଡିସେମ୍ବରରେ ତାଙ୍କ ପୁଅର ଶେଷ କେମୋଥେରାପି ହୋଇଥିଲା। ଏବେ ସେ ସୁସ୍ଥ ଅଛି। ଶୁକ୍ରବାର ସ୍କୁଲ ଯିବା ଆରମ୍ଭ କରିଛି। ସେ କହିଛନ୍ତି ଯେ ‘ମୁଁ ପରିବାର, ସାଙ୍ଗସାଥି, ସ୍କୁଲ ଏବଂ ହସ୍ପଟାଲ ଲୋକଙ୍କୁ ଧନ୍ୟବାଦ ଦେବାକୁ ଚାହୁଁଛି। କାରଣ, ସମସ୍ତେ ସେହି ପରିସ୍ଥିତିରେ ଆମ ସାଥୀରେ ଛିଡ଼ା ହୋଇଥିଲେ’।

ବହୁତ ମୁସ୍କିଲ ଥିଲା ସେହି ୩ ବର୍ଷ

‘୨୦୧୬ରେ ହଠାତ୍‌ ଜନ୍‌ ତଳେ ପଡ଼ିଯାଇଥିଲେ। ତାଙ୍କ ମୁଣ୍ଡ ଖଟରେ ପିଟି ହୋଇଯାଇଥିଲା। ଆମେ ତାଙ୍କୁ ତୁରନ୍ତ ଡାକ୍ତରଙ୍କ ପାଖକୁ ନେଇଯାଇଥିଲୁ। କିଛି ଟେଷ୍ଟ୍‍ ହୋଇଥିଲା। ଦିନେ ସନ୍ଧ୍ୟାରେ ଡାକ୍ତର କଲ୍‌ କରି ଜନ୍‌ଙ୍କୁ ଯଥାଶୀଘ୍ର ହସ୍ପିଟାଲରେ ଭର୍ତ୍ତି କରିବାକୁ କହିଥିଲେ। ସେତେବେଳେ ଆମକୁ ଜଣାପଡ଼ିଥିଲା ଯେ ଜନ୍‌ଙ୍କୁ କ୍ୟାନ୍‌ସର ହୋଇଛି। ଆମେ ତାକୁ ଯେମିତି ବି ହେଲେ ସୁସ୍ଥ କରିବାକୁ ଚାହୁଁଥିଲୁ। ସେ ୩ ବର୍ଷ ବହୁତ କଷ୍ଟରେ ଥିଲା’ ବୋଲି ଜନ୍‌ଙ୍କ ବାପା କହିଛନ୍ତି।

ସ୍କୁଲରେ ଖୁସିର ମାହୋଲ

ଜନ୍‌, ସେଣ୍ଟ ହେଲନ୍‌ କ୍ୟାଥୋଲିକ୍‌ ସ୍କୁଲର ଛାତ୍ର। ସ୍କୁଲ ପ୍ରିନ୍ସିପାଲ ପ୍ୟାଟ୍ରିକ୍‌ ଗାନ୍ନୋନ୍‌ କୁହନ୍ତି, ‘ଜନ୍‌ ଓଲିଭର୍‌ ପୁଣିଥରେ ସ୍କୁଲ ଆସିବା ଦେଖି ତାଙ୍କର ସମସ୍ତ ସାଙ୍ଗ ଏବଂ ଶିକ୍ଷକ ବହୁତ ଖୁସି ଅଛନ୍ତି। ସ୍କୁଲ ତରଫରୁ ତାଙ୍କୁ ସବୁ ପ୍ରକାର ସପୋର୍ଟ ଦିଆଯାଇଛି’।

video courtesy: youtube

Roshni

Recent Posts

ଆଜିର ରାଶିଫଳ : ଜାଣନ୍ତୁ ଆଜି କେଉଁ ରାଶିର ଛାତ୍ରଛାତ୍ରୀଙ୍କ ପାଇଁ କିପରି କଟିବ ଦିନ

ମେଷ: ଆଜିର ଦିନ ଭଲରେ କଟିବ । ଉତ୍ତମ ସ୍ୱାସ୍ଥ୍ୟ ପାଇଁ ବ୍ୟାୟାମ ଜାରି ରଖନ୍ତୁ । କୌଣସି ନୂଆ…

2 hours ago

ଭାରତୀୟ ହକି ଟିମର ପ୍ରାୟୋଜକ ଆଉ ୩ ବର୍ଷ ବୃଦ୍ଧି କରାଯିବ, ନିଷ୍ପତ୍ତି ନେଲେ ରାଜ୍ୟ ସରକାର

ଭୁବନେଶ୍ୱର : ଭାରତୀୟ ହକି ଟିମର ପ୍ରାୟୋଜକ ଆଉ ୩ ବର୍ଷ ବୃଦ୍ଧି କରାଯିବ। ହକି ଇଣ୍ଡିଆ ସହ ଆଲୋଚନା…

5 hours ago

ବାଲେଶ୍ବର ସହରରେ କର୍ଫ୍ୟୁ କୋହଳ, ଆସନ୍ତାକାଲି ଠାରୁ ଲ୍ୟାଣ୍ଡ ଲାଇନ୍ based internet ହେବ କୋହଳ

ବାଲେଶ୍ଵର :  ବାଲେଶ୍ଵର ଜିଲ୍ଲାପାଳଙ୍କ ସାମ୍ବାଦିକ ସମ୍ମିଳନୀ । ବାଲେଶ୍ବର ସହରରେ କର୍ଫ୍ୟୁ ପରିସ୍ଥିତି ଉପରେ ସାମ୍ବାଦିକ ସମ୍ମିଳନୀ ।…

5 hours ago

ପିସିସି ସଭାପତିଙ୍କୁ କାଳିମାଡ଼, କଂଗ୍ରେସ ଭବନରେ ପଶି କଲେ କାଳିମାଡ଼

ଭୁବନେଶ୍ୱର : ପିସିସି ସଭାପତିଙ୍କୁ କାଳିମାଡ଼ । କଂଗ୍ରେସ ଭବନରେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ କାଳିମାଡ଼। ଆଜି କଂଗ୍ରେସ…

5 hours ago

ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଜଣେ ମୃତ

ଲମତାପୁଟ : ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ବ୍ୟକ୍ତିଙ୍କ ମୃତ୍ଯୁ । ମୃତ ବ୍ୟକ୍ତି ଜଣକ ଲମତାପୁଟ ବ୍ଲକ…

7 hours ago

ଓଡ଼ିଶାର ୨୪ଟି ଜିଲ୍ଲାକୁ ଛୁଇଁଲା ମୌସୁମୀ, ୨ ଦିନ ଭିତରେ ସାରା ରାଜ୍ୟକୁ ଛୁଇଁବ

ଅଗ୍ରସର ହେଲା ମୌସୁମୀ । ଓଡ଼ିଶାର ୨୪ଟି ଜିଲ୍ଲାକୁ ଛୁଇଁବା ସହ ଅଧିକ ଅଗ୍ରସର ହେଉଛି ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ…

7 hours ago