ଦେଶ ବିଦେଶ

କାହିଁକି ମୃତ୍ୟୁ ମାଗୁଛନ୍ତି ୬୦୦ ମୁସଲମାନ ମତ୍ସ୍ୟଜୀବୀ? ଇଚ୍ଛାମୃତ୍ୟୁ ଦାବି ନେଇ ଏକାଠି ପହଞ୍ଚିଲେ କୋର୍ଟ…

ଇଚ୍ଛାମୃତ୍ୟୁ…ଏମିତି ଏକ ନିବେଦନ, ଯାହା ଦର୍ଶାଇଥାଏ ଯେ ମଣିଷ ନିଜ ଜୀବନରୁ ନିରାଶ ହୋଇ ସାରିଛି। ଜୀବନକୁ ନେଇ ଆଉ କୌଣସି ବି ଆଶା, ଭରସା ତା’ର ନାହିଁ। ଜୀବନ ପ୍ରତି ବିତୃଷ୍ଣା ଭାବ ଆସି ଯାଇଛି। ବଞ୍ଚିବାକୁ ତିଳେ ମାତ୍ର ଇଚ୍ଛା ନାହିଁ। କେବଳ ମୃତ୍ୟୁକୁ ହିଁ ଅପେକ୍ଷା। ହେଲେ ଟିକିଏ ଭାବନ୍ତୁ ତ…ଯେତେବେଳେ ୬୦୦ ଜଣ ଲୋକ ଏକସାଥୀରେ ଇଚ୍ଛାମୃତ୍ୟୁ ପାଇଁ ଆବେଦନ କରନ୍ତି, ତ ଏହାକୁ କ’ଣ କୁହାଯିବ? ଏବେ ଏମିତି ହିଁ ଏକ ସମ୍ବେଦନଶୀଳ ମାମଲା ଆସିଛି ଗୁଜରାଟର ପୋର୍‌ବନ୍ଦର ଜିଲ୍ଲାର ଗୋସାବର ଅଞ୍ଚଳରୁ। ଏଠାରେ ପାଖାପାଖି ୬୦୦ରୁ ଅଧିକ ମୁସଲମାନ ମତ୍ସ୍ୟଜୀବୀ ଇଚ୍ଛାମୃତ୍ୟୁ ପାଇଁ କୋର୍ଟଙ୍କଠାରୁ ଅନୁମତି ମାଗିଛନ୍ତି। ସମସ୍ତେ ଏକାଠି ମିଶି ହାଇକୋର୍ଟରେ ଏକ ପିଟିସନ ଦାଖଲ କରି ଇଚ୍ଛାମୃତ୍ୟୁ ଦାବି କରିଛନ୍ତି।

ପ୍ରଥମ ଥର ସାମ୍ନାକୁ ଆସିଲା ଏମିତି ମାମଲା

ଖୁବ୍‌ଶୀଘ୍ର ଏହି ମତ୍ସ୍ୟଜୀବୀମାନଙ୍କ ପିଟିସନ ଉପରେ କୋର୍ଟ ଶୁଣାଣି କରିବେ। ତେବେ ଏହା ପ୍ରଥମ ମାମଲା, ଯେତେବେଳେ କି, ୬୦୦ ଲୋକ ଏକସାଥୀରେ ଇଚ୍ଛାମୃତ୍ୟୁ ପାଇଁ ଆବେଦନ କରିଛନ୍ତି। ଆବେଦକମାନେ କହିଛନ୍ତି ଯେ ବିଗତ ୧୦୦ ବର୍ଷ ହେବ ୧୦୦ ପରିବାରର ପାଖାପାଖି ୬୦୦ ଲୋକ ମାଛ ଧରିବା ବ୍ୟବସାୟରେ ସାମିଲ ଅଛନ୍ତି। ମାଛ ଧରିବା ପାଇଁ ମତ୍ସ୍ୟ ବିଭାଗ ସେମାନଙ୍କୁ ଲାଇସେନ୍ସ ପ୍ରଦାନ କରିଛି।

୨୦୧୬ରୁ ହିଁ ସମସ୍ୟାରେ ଅଛନ୍ତି ମୁସଲମାନ ମତ୍ସ୍ୟଜୀବୀ

ପିଟିସନରେ କୁହାଯାଇଛି ଯେ ସମ୍ପୃକ୍ତ ବିଭାଗର ଅଧିକାରୀମାନେ ସେମାନଙ୍କୁ ଗୋସାବର କିମ୍ବା ନଭୀ ବନ୍ଦରରେ ଡଙ୍ଗାଗୁଡ଼ିକୁ ଲଙ୍ଗର ପକାଇ ରଖିବା ପାଇଁ ଅନୁମତି ଦେଉ ନାହାନ୍ତି। ୨୦୧୬ ମସିହାରୁ ହିଁ ସେମାନଙ୍କୁ ନାନା ହଇରାଣ କରାଯାଇ ଆସୁଛି, ଯେଉଁ କାରଣରୁ ସେମାନେ ବହୁ କଠିନ ପରିସ୍ଥିତିର ସାମ୍ନା କରୁଛନ୍ତି। ଆଉ ବର୍ତ୍ତମାନ ନିଜ ଜୀବନ ଶେଷ କରି ଦେବାକୁ ଚାହୁଁଛନ୍ତି।

ହିନ୍ଦୁ ଏବଂ ମୁସଲମାନ ମତ୍ସ୍ୟଜୀବୀଙ୍କ ମଧ୍ୟରେ ରହିଛି ଭେଦଭାବ

ଏହି ସମସ୍ୟାର ସମାଧାନ ପାଇଁ ମତ୍ସ୍ୟଜୀବୀମାନେ ଅନେକ ବାର ଉଚ୍ଚ ଅଧିକାରୀଙ୍କ ନିକଟରେ ଗୁହାରି ମଧ୍ୟ କରିଛନ୍ତି। ଏହାସତ୍ତ୍ୱେ ସମସ୍ୟାର କୌଣସି ସମାଧାନ ରାସ୍ତା ବାହାରି ପାରି ନାହିଁ। ଆବେଦକମାନେ ପିଟିସନରେ ଉଲ୍ଲେଖ କରିଛନ୍ତି ଯେ ସେମାନେ କୌଣସି ବି ଅବୈଧ କାର୍ଯ୍ୟକଳାପରେ ସମ୍ପୃକ୍ତି ନାହାନ୍ତି। ଏପରି କି, ମଝିରେ ମଝିରେ ସୁରକ୍ଷା ବାହିନୀଙ୍କୁ ସୁରକ୍ଷା ସମ୍ବନ୍ଧିତ ଇନ୍‌ପୁଟ ମଧ୍ୟ ସେମାନେ ପ୍ରଦାନ କରି ଥାଆନ୍ତି।

ଏହା ବ୍ୟତୀତ ହାଇକୋର୍ଟରେ ଦାଖଲ ପିଟିସନରେ ଏହି ଯୁକ୍ତି ଦିଆଯାଇଛି ଯେ ରାଜ୍ୟ ସରକାର ହିନ୍ଦୁ ଏବଂ ମୁସଲମାନ ମତ୍ସ୍ୟଜୀବୀଙ୍କ ମଧ୍ୟରେ ଭେଦଭାବ କରୁଛନ୍ତି। ପରବର୍ତ୍ତୀ ସମୟରେ ପର୍ଯ୍ୟାପ୍ତ ସୁବିଧା ପ୍ରଦାନ କରୁ ନାହାନ୍ତି।

Roshni

Recent Posts

ଆଜିର ରାଶିଫଳ: କାର୍ଯ୍ୟକ୍ଷେତ୍ରରେ ଅଗ୍ରଗତି ହେବ, ବ୍ୟବସାୟ ବିସ୍ତାର ହେବ

ମେଷ: ଆସନ୍ତାକାଲି ଏକ ଭଲ ଦିନ ହେବ । ସ୍ୱାସ୍ଥ୍ୟ ଭଲ ରହିବ । କୌଣସି ଶାରୀରିକ ଯନ୍ତ୍ରଣା ହେବ…

2 hours ago

ତୁଳସୀ ପାହାଡରେ ବିଏସଏଫ ଜବାନଙ୍କୁ ବଡ଼ ସଫଳତା, ମାଓ ଡ଼ମ୍ପିଙ୍ଗ ଠାବ

ମାଲକାନଗିରି : ମାଲକାନଗିରି ଜିଲ୍ଲା ତୁଳସୀ ପାହାଡରେ BSF ଜବାନଙ୍କୁ ମିଳିଛି ବଡ଼ ସଫଳତା । ସୁରକ୍ଷାକର୍ମୀଙ୍କ କୁମ୍ବିଙ୍ଗ ଅପରେସନ…

3 hours ago

ପୋଖରୀରେ ବୁଡି ବୃଦ୍ଧ ମୃତ, ଗାଧୋଉଥିବା ସମୟରେ ପାଣିରେ ବୁଡି ଗଲେ

ଆନନ୍ଦପୁର : ପୋଖରୀରେ ବୁଡି ବୃଦ୍ଧ ମୃତ । ରାମଚନ୍ଦ୍ରପୁର ଥାନା ନର୍ଦା ଗାଁରେ ଦେଖିବାକୁ ମିଳିଛି ଏଭଳି ଅଘଟଣ…

3 hours ago

ଅଧା ବଗି ଛାଡ଼ି ଦୁଇ କିଲୋମିଟର ଚାଲିଗଲା ମାଲଗାଡ଼ି

ଜଳେଶ୍ୱର : ଅଧା ବଗି ଛାଡ଼ି ଦୁଇ କିଲୋମିଟର ଚାଲିଗଲା ମାଲଗାଡ଼ି । ଦକ୍ଷିଣ-ପୂର୍ବ ରେଳ ପଥର ବାଲେଶ୍ବର ଜିଲ୍ଲା…

4 hours ago

ଭାବି ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହ ଟିମ ବିଜେପି ଭେଟିଲେ ରାଜ୍ୟପାଳଙ୍କୁ, ସରକାର ଗଠନ ଦାବି କଲେ

କେନ୍ୟୁଜ (ବ୍ୟୁରୋ) : ଓଡ଼ିଶାରେ ସରକାର ଗଠନ କରିବାକୁ ବିଜେପି ରାଜ୍ୟପାଳଙ୍କ ନିକଟରେ ଦାବି କରିଛି । ଆଜି ରାଜ୍ୟ…

4 hours ago

ଗରମ ସହି ନପାରି ପୋଖରୀକୁ ଗାଧୋଇବାକୁ ଯାଇଥିଲେ, ଚାଲିଗଲା ବୃଦ୍ଧଙ୍କ ଜୀବନ

ଆନନ୍ଦପୁର(କେନ୍ୟୁଜ୍‌): ଅସହ୍ୟ କଲା ଗରମ ଗୁଳୁଗୁଳି । ପୋଖରୀକୁ ଗାଧୋଇବାକୁ ଯାଇଥିଲେ ବୃଦ୍ଧ । ଗୋଡ଼ ଖସିଗଲା ପାଣିରେ ବୁଡି…

5 hours ago