ଦେଶ ବିଦେଶ

ଦିଲ୍ଲୀରେ ପ୍ରବଳ ଝଡ଼ତୋଫାନ: କାନ୍ଥ ଭୁଶୁଡ଼ି ୬ ନାବାଳକଙ୍କ ସମେତ ୮ ଆହତ

ଦକ୍ଷିଣ ଦିଲ୍ଲୀର ଖିଡ଼କି ଏକ୍ସଟେନ୍ସନ୍‌ ଅଞ୍ଚଳରେ ମଙ୍ଗଳବାର ଏକ ବଡ଼ ଦୁର୍ଘଟଣା ଘଟିଛି । ସନ୍ଧ୍ୟା ସମୟରେ ପ୍ରବଳ ଝଡ଼ତୋଫାନ ଯୋଗୁ ଏକ ଘରର କାନ୍ଥ ଭୁଶୁଡ଼ି ୮ ଜଣ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରେ ୬ ନାବାଳକ ଅଛନ୍ତି । ଦମକଳ ବିଭାଗର ଅଧିକାରୀ କହିଛନ୍ତି ଯେ ଖିଡ଼କି ଏକ୍ସଟେନ୍ସନ୍‌ ଅଞ୍ଚଳରେ ଏକ କାନ୍ଥ ଭୁଶୁଡ଼ି ପଡ଼ିବା ସମ୍ପର୍କରେ ସନ୍ଧ୍ୟା ପ୍ରାୟ ୫ଟା ୫୦ରେ ଏକ ଫୋନ୍‌ କଲ୍‌ ଆସିଥିଲା । ଏ ନେଇ ସୂଚନା ମିଳିବା କ୍ଷଣି ତୁରନ୍ତ ଟିମ୍‌କୁ ଘଟଣାସ୍ଥଳକୁ ପଠାଯାଇଥିଲା ଏବଂ ସଙ୍ଗେ ସଙ୍ଗେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯାଇଥିଲା ।

ଘଟଣାସ୍ଥଳରୁ ୬ ନାବାଳକଙ୍କ ସମେତ ୮ ଜଣଙ୍କୁ ଆହତ ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ଏହାପରେ ସମସ୍ତଙ୍କୁ ଚିକିତ୍ସା ପାଇଁ ଏମ୍ସ ନିଆଯାଇଥିଲା । ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି, ଘଟଣା ସମ୍ପର୍କରେ ମାଲବୀୟ ନଗର ଥାନାକୁ ଏକ ପିସିଆର୍‌ କଲ୍‌ ଆସିଥିଲା । ଆମ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ଜାଣିବାକୁ ପାଇଥିଲା ଯେ ଏକ ବିଲ୍ଡିଂର ଉପର ମହଲା କାନ୍ଥ ଭୁଶୁଡ଼ି ପଡ଼ିଛି ।

କାନ୍ଥ ଭୁଶୁଡ଼ି ପଡ଼ିବାରୁ ପଡ଼ୋଶୀ ଘରର ଲୋକେ ଏହା ତଳେ ଚାପି ହୋଇଯାଇଥିଲେ । ଯଦିଓ ସୌଭାଗ୍ୟର କଥା ଯେ ଏହି ଦୁର୍ଘଟଣାରେ ୮ ଜଣଙ୍କୁ କୌଣସି ଗୁରୁତର ଆଘାତ ଲାଗି ନାହିଁ । ସେମାନଙ୍କୁ ତୁରନ୍ତ ଏମ୍ସ ପଠାଯାଇଥିଲା । ସେଠାରେ ଚିକିତ୍ସା ପରେ ସମସ୍ତଙ୍କୁ ଡିସ୍‌ଚାର୍ଜ କରି ଦିଆଯାଇଛି ।

କହି ରଖୁଛୁ ଯେ ଗତକାଲି ସନ୍ଧ୍ୟାରେ ହଠାତ୍‌ ପାଗରେ ପରିବର୍ତ୍ତନ ଆସିଥିଲା । ଦିଲ୍ଲୀ-ଏନ୍‌ସିଆରର ଅନେକ ଅଞ୍ଚଳରେ ଜୋରଦାର୍‌ ଝଡ଼ତୋଫାନ ହୋଇଥିଲା । ଦକ୍ଷିଣ ଦିଲ୍ଲୀରେ ପ୍ରବଳ ବର୍ଷା ସାଙ୍ଗକୁ ପବନ ବହିଥିଲା । ଏହି ସମୟରେ ଏକ ଘରର କାନ୍ଥ ହଠାତ୍‌ ଭୁଶୁଡ଼ି ପଡ଼ିଥିଲା । ଝଡ଼ତୋଫାନ ବେଳେ କାନ୍ଥଟି ଭୁଶୁଡ଼ି ପଡ଼ୋଶୀ ଘରର ଉପର ମହଲା ଉପରେ ପଡ଼ିଥିଲା ।

Roshni

Recent Posts

ଜାଣନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର

ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୧ ଟଙ୍କା ୦୫ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା…

7 mins ago

ଆସନ୍ତାକାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ

କାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ । ୨୦୨୨ ପରାଜୟର ବଦଲା ନେବାକୁ ପ୍ରସ୍ତୁତ ରୋହିତ ବାହିନୀ ।…

42 mins ago

ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମନ୍ୱୟ ବୈଠକ

ପୁରୀ: ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମନ୍ୱୟ ବୈଠକ । ପୁରୀ ପୌରସଦନ ଠାରେ ଆଇନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ…

49 mins ago

ଜାଣନ୍ତୁ ସୁନା ଦର କେତେ ରହିଛି ଆଜି

ଜାଣନ୍ତୁ, କେତେ ରହିଛି ଆଜି ସୁନା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି…

1 hour ago

ଭିଜିଲାନ୍ସ ଜାଲରେ ଆରଆଇ: ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଲେ

ଭଞ୍ଜନଗର: ଭିଜିଲାନ୍ସ ଜାଲରେ ଆରଆଇ । ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ । ଗଂଜାମ…

1 hour ago

ବାଲେଶ୍ଵରରେ ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର

ବାଲେଶ୍ଵର: ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର । ବାଲେଶ୍ଵରରେ ଆଜିଠୁ ରାତ୍ରିକାଳୀନ କର୍ଫ୍ୟୁ । ରାତି ୯ଟାରୁ…

1 hour ago