ଦେଶ ବିଦେଶ

ଆମେରିକାର ରାଜପଥରେ ଭୟଙ୍କର ସଡ଼କ ଦୁର୍ଘଟଣା; ଦୁଇ କାର୍‌ ମଧ୍ୟରେ ଧକ୍କା, ୮ ଜଣଙ୍କ ମୃତ୍ୟୁ

ଆମେରିକାର ଟେକ୍ସାସ୍‌ରେ ବୁଧବାର ଦୁଇ କାର୍‌ ମଧ୍ୟରେ ଭୀଷଣ ଧକ୍କା ହୋଇ ୮ ଜଣଙ୍କ ମୃତ୍ୟୁ ଘଟିଛି। ଧଳା ରଙ୍ଗର ଏକ କାରରେ ବସିଥିବା ଲୋକମାନେ ଗିରଫଦାରୀରୁ ବର୍ତ୍ତିବା ପାଇଁ ଉଦ୍ୟମ କରୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା। ଏହି ସମୟରେ ଅନ୍ୟ ଏକ କାର ସହିତ ସେମାନଙ୍କ କାର୍‌ ମୁହାଁମୁହିଁ ଧକ୍କା ହୋଇଥିଲା। ଦୁର୍ଘଟଣାରେ ଅନ୍ୟ କାରରେ ଥିବା ଜଣେ ଦମ୍ପତିଙ୍କର ମଧ୍ୟ ମୃତ୍ୟୁ ଘଟିଥିବା ସୂଚନା ରହିଛି।

ଟେକ୍ସାସ୍ ପୋଲିସ ଅଧିକାରୀମାନେ ସୂଚନା ଦେଇଛନ୍ତି ଯେ ଏକ ଧଳା ହୋଣ୍ଡା କାରର ଚାଳକ ଅଣ-ଦସ୍ତାବିଜ ପ୍ରବାସୀମାନଙ୍କୁ ନେଇ ଯାଉଥିଲେ। ସେ ମେକ୍ସିକୋ ସୀମାଠାରୁ ପ୍ରାୟ ୬୦ କିଲୋମିଟର ଦୂର ଏକ ରାସ୍ତାରେ ପୋଲିସଠାରୁ ଲୁଚି ପଳାଇ ଯାଉଥିଲେ। ଏହି ସମୟରେ ଏକ ଟ୍ରକ୍‌କୁ ରକ୍ଷା କରିବାକୁ ଯାଇ ଅନ୍ୟ କାର ସହିତ ମୁହାଁମୁହିଁ ହୋଇଥିଲେ। ଫଳରେ ଉଭୟ କାରରେ ଥିବା ଲୋକଙ୍କର ଏଥିରେ ମୃତ୍ୟୁ ଘଟିଥିଲା।

ଟେକ୍ସାସର ଜନ ସୁରକ୍ଷା ବିଭାଗର ମୁଖପାତ୍ର କହିଛନ୍ତି ଯେ ଏହି ଦୁର୍ଘଟଣାରେ ଘଟଣାସ୍ଥଳରେ ୭ ଜଣଙ୍କର ମୃତ୍ୟୁ ଘଟିଥିଲା ଏବଂ ଅନ୍ୟ ଜଣେ ହସ୍ପିଟାଲରେ ହିଁ ଆଖି ବୁଜିଥିଲେ। ଧଳା ହୋଣ୍ଡା କାରରେ ବସିଥିବା ଅନେକ ପ୍ରବାସୀ ହୋଣ୍ଡୁରାସର ଥିଲେ।

ଆମେରିକାର ହୋମଲ୍ୟାଣ୍ଡ ସୁରକ୍ଷା ସଚିବ ଆଲେଜାଣ୍ଡ୍ରୋ ମୟୋରକାସ୍‌ କହିଛନ୍ତି ଯେ ୨୦୨୧ ଜାନୁୟାରୀରେ ରାଷ୍ଟ୍ରପତି ଜୋ ବାଇଡେନ କାର୍ଯ୍ୟଭାର ଗ୍ରହଣ କରିବା ପରଠାରୁ ଆମେରିକୀୟ ଅଧିକାରୀମାନେ ଦକ୍ଷିଣ ସୀମାରେ ପାଖାପାଖି ୬ ନିୟୁତ ପ୍ରବାସୀଙ୍କୁ ଅଟକାଇଛନ୍ତି। ମେ’ ପରଠାରୁ ଅଧିକାରୀମାନେ ଏ ପର୍ଯ୍ୟନ୍ତ ୩୫୦,୦୦୦ରୁ ଅଧିକ ପ୍ରବାସୀଙ୍କୁ ହଟାଇଛନ୍ତି କିମ୍ବା ପୁନଃ ଫେରାଇ ଦେଇଛନ୍ତି। ଏହି ପ୍ରବାସୀମାନେ ଦେଶରେ ରହିବା ମାନଦଣ୍ଡକୁ ପୂରା କରି ନ ଥିଲେ।

Roshni

Recent Posts

ବାରିପଦା ବସ ଷ୍ଟାଣ୍ଡରେ ହଣାକଟା ଘଟଣା: ଉଭୟ ପକ୍ଷରୁ ୧୦ ଜଣଙ୍କୁ ଗିରଫ କରିଛି ପୋଲିସ୍

ବାରିପଦା (କେନ୍ୟୁଜ): ବାରିପଦା ଘରୋଇ ବସଷ୍ଟାଣ୍ଡରେ ହଣାକଟା ଘଟଣାରେ ପୋଲିସର ଆକ୍ସନ । ଦୁଇଟି ପୃଥକ ପୃଥକ ମାମଲା ରୁଜୁ…

5 mins ago

ବାଲେଶ୍ବରରେ ସ୍ବାଭାବିକ ହେଉଛି ସ୍ଥିତି : ସକାଳ ୫ଟାରୁ ରାତି ୯ଟା ପର୍ଯ୍ୟନ୍ତ କର୍ଫ୍ୟୁ କୋହଳ

ବାଲେଶ୍ବର (କେନ୍ୟୁଜ): ବାଲେଶ୍ବରରେ ସ୍ବାଭାବିକ ହେଉଛି ସ୍ଥିତି । ପୌରପାଳିକାର ବିଭିନ୍ନ ଅଞ୍ଚଳରେ କୋହଳ ହେଉଛି କର୍ଫ୍ୟୁ । ଆଜି…

14 mins ago

ଟ୍ରକକୁ ଧକ୍କା ଦେଇ ଜଳିଗଲା ଆମ୍ବୁଲାନ୍ସ, ରୋଗୀ ସମେତ ୪ ଗୁରୁତର

ଜଳେଶ୍ବର (କେନ୍ୟୁଜ): ଟ୍ରକକୁ ଧକ୍କା ଦେଇ ଜଳିଗଲା ଆମ୍ବୁଲାନ୍ସ । ରୋଗୀ ସମେତ ୪ ଜଣ ଆମ୍ବୁଲାନ୍ସ କର୍ମଚାରୀ ଗୁରୁତର…

30 mins ago

ଅଣସର ନୀତି: ଜ୍ବରରେ ଆକ୍ରାନ୍ତ ମହାପ୍ରଭୁ, ପୂଜା ପାଇବେ ପଟି ଦିଅଁ

ପୁରୀ (କେନ୍ୟୁଜ): ଅତ୍ୟଧିକ ସ୍ନାନଯୋଗୁ ମହାପ୍ରଭୁ ଏବେ ଅସୁସ୍ଥ।  ଗତକାଲି ସ୍ନାନବେଦିରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ ପରେ…

45 mins ago

ଅଣସର ଘରେ ମହାପ୍ରଭୁ, ଆଜିଠୁ ଅଲାରନାଥ ଦର୍ଶନ

ବ୍ରହ୍ମଗିରି (କେନ୍ୟୁଜ): ଆଜି ଠାରୁ ମହାପ୍ରଭୁ ଅଲାରନାଥଙ୍କ ଅଣସର ଦର୍ଶନ । ଚଳିତ ବର୍ଷ ୧୩ଦିନ ଧରି ଚାଲିବ ଏହି…

58 mins ago

ନିଟ୍ ପ୍ରଶ୍ନପତ୍ର ଲିକ୍ ବିବାଦ ମାମଲାରେ ବଡ଼ ଘୋଷଣା, CBIକୁ ତଦନ୍ତ ଭାର ହସ୍ତାନ୍ତର

ନୂଆଦିଲ୍ଲୀ : ଥମୁନି ନିଟ୍ ବିବାଦ । ନିଟ୍ ପ୍ରଶ୍ନପତ୍ର ଲିକ୍ ବିବାଦ ମାମଲାରେ କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା…

58 mins ago