ସ୍ପେଶାଲ

ଜଣାପଡ଼ିଲା ଡାଇନୋସର ଶେଷ ହେବାର କାରଣ, ଜାଣନ୍ତୁ କିପରି ହୋଇଥିଲା ମହାବିନାଶ

ପୃଥବୀରୁ ଡାଇନୋସର କିପରି ଶେଷ ହେଲା ଏହାକୁ ନେଇ ସର୍ବଦା ଅନେକ ସନ୍ଧାନ କରାଯାଉଛି । ବିଶ୍ୱାସ କରାଯାଏ ୬.୬ କୋଟି ବର୍ଷ ପୂର୍ବରୁ ଗୋଟିଏ ଛୋଟଗ୍ରହ ପୃଥିବୀ ସହ ଧକ୍କା ହୋଇଥିଲା ଫଳରେ ମହାବିନାଶ ଘଟିଥିଲା ଏବଂ ପୃଥିବୀର ଦୁଇ ତୃତୀୟାଂଶ ଜୀବନ ବିଲୁପ୍ତ ହୋଇଯାଇଥିଲା । ଯେଉଁଥିରେ ଡାଇନୋସର ଅନ୍ୟତମ । କିନ୍ତୁ ନୂଆ ଅନୁସନ୍ଧାନକାରୀ ବୈଜ୍ଞାନିକମାନେ କିଛି ଭିନ୍ନ କଥା ଆବିଷ୍କାର କରିଛନ୍ତି । ନୂଆ ସନ୍ଧାନ ଅନୁସାରେ କ୍ଷୁଦ୍ରଗ୍ରହ ଧକ୍କା ହେବା ପରେ ନ୍ୟୁକ୍ଲିୟର ଓ୍ଵିଣ୍ଟର ବା ପରମାଣୁ ଶୀତ ଆରମ୍ଭ ହୋଇଥିଲା ଫଳରେ ଏପରି ମହାବିନାଶର ପରିସ୍ଥିତି ସୃଷ୍ଟି ହୋଇଥିଲା ।

ବେଲଜିୟମର ରୟାଲ ଅବଜରଭେଟରିର ଅନୁସନ୍ଧାନକାରୀ ଟିମ୍‌ ପ୍ରକାଶ କରିଛନ୍ତି ଯେ ଏହି ମହା ବିନାଶରେ କ୍ଷୁଦ୍ରଗ୍ରହ ବା ଆଷ୍ଟେରଏଡ ଧକ୍କାର କୌଣସି ସିଧା ପ୍ରଭାବ ପଡ଼ି ନଥିଲା । କିନ୍ତୁ ଏହା ଦ୍ୱାରା ସୃଷ୍ଟି ହୋଇଥିବା ପରମାଣୁ ଶୀତ ଦ୍ୱାରା ବ୍ୟାପିଥିବା ଧୂଳି ଏହି ଭୟଙ୍କର ବିନାଶର କାରଣ ହୋଇଥିଲା । ଏହି ଧକ୍କା ଦ୍ୱାରା ଖଣ୍ଡ ବିଖଣ୍ଡିତ ପଥର ଧୂଳିର ପରିମାଣ ପ୍ରାୟ ୨୦୦୦ ଗିଗା ଟନ୍ ପର୍ଯ୍ୟନ୍ତ ପହଞ୍ଚିଥିଲା, ଯାହା ପୃଥିବୀର ବାୟୁମଣ୍ଡଳରେ ବ୍ୟାପି ଯାଇ ସୂର୍ଯ୍ୟକୁ ଲୁଚାଇ ଦେଇଥିଲା । ଫଳରେ ପୃଥବୀରେ ସୂର୍ଯ୍ୟାଲୋକ ପହଞ୍ଚି ପାରିନଥିଲା ଏବଂ ଏଭଳି ସମସ୍ୟା ସୃଷ୍ଟି ହୋଇଥିଲା ।

ବାୟୁମଣ୍ଡଳରେ ଧୂଳି ପ୍ରାୟ ୧୫ ବର୍ଷ ପର୍ଯ୍ୟନ୍ତ ବାୟୁରେ ରହିଥିଲା, ଯାହା ଦ୍ୱାରା ପୃଥିବୀରେ ପରମାଣୁ ଶୀତ ଆରମ୍ଭ ହୋଇଥିଲା । ଶେଷରେ ଡାଇନୋସରର ବିଲୁପ୍ତ ହେବାର ପ୍ରକୃତ କାରଣ ଏହି ପରମାଣୁ ଶୀତ ହିଁ ପାଲଟିଥିଲା । ଏହି ଘଟଣା ପରେ ଅନେକ ଗଛ ମଧ୍ୟ ନଷ୍ଟ ହୋଇଯାଇଥିଲା, ଯାହା ଦ୍ୱାରା ଖାଦ୍ୟର ଅଭାବ ହେଲା । ଏନେଇ ଅନେକ ଶକାହାରୀ ଜୀବଙ୍କର ମୃତ୍ୟ ହୋଇଥିଲା, ଯେଉଁଥିରେ କିଛି ଡାଇନୋସର ମଧ୍ୟ ବିଲୁପ୍ତ ହୋଇଯାଇଥିଲେ । ଶେଷରେ ପୃଥିବୀର ୭୫ ପ୍ରତିଶତ ଜୀବନ ଶେଷ ହୋଇଯାଇଥିଲା ।

ବୈଜ୍ଞାନିକମାନେ ଲଗାତାର ଡାଇନୋସର ବିଲୁପ୍ତ ହେବାର କାରଣ ଅନୁସନ୍ଧାନ କରୁଛନ୍ତି । କେବଳ ଆଷ୍ଟ୍ରଏଡ ବା କ୍ଷୁଦ୍ରଗ୍ରହ ଧକ୍କା ହେତୁ ପୃଥିବୀରୁ ଡାଇନୋସରର ଶେଷ ହେବା ନିଶ୍ଚିତ ଭାବେ ଅସମ୍ଭବ । କେତେକ ମତ ଅନୁସାରେ ଆଷ୍ଟେରଏଡ୍ ଧକ୍କା କିମ୍ବା ଜଙ୍ଗଲରେ ଘଟିଥିବା ଅଗ୍ନିକାଣ୍ଡରୁ ବାହାରିଥିବା ଧୂଆଁ ହୁଏତ ଆକାଶରେ ଭରି ଯାଇଥିବ ଏବଂ ପୃଥିବୀରେ ଅନ୍ଧକାର ହୋଇଥିବ । ଯାହା ଦ୍ୱାରା ଏହି ମହା ବିନାଶ ଘଟିଥିଲା । କିନ୍ତୁ ବର୍ତ୍ତମାନର ରିସର୍ଚ୍ଚ ଅନୁଯାୟୀ ଆଷ୍ଟ୍ରଏଡ ଧକ୍କାରୁ ବାହାରିଥିବା ଧୂଳି ପରମାଣୁ ଶୀତ ଆଣିବାରେ ଏକ ପ୍ରମୁଖ କାରଣ ହୋଇପାରେ । ଅଧ୍ୟୟନରୁ ଜଣାପଡିଛି ଯେ ୦.୮ ରୁ ଆରମ୍ଭ କରି ୮.୦ ମାଇକ୍ରୋମିଟର ଆକାରର ଧୂଳି ପାଖାପାଖି ବାୟୁମଣ୍ଡଳରେ ୧୫ ବର୍ଷ ପର୍ଯ୍ୟନ୍ତ ରହିଥିଲା । ସମସ୍ତ ତଥ୍ୟକୁ ମିଶାଇବା ପରେ ଅନୁସନ୍ଧାନକାରୀମାନେ ସିଦ୍ଧାନ୍ତ ନେଇଥିଲେ ଯେ ଏହି ଧୂଳି ହିଁ ପ୍ରକୃତ ବିନାଶର କାରଣ ।

ଏହି ଧକ୍କା ଦ୍ୱାରା ବାୟୁମଣ୍ଡଳରେ ବ୍ୟାପିଥବା ଧୂଳି ଗତ ୫୦ କୋଟି ବର୍ଷ ମଧ୍ୟରେ ସବୁଠାରୁ ଭୟଙ୍କର ବିନାଶ ଥିଲା । ଏହି ଧକ୍କା ପ୍ରାୟ ଏକ ବିଲିୟନ ପରମାଣୁ ବୋମା ଠାରୁ ଅଧିକ ଶକ୍ତିଶାଳୀ ଥିଲା ଯାହା ସୂର୍ଯ୍ୟଙ୍କୁ ସମ୍ପୂର୍ଣ୍ଣ ରୂପେ ଘୋଡ଼ାଇ ରଖିଥିଲା ଫଳରେ ପୃଥିବୀରେ ଥଣ୍ଡା ହୋଇଥିଲା ଏବଂ କିଛି ବର୍ଷ ପର୍ଯ୍ୟନ୍ତ ପୃଥିବୀ ଅନ୍ଧକାର ଭିତରକୁ ଚାଲି ଯାଇଥିଲା । କ୍ଷୁଦ୍ରଗ୍ରହ ଧକ୍କାରେ ଡାଇନୋସର ଥରକରେ ଶେଷ ହୋଇନଥିଲେ । କିନ୍ତୁ ଏହା ସବୁଠାରୁ ବଡ ବିନାଶର କାରଣ ପାଲଟିଥିଲା ଯେଉଁଥିରେ ପ୍ରତ୍ୟକ ୪ ପ୍ରଜାତିରୁ ଗୋଟିଏ ପ୍ରଜାତି ନଷ୍ଟ ହୋଇଯାଇଥିଲା । ଏହି ବିନାଶ ସତରେ ଭୟଙ୍କର ହୋଇଥିଲା ।

Subhalaxmi Das

Recent Posts

ଆଜିଠୁ ଦୁଇ ଦିନିଆ କେନ୍ଦୁଝର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ସ୍ବାଗତ ପାଇଁ ଜନ୍ମମାଟି ଭବ୍ୟ ପ୍ରସ୍ତୁତି

ଭୁବନେଶ୍ୱର (କେନ୍ୟୁଜ): ଆଜି ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଦୁଇ ଦିନିଆ କେନ୍ଦୁଝର ଜିଲ୍ଲା ଗସ୍ତ । ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ…

2 mins ago

୩ ରୁ ୪ ଦିନ ମଧ୍ୟରେ ସବୁ ଜିଲ୍ଲାକୁ ଛୁଇଁବ ମୌସୁମୀ, ୨୫ରୁ ବଢିବ ବର୍ଷା

ଭୁବନେଶ୍ୱର (କେନ୍ୟୁଜ): ଆଗାମୀ ୩ ରୁ ୪ ଦିନ ମଧ୍ୟରେ ଓଡ଼ିଶାର ସବୁ ଜିଲ୍ଲାକୁ ଛୁଇଁବ ମୌସୁମୀ । ସୁନ୍ଦରଗଡ଼…

17 mins ago

ତାଜା ଅପଡ଼େଟ : ଜାଣନ୍ତୁ ଆପଣଙ୍କ ସହରରେ ପେଟ୍ରୋଲ ଦର ବଢିଛି ନା କମିଛି ?

ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୦ ଟଙ୍କା ୯୨ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା…

27 mins ago

ଟି-ଟ୍ବେଣ୍ଟି ବିଶ୍ବକପ୍ : ସୁପର-୮ରେ ଭାରତର ଦ୍ବିତୀୟ ବିଜୟ, ବାଂଲାଦେଶକୁ ୫୦ ରନରେ କଲା ପରାସ୍ତ

ଟି-ଟ୍ବେଣ୍ଟି ବିଶ୍ବକପ୍ ରେ ବାଂଲାଦେଶକୁ ହରାଇ ସୁପର-୮ରେ ଭାରତର କ୍ରମାଗତ ବିଜୟ । ବାଂଲାଦେଶକୁ ୫୦ ରନରେ ପରାସ୍ତ କରି…

36 mins ago

ସ୍ଥିର ରହିଛି ସୁନା ଦର, କିଣିବାକୁ ଚାହୁଁଛନ୍ତି କି ଆଜି ହିଁ ନେଇ ଆସନ୍ତୁ

ଆଜି ସ୍ଥିର ରହିଛି ସୁନା-ରୂପା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି ତେବେ…

51 mins ago

ବାରିପଦା ବସ ଷ୍ଟାଣ୍ଡରେ ହଣାକଟା ଘଟଣା: ଉଭୟ ପକ୍ଷରୁ ୧୦ ଜଣଙ୍କୁ ଗିରଫ କରିଛି ପୋଲିସ୍

ବାରିପଦା (କେନ୍ୟୁଜ): ବାରିପଦା ଘରୋଇ ବସଷ୍ଟାଣ୍ଡରେ ହଣାକଟା ଘଟଣାରେ ପୋଲିସର ଆକ୍ସନ । ଦୁଇଟି ପୃଥକ ପୃଥକ ମାମଲା ରୁଜୁ…

1 hour ago