ଦେଶ ବିଦେଶ

ର‍୍ୟାଗିଂ କରି ଗିରଫ ହେଲେ ୭ ଛାତ୍ର, ମଦ ପିଇବାକୁ ଟଙ୍କା ନଦେବାରୁ ଜୁନିୟରକୁ କରିଦେଲେ ଲଣ୍ଡା

ତାମିଲନାଡୁ: କୋଏମ୍ବଟୁରରେ ପିଏସଜି କଲେଜ ଅଫ୍ ଟେକ୍ନୋଲୋଜିର ସାତ ଜଣ ଛାତ୍ରଙ୍କୁ ର‍୍ୟାଗିଂ କରିବା ପଡିଲା ମହଙ୍ଗା ।  ଯାହାସୂଚନା ମିଳିଛି ଏହି କଲେଜରେ ପଢୁଥିବା ଦ୍ଵିତୀୟ  ବର୍ଷର ୭ ଜଣ ଛାତ୍ର ସେହି କଲେଜରେ ପଢୁଥିବା ଜଣେ ଜୁନିୟର ଛାତ୍ରଙ୍କୁ ର‍୍ୟାଗିଂ କରିଥିଲେ । ସେମାନେ ଜୁନିୟର ଛାତ୍ରଟିକୁ ର‍୍ୟାଗିଂ କରିବା ସହିତ ଲଣ୍ଡା କରିଦେଇଥିଲେ ।

ତେବେ ଏହି ଘଟଣା ସାମ୍ନାକୁ ଆସିବା ପରେ ପୋଲିସ୍ ତଦନ୍ତ କରି ଉକ୍ତ ୭ ଛାତ୍ରକୁ ଗିରଫ କରିଛି । ପୋଲିସ୍  କହିବା ମୁତାବକ ଅଭିଯୁକ୍ତ ୭ ଜଣ ଛାତ୍ର ଏହି ର‍୍ୟାଗିଂ ଘଟଣା ସାମିଲ୍ ଥିଲେ ଏବଂ ସେମାନେ ମଦ କିଣିବା ପାଇଁ ପୀଡିତ ପ୍ରଥମ ବର୍ଷ ଛାତ୍ରକୁ ଟଙ୍କା ମାଗୁଥିଲେ । ଯାହାଫଳରେ ଛାତ୍ରଟି ଟଙ୍କା ନଦେଇପାରିବାରୁ ସେମାନେ ତାକୁ ଲଣ୍ଡା କରିଦେଇଥିଲେ ।

ପୋଲିସ୍ ସୂତ୍ରରୁ ଏହା ବି ଖବର ମିଳିଛି କି, ସାତ ଅଭିଯୁକ୍ତ ଛାତ୍ରଙ୍କ ବିପକ୍ଷରେ ଏକ ମାମଲା ରୁଜୁ କରାଯାଇଛି ଏବଂ ସମସ୍ତଙ୍କୁ କୋର୍ଟରେ ହାଜର କରାଯିବ । ଏହି ଘଟଣାରେ କଲେଜ କତ୍ତୃପକ୍ଷ ବି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ସମସ୍ତ ଅଭିଯୁକ୍ତ ୭ ଛାତ୍ରଙ୍କୁ କଲେଜରୁ ନିଲମ୍ବିତ କରିଦିଆଯାଇଛି । ତେବେ ଏହି ଘଟଣା ପୋଲିସ୍ ଅଧିକ ତଦନ୍ତ ଜାରି ରଖିଥିବାବେଳେ, ପୋଲିସ୍ ନିବେଦନ କରିଛି କଲେଜ କିମ୍ବା କୌଣସି ଶିକ୍ଷାନୁଷ୍ଠାନରେ ଛାତ୍ରଛାତ୍ରୀମାନେ ଏଭଳି ନିନ୍ଦନୀୟ  କାର୍ଯ୍ୟକଳାପ ଠାରୁ ଦୂରେଇ ରହିବାକୁ ।

ଏପଟେ ପ୍ରାୟତଃ ସମୟରେ ଶୁଣିବାକୁ ମିଳେ କି ଏହି  ର‍୍ୟାଗିଂ ଯୋଗୁ ବହୁ ପିଲାଙ୍କ ଜୀବନ ବରବାଦ ହେଉଛି । ଏଥିପାଇଁ ସରକାରଙ୍କ ଆଭିମୁଖ୍ୟ ଆହୁରୀ କଡ଼ା ହେବା ଉଚିତ୍ । ତେବେ ର‍୍ୟାଗିଂ କରୁଥିବା ପିଲାଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆ ନଯିବା ଯୋଗୁ ପିଲାଙ୍କ ସାହସ ବଢ଼ୁଥିବା ବିଭିନ୍ନ ମହଲରେ ଚର୍ଚ୍ଚା ଚାଲିଛି । ଏଥିପାଇଁ କଡ଼ା ପ୍ରଶାସନିକ ଆଭିମୁଖ୍ୟ ରହିବା ନିହାତୀ ଦରକାର ।

Sonalisa

Recent Posts

କେରଳ ନୁହେଁ ଏବେ ‘କେରଳମ୍‌’…ବଦଳିପାରେ ରାଜ୍ୟର ନାଁ, ବିଧାନସଭାରେ ପାରିତ ହେଲା ପ୍ରସ୍ତାବ

ଭାରତର ଦକ୍ଷିଣ ରାଜ୍ୟ କେରଳର ନାଁ ବହୁତ ଜଲ୍‌ଦି ବଦଳିପାରେ । କେରଳ ବିଧାନସଭା ସୋମବାର ସର୍ବସମ୍ମତିକ୍ରମେ ଏକ ପ୍ରସ୍ତାବ…

11 mins ago

ସୁଭଦ୍ରା ଯୋଜନାରେ ହେଉଥିବା ଗୁଜବକୁ ବିଶ୍ବାସ କରନ୍ତୁ ନାହିଁ: ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ସୁଭଦ୍ରା ଯୋଜନାରେ ହେଉଥିବା ଗୁଜବକୁ ବିଶ୍ବାସ କରନ୍ତୁ ନାହିଁ । ଯୋଜନା ଉପରେ କୌଣସି ଭୁଲ ଖବର…

12 mins ago

କାନ୍ଦି କାନ୍ଦି ବେହୋସ ହେଲା କୁନି ଝିଅ, ଉଚିତ ସମୟରେ ସିପିଆର ଦେଇ ଜୀବନ ବଞ୍ଚାଇଲେ ଡାକ୍ତର

ତାଜ ମହଲ ଦେଖିବାକୁ ଆସି ଜୀବନ ମୃତ୍ୟୁ ସହ ସଂଘର୍ଷ କଲା କୁନି ଝିଅ । ବାପା ମା’ଙ୍କ ସହ…

16 mins ago

ଲକ୍ଷ୍ମୀ ବସ୍ ସେବା ନେଇ ଲୋକଙ୍କ ମଧ୍ୟରେ ଦ୍ବନ୍ଦ୍ବ, ଲୋକେ କହୁଛନ୍ତି ବସ୍ ନାଁ ରହୁ କି ନ ରହୁ ସେବା ଜାରି ରହୁ

ମାଲକାନଗିରି : ଉପାନ୍ତ ମାଲକାନଗିରି ଜିଲ୍ଲାରେ ଗରିବ ଆଦିବାସୀ ଲୋକଙ୍କ ଯାତାୟାତର ଏବଂ ଆର୍ଥିକ ଉର୍ଣ୍ଣତି ପାଇଁ ଗତ ରାଜ୍ୟ…

18 mins ago

ବିମାନରେ ବସି ଯାତ୍ରା କରୁଥିଲେ ଯାତ୍ରୀ, କିନ୍ତୁ ଯାତ୍ରୀଙ୍କ ନାକ କାନରୁ ବାହାରିଲା ରକ୍ତ

ବିମାନରେ ବସି ଯାତ୍ରା କରୁଥିଲେ ଯାତ୍ରୀ । ହେଲେ ହଠାତ୍‌ ଯାତ୍ରୀଙ୍କ ନାକରୁ ରକ୍ତ ବାହାରିବା ସହ କାନରେ ଯନ୍ତ୍ରଣା…

23 mins ago

ଗ୍ରୁପରୁ ଋଣ ଉଠାଇ ଫେରାର୍, ଅଭିଯୁକ୍ତ ଘରେ ତାଲା ପକାଇଲେ ଗାଁର ମହିଳା

କଣ୍ଟାବାଞ୍ଜି: ଟଙ୍କା ନେଇ ଛୁ ମାରିଲେ, ହେଲେ ଚୁପ୍ ବସିଲେନି ଗାଁର ମହିଳାମାନେ । ସିଧା ଘରକୁ ଗଲେ ଆଉ…

31 mins ago