ର୍ୟାଗିଂ କରି ଗିରଫ ହେଲେ ୭ ଛାତ୍ର, ମଦ ପିଇବାକୁ ଟଙ୍କା ନଦେବାରୁ ଜୁନିୟରକୁ କରିଦେଲେ ଲଣ୍ଡା
ସାତ ଜଣ ଛାତ୍ରଙ୍କୁ ର୍ୟାଗିଂ କରିବା ପଡିଲା ମହଙ୍ଗା । ଏହି ଘଟଣା ସାମ୍ନାକୁ ଆସିବା ପରେ ପୋଲିସ୍ ତଦନ୍ତ କରି ଉକ୍ତ ୭ ଛାତ୍ରକୁ ଗିରଫ କରିଛି ।

ତାମିଲନାଡୁ: କୋଏମ୍ବଟୁରରେ ପିଏସଜି କଲେଜ ଅଫ୍ ଟେକ୍ନୋଲୋଜିର ସାତ ଜଣ ଛାତ୍ରଙ୍କୁ ର୍ୟାଗିଂ କରିବା ପଡିଲା ମହଙ୍ଗା । ଯାହାସୂଚନା ମିଳିଛି ଏହି କଲେଜରେ ପଢୁଥିବା ଦ୍ଵିତୀୟ ବର୍ଷର ୭ ଜଣ ଛାତ୍ର ସେହି କଲେଜରେ ପଢୁଥିବା ଜଣେ ଜୁନିୟର ଛାତ୍ରଙ୍କୁ ର୍ୟାଗିଂ କରିଥିଲେ । ସେମାନେ ଜୁନିୟର ଛାତ୍ରଟିକୁ ର୍ୟାଗିଂ କରିବା ସହିତ ଲଣ୍ଡା କରିଦେଇଥିଲେ ।
ତେବେ ଏହି ଘଟଣା ସାମ୍ନାକୁ ଆସିବା ପରେ ପୋଲିସ୍ ତଦନ୍ତ କରି ଉକ୍ତ ୭ ଛାତ୍ରକୁ ଗିରଫ କରିଛି । ପୋଲିସ୍ କହିବା ମୁତାବକ ଅଭିଯୁକ୍ତ ୭ ଜଣ ଛାତ୍ର ଏହି ର୍ୟାଗିଂ ଘଟଣା ସାମିଲ୍ ଥିଲେ ଏବଂ ସେମାନେ ମଦ କିଣିବା ପାଇଁ ପୀଡିତ ପ୍ରଥମ ବର୍ଷ ଛାତ୍ରକୁ ଟଙ୍କା ମାଗୁଥିଲେ । ଯାହାଫଳରେ ଛାତ୍ରଟି ଟଙ୍କା ନଦେଇପାରିବାରୁ ସେମାନେ ତାକୁ ଲଣ୍ଡା କରିଦେଇଥିଲେ ।
ପୋଲିସ୍ ସୂତ୍ରରୁ ଏହା ବି ଖବର ମିଳିଛି କି, ସାତ ଅଭିଯୁକ୍ତ ଛାତ୍ରଙ୍କ ବିପକ୍ଷରେ ଏକ ମାମଲା ରୁଜୁ କରାଯାଇଛି ଏବଂ ସମସ୍ତଙ୍କୁ କୋର୍ଟରେ ହାଜର କରାଯିବ । ଏହି ଘଟଣାରେ କଲେଜ କତ୍ତୃପକ୍ଷ ବି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ସମସ୍ତ ଅଭିଯୁକ୍ତ ୭ ଛାତ୍ରଙ୍କୁ କଲେଜରୁ ନିଲମ୍ବିତ କରିଦିଆଯାଇଛି । ତେବେ ଏହି ଘଟଣା ପୋଲିସ୍ ଅଧିକ ତଦନ୍ତ ଜାରି ରଖିଥିବାବେଳେ, ପୋଲିସ୍ ନିବେଦନ କରିଛି କଲେଜ କିମ୍ବା କୌଣସି ଶିକ୍ଷାନୁଷ୍ଠାନରେ ଛାତ୍ରଛାତ୍ରୀମାନେ ଏଭଳି ନିନ୍ଦନୀୟ କାର୍ଯ୍ୟକଳାପ ଠାରୁ ଦୂରେଇ ରହିବାକୁ ।
ଏପଟେ ପ୍ରାୟତଃ ସମୟରେ ଶୁଣିବାକୁ ମିଳେ କି ଏହି ର୍ୟାଗିଂ ଯୋଗୁ ବହୁ ପିଲାଙ୍କ ଜୀବନ ବରବାଦ ହେଉଛି । ଏଥିପାଇଁ ସରକାରଙ୍କ ଆଭିମୁଖ୍ୟ ଆହୁରୀ କଡ଼ା ହେବା ଉଚିତ୍ । ତେବେ ର୍ୟାଗିଂ କରୁଥିବା ପିଲାଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆ ନଯିବା ଯୋଗୁ ପିଲାଙ୍କ ସାହସ ବଢ଼ୁଥିବା ବିଭିନ୍ନ ମହଲରେ ଚର୍ଚ୍ଚା ଚାଲିଛି । ଏଥିପାଇଁ କଡ଼ା ପ୍ରଶାସନିକ ଆଭିମୁଖ୍ୟ ରହିବା ନିହାତୀ ଦରକାର ।