‘ଦ ଆର୍ଚ୍ଚିସ୍‌’ର ଟ୍ରେଲର ରିଲିଜ୍‌, ଡିସେମ୍ବରରେ ମୁକ୍ତିଲାଭ କରିବ ଫିଲ୍ମ

‘ଦ ଆର୍ଚ୍ଚିସ୍‌’ର ଟ୍ରେଲର ଆଜି ରିଲିଜ । ତେବେ ଜୋୟା ଅଖତରଙ୍କ ନିର୍ଦ୍ଦେଶନାରେ ହୋଇଥିବା ଏହି ଫିଲ୍ମରେ ନୂଆ ଚେହେରା ଟ୍ରେଲର ଜରିଆରେ ଦେଖିବା ପାଇଁ ମିଳିଛି । ଏହି ଫିଲ୍ମଟି କମେଡି ବୁକ୍‌ ‘ଦ ଆର୍ଚ୍ଚିସ୍‌’ ଉପରେ ଆଧାରିତ ହୋଇଛି । ଫିଲ୍ମଟି ଡିସେମ୍ବର ୭ ରେ ନେଟଫ୍ଲିକ୍ସରେ ମୁକ୍ତିଲାଭ କରିବକୁ ଯାଉଛି ।

ଏହି ବର୍ଷର ମୋଷ୍ଟ ପପୁଲାର ଫିଲ୍ମ ‘ଦ ଆର୍ଚ୍ଚିସ୍‌’ର ଟ୍ରେଲର ଆଜି ରିଲିଜ ହୋଇଛି ତେବେ ଜୋୟା ଅଖତରଙ୍କ ନିର୍ଦ୍ଦେଶନାରେ ହୋଇଥିବା ଏହି ଫିଲ୍ମରେ ନୂଆ ଚେହେରା ଟ୍ରେଲର ଜରିଆରେ ଦେଖିବା ପାଇଁ ମିଳିଛି । ଏହି ଫିଲ୍ମରେ ବଲିଉଡ ଇଣ୍ଡଷ୍ଟ୍ରୀର ଅନେକ ଷ୍ଟାରଙ୍କ ପିଲାମାନେ ଡେବ୍ୟୁ କରିଛନ୍ତି । ସେମାନଙ୍କ ମଧ୍ୟରେ ଶାହାରୁଖ ଖାନଙ୍କ ଝିଅ ସୁହାନା ଖାନ, ବୋନି କପୁରଙ୍କ ଝିଅ ଖୁସି କପୁର ଏବଂ ଅମିତାବ ବଚ୍ଚନଙ୍କ ନାତି ଅଗସ୍ତ୍ୟ ନନ୍ଦ ମଧ୍ୟ ସାମିଲ ରହିଛନ୍ତି ।

ଫିଲ୍ମ ‘ଦ ଆର୍ଚ୍ଚିସ୍‌’ର ଅନ୍ୟ ଷ୍ଟାରମାନଙ୍କ ମଧ୍ୟରେ ମିହିର ଅହୁଜା, ଆଦିତ୍ୟ ସେହଗଲ୍, ଯୁବରାଜ ମେଣ୍ଡା ଏବଂ ବେଦଙ୍ଗ ରାଇନାଙ୍କ ନାମ ସାମିଲି ରହିଛି । ଏହି କିଛି ଦିନ ପୂର୍ବରୁ ଫିଲ୍ମର ଫାର୍ଷ୍ଟ ଲୁକ୍, ପୋଷ୍ଟର ଏବଂ ଗୀତ ମଧ୍ୟ ରିଲିଜ୍ ହୋଇଥିଲା । ଏଥିରୁ ଜଣାପଡୁଛି ଯେ ଫିଲ୍ମର ପ୍ଲଟ୍ କିପରି ହୋଇଥିବ । ଏହାସହ ସେହି ସବୁ ଜିନିଷରୁ ଜଣା ପଡୁଛି ଯେ ଫିଲ୍ମଟି ୧୯୫୦ ରୁ ୧୯୬୦କୁ ବେଷ୍ଟ କରି ତିଆରି କରାଯାଇଛି । ଏବେ ଜୋୟା ଅଖତର ଫିଲ୍ମ‘ଦ ଆର୍ଚ୍ଚିସ୍‌’ର ମୋଷ୍ଟ ପପୁଲାର ଟ୍ରେଲର ରିଲିଜ୍ କରିଛନ୍ତି ।

ଏହି ଟ୍ରେଲର ଆମକୁ ୬୦ ଦଶକର ରିଭରଡେଲକୁ ନେଇଥାଏ ଯେଉଁଠାରେ ଟିନ୍‌ଏଜର ଆର୍ଚି ଆଣ୍ଡ୍ର୍ୟୁସ୍ ପିଲାମାନେ କିପରି ନିଜ ସମୟ ଅତି ବାହିତ କରୁଛନ୍ତି ତାହା ଦେଖିବା ପାଇଁ ମିଳିଛି । ଫିଲ୍ମ ଟ୍ରେଲରରେ ଅଗସ୍ତ୍ୟ ନନ୍ଦ, ଖୁସି କପୁର ଏବଂ ସୁହାନା ଖାନ ମଧ୍ୟରେ ଏକ ଲଭ୍‌ ଟ୍ରଙ୍ଗେଲ୍‌ ଦେଖିବାକୁ ମିଳିବ । ଏହି ଫିଲ୍ମରେ ଦେଖିବା ପାଇଁ ମିଳିବ, ଯେ ସେହି ସମସ୍ତ ସାଙ୍ଗମାନେ ତାଙ୍କ ଲାଇଫ୍‌ ଏକ ହିଲ୍‌ ଷ୍ଟେସନରେ ଅତିବାହିତ କରୁଥିବେ । ହେଲେ ସେତେବେଳେ ସେମାନଙ୍କ ଲାଇଫ୍‌ ବଦଳି ଯିବ ଯେତେବେଳେ ଫିଲ୍ମରେ ସୁହାନା ଖାନଙ୍କ ବାପା ତାଙ୍କ ବିଜ୍‌ନେସ୍‌ ଆଗକୁ ବଢାଇବା ପାଇଁ ଗ୍ରିନ୍‌ ପାର୍କ ଉପରେ ଏକ ହୋଟେଲ କରିବା ପାଇଁ ନିଷ୍ପତି ନେବେ । ଏହା ପରେ ଦେଖିବା ପାଇଁ ମିଳିବ ଯେ କିପରି ଭାବେ ‘ଦ ଆର୍ଚ୍ଚିସ୍‌’ ର ଟିମ୍‌ ସେହି ପାର୍କକୁ ବଞ୍ଚେଇବା ଚେଷ୍ଟା କରୁଛନ୍ତି ।

ଫିଲ୍ମର ଟ୍ରେଲରଟି ଦର୍ଶକମାନଙ୍କୁ ବହୁତ ପସନ୍ଦ ଆସିଛି । ଏହି ଫିଲ୍ମରେ ସୁହାନା, ଖୁସି ଏବଂ ଅଗସ୍ତ୍ୟ ବହୁତ ଭଲ ଅଭିନୟ କରିଛନ୍ତି । ଖାସ୍‌ କରି ଫିଲ୍ମରେ ଅଗସ୍ତ୍ୟଙ୍କ ଅଭିନୟ ସମସ୍ତଙ୍କୁ ବହୁତ ପ୍ରଭାବିତ କରିଛି । ଟ୍ରେଲରରେ ଦେଖିବା ପାଇଁ ମିଳିଛି ଡ୍ୟାନ୍ସ, ଫ୍ରେଣ୍ଡ୍‌ସିପ୍‌, ରୋମାନ୍ସ ଏବଂ ଇମୋସନ୍‌ ମଧ୍ୟ ରହିଛି । ତେବେ ଆସନ୍ତୁ ଆମେ ଆଜି ଆପଣଙ୍କୁ ଜଣାଇବୁ, ଯେ ଏହି ଫିଲ୍ମଟି କମେଡି ବୁକ୍‌ ‘ଦ ଆର୍ଚ୍ଚିସ୍‌’ ଉପରେ ଆଧାରିତ ହୋଇଛି । ଫିଲ୍ମଟି ଡିସେମ୍ବର ୭ ରେ ନେଟଫ୍ଲିକ୍ସରେ ମୁକ୍ତିଲାଭ କରିବକୁ ଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.