Below header

ଦୀପର ଆଲୋକରେ ଝଲସି ଉଠିଲା ବ୍ରିଟେନ ପ୍ରଧାନମନ୍ତ୍ରୀଙ୍କ ଆବାସ, ପିଏମ୍‌ ଋଷି ସୁନକ ପତ୍ନୀଙ୍କ ସହ ପାଳନ କଲେ ଦୀପାବଳି

ଦୀପାବଳିର ୨ ଦିନ ପୂର୍ବରୁ ବ୍ରିଟେନରେ ପ୍ରଧାନମନ୍ତ୍ରୀଙ୍କ ବାସଭବନ ଅର୍ଥାତ୍ ଡାଉନିଙ୍ଗ୍‌ ଷ୍ଟ୍ରିଟ୍ ଦୀପର ଆଲୋକରେ ଝଲସି ଉଠିଛି। ପ୍ରଧାନମନ୍ତ୍ରୀ ଋଷି ସୁନକ ପତ୍ନୀ ଅକ୍ଷତା ମୂର୍ତ୍ତିଙ୍କ ସହ ତାଙ୍କ ବାସଭବନରେ ଏକ ସୁନ୍ଦର ଦୀପାବଳିର ଆୟୋଜନ କରିଥିଲେ। ଏହି ସମୟରେ ସେ ଭାରତୀୟ ପରମ୍ପରା ଅନୁସାରେ ଦୀପାବଳି ପାଳନ କରିଥିଲେ।

ଦୀପାବଳିର ୨ ଦିନ ପୂର୍ବରୁ ବ୍ରିଟେନରେ ପ୍ରଧାନମନ୍ତ୍ରୀଙ୍କ ବାସଭବନ ଅର୍ଥାତ୍ ଡାଉନିଙ୍ଗ୍‌ ଷ୍ଟ୍ରିଟ୍ ଦୀପର ଆଲୋକରେ ଝଲସି ଉଠିଛି। ପ୍ରଧାନମନ୍ତ୍ରୀ ଋଷି ସୁନକ ପତ୍ନୀ ଅକ୍ଷତା ମୂର୍ତ୍ତିଙ୍କ ସହ ତାଙ୍କ ବାସଭବନରେ ଏକ ସୁନ୍ଦର ଦୀପାବଳିର ଆୟୋଜନ କରିଥିଲେ। ଏହି ସମୟରେ ସେ ଭାରତୀୟ ପରମ୍ପରା ଅନୁସାରେ ଦୀପାବଳି ପାଳନ କରିଥିଲେ। ଉତ୍ସବରେ ପିଏମ୍‌ ସୁନକଙ୍କ ସହ ବହୁ ହିନ୍ଦୁ ପରିବାର ମଧ୍ୟ ଉପସ୍ଥିତ ଥିଲେ। ଏହି ଅବସରରେ ଋଷି ସୁନକ ବ୍ରିଟେନ ଏବଂ ସାରା ବିଶ୍ୱରେ ଥିବା ହିନ୍ଦୁ ସମ୍ପ୍ରଦାୟକୁ ଦୀପାବଳିର ଶୁଭେଚ୍ଛା ଜଣାଇଛନ୍ତି।

ବ୍ରିଟେନ୍‌ ପ୍ରଧାନମନ୍ତ୍ରୀଙ୍କ ତରଫରୁ ‘ଏକ୍ସ’ରେ ଲେଖାଯାଇଥିଲା, ‘ଅନ୍ଧକାର ଉପରେ ଆଲୋକର ବିଜୟ ଉତ୍ସବ ଦୀପାବଳି ପୂର୍ବରୁ ଆଜି ରାତିରେ ପ୍ରଧାନମନ୍ତ୍ରୀ ଋଷି ସୁନକ ଡାଉନିଙ୍ଗ୍‌ ଷ୍ଟ୍ରିଟରେ ହିନ୍ଦୁ ସମ୍ପ୍ରଦାୟର ଅତିଥିମାନଙ୍କୁ ସ୍ୱାଗତ କରିଥିଲେ। ବ୍ରିଟେନ ଏବଂ ସାରା ବିଶ୍ୱର ଲୋକଙ୍କୁ ଦୀପାବଳିର ଶୁଭେଚ୍ଛା’। ପ୍ରଧାନମନ୍ତ୍ରୀ ଋଷି ସୁନକ ଏବଂ ତାଙ୍କ ପତ୍ନୀ ଅକ୍ଷତା ମୂର୍ତ୍ତି ଦୀପ ଜଳାଉଥିବାର ଫଟୋଗୁଡ଼ିକୁ ୟୁକେ ପ୍ରଧାନମନ୍ତ୍ରୀଙ୍କ ଅଫିସିଆଲ୍ ‘ଏକ୍ସ’ ହ୍ୟାଣ୍ଡେଲରୁ ସେୟାର କରାଯାଇଛି।

କହି ରଖୁଛୁ, ପିଏମ୍‌ ସୁନକ ଅନେକ ବାର କହି ସାରିଛନ୍ତି ଯେ ସେ ଜଣେ ହିନ୍ଦୁ ହୋଇଥିବାରୁ ଗର୍ବିତ ଏବଂ ସମସ୍ତ ଭାରତୀୟ ପର୍ବ ପାଳନ କରନ୍ତି। ଏଥର ସେ ଦୀପାବଳି ପାଳନ କରିଛନ୍ତି। ଜି-୨୦ ଶିଖର ସମ୍ମିଳନୀ ପାଇଁ ନିକଟରେ ଭାରତ ଯାତ୍ରା ସମୟରେ ସୁନକ ଦମ୍ପତି ଦିଲ୍ଲୀର ପ୍ରସିଦ୍ଧ ଅକ୍ଷରଧାମ ମନ୍ଦିର ଯାଇ ପୂଜାର୍ଚ୍ଚନା କରିଥିଲେ। ଚଳିତ ବର୍ଷ ନଭେମ୍ବର ୧୨ରେ ଭାରତରେ ଦୀପାବଳି ପାଳନ କରାଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.