• Likes
  • Followers
  • Followers
  • Subscribers
  • Subscribe
  • Saturday, July 12, 2025

KNews Odisha KNews Odisha - Sabuthi Sabubele Hata Muthare Khabar

Logos
  • Home
  • ରାଜ୍ୟ
  • ଦେଶ ବିଦେଶ
  • ବ୍ୟବସାୟ ଓ ଅର୍ଥନୀତି
  • କ୍ରୀଡା
  • ଟେକ୍
  • ମନୋରଂଜନ
  • ସ୍ପେଶାଲ
  • ଲାଇଫ୍ ଷ୍ଟାଇଲ୍
  • ବିବିଧ
KNews Odisha
  • Home
  • ଟେକ୍
  • ସାବଧାନ ହୋଇଯାଆନ୍ତୁ Gmail ୟୁଜର, ଗୋଟିଏ ଭୁଲ ପାଇଁ ଡିଲିଟ୍‌ ହୋଇପାରେ ଆପଣଙ୍କ ଆକାଉଣ୍ଟ

ସାବଧାନ ହୋଇଯାଆନ୍ତୁ Gmail ୟୁଜର, ଗୋଟିଏ ଭୁଲ ପାଇଁ ଡିଲିଟ୍‌ ହୋଇପାରେ ଆପଣଙ୍କ ଆକାଉଣ୍ଟ

ଗୁଗଲ ନିକଟରେ ଘୋଷଣା କରିଛି ଯେ ୧ ଡିସେମ୍ବର ୨୦୨୩ ପରଠାରୁ ଏହାର ଇନ୍‌ ଆକ୍ଟିଭ Gmail ଆକାଉଣ୍ଟକୁ ଡିଲିଟ କରିବ । ଗୁଗଲର ପଲିସି ଅନୁସାରେ, ଦୁଇ ବର୍ଷ ଧରି ଇନଆକ୍ଟିଭ୍‌ ଥିବା ଆକାଉଣ୍ଟଗୁଡିକ ଡିଲିଟ ହୋଇଯିବ ।

By Subhalaxmi Das Last updated Nov 9, 2023
gmail
photo: macmagazine
WhatsApp Banner

ଯଦି ଆପଣ ଜଣେ Gmail ୟୁଜର ତେବେ ସାବଧାନ ହୋଇ ଯାଆନ୍ତୁ । ଆପଣଙ୍କ ଗୋଟିଏ ଭୁଲ ପାଇଁ ଡିଲିଟ୍‌ ହୋଇପାରେ ଆପଣଙ୍କ Gmail ଆକାଉଣ୍ଟ । ଗୁଗଲ ନିକଟରେ ଘୋଷଣା କରିଛି ଯେ ୧ ଡିସେମ୍ବର ୨୦୨୩ ପରଠାରୁ ଏହାର ଇନ୍‌ ଆକ୍ଟିଭ Gmail ଆକାଉଣ୍ଟକୁ ଡିଲିଟ କରିବ । ଗୁଗଲର ପଲିସି ଅନୁସାରେ, ଦୁଇ ବର୍ଷ ଧରି ଇନଆକ୍ଟିଭ୍‌ ଥିବା ଆକାଉଣ୍ଟଗୁଡିକ ଡିଲିଟ ହୋଇଯିବ । ଏଥିପାଇଁ ଗୁଗଲ ଡେଡଲାଇନ ଦେଇଛି । କିନ୍ତୁ ଯେଉଁମାନେ ନିୟମିତ ଭାବରେ Gmail, ଡକସ୍, କ୍ୟାଲେଣ୍ଡର ଏବଂ ଫଟୋ ଭଳି ଆପ୍ ବ୍ୟବହାର କରୁଛନ୍ତି ସେମାନଙ୍କ ପାଇଁ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ । କାରଣ କେବଳ ଇନଆକ୍ଟିଭ ୟୁଜରମାନଙ୍କ ଆକାଉଣ୍ଟ ହିଁ ଡିଲିଟି ହୋଇଯିବ । ଯଦି ଆପଣ କିଛି ସମୟ ପାଇଁ ଆପଣଙ୍କର ଗୁଗଲ୍ ଆକାଉଣ୍ଟରେ ଲଗ୍ ଇନ୍‌ କରିନାହାଁନ୍ତି ତେବେ ଗୁଗଲ ଆକ୍ସନ ନେବ । ଗୁଗଲ ଏଥିପାଇଁ ଏକ ନୂଆ ପଲିସି ପ୍ରସ୍ତୁତ କରିଛି । ଗୁଗଲ ଅନୁସାରେ ଯେଉଁ ଆକାଉଣ୍ଟଗୁଡିକ ବ୍ୟବହାର କରାଯାଉନାହିଁ, ସେହି ଆକାଉଣ୍ଟଗୁଡ଼ିକ ସାଇବର ଆଟାକର ଶିକାର ହେବାର ଅଧିକ ସମ୍ଭାବନା ରହିଛି ।

ଯଦି ଆପଣ ମଧ୍ୟ ଚାହୁଁଛନ୍ତି ଆପଣଙ୍କର ଗୁଗଲ୍ ଆକାଉଣ୍ଟ୍ ଡିଲିଟ୍ ନ ହେଉ ତେବେ ତୁରନ୍ତ ଆପଣଙ୍କ ଆକାଉଣ୍ଟକୁ ଲଗ୍ଇନ୍ କରନ୍ତୁ । ଯଦି ଆପଣ ଆପଣଙ୍କର ପାସୱାର୍ଡ ଭୁଲି ଯାଇଛନ୍ତି, ଏହାକୁ ରିସେଟ୍ କରନ୍ତୁ । ଏହା ବ୍ୟତୀତ, ସିକ୍ୟୁରିଟି ଚେକ୍‌ କରନ୍ତୁ ଏବଂ ଦୁଇଟି ଫ୍ୟାକ୍ଟର୍ ଅଥେଣ୍ଟିକେସନକୁ ଅନ୍‌ କରନ୍ତୁ । ଜାଣି ରଖନ୍ତୁ ଗୁଗଲର ଏହି ଘୋଷଣା କେବଳ ପର୍ସନାଲ ଗୁଗଲ୍ ଆକାଉଣ୍ଟକୁ ପ୍ରଭାବିତ କରିବ । ସ୍କୁଲ, ଅର୍ଗାନାଇଜେସନ ଏବଂ ବିଜେନେସ ଆକାଉଣ୍ଟରେ ଏହା ପ୍ରଭାବ ପକାଇବ ନାହିଁ । ଆକାଉଣ୍ଟ ଡିଲିଟ କରିବା ପୂର୍ବରୁ ଗୁଗଲ ଏଭଳି ୟୁଜରଙ୍କୁ ଅନେକ ନୋଟିଫିକେସନ୍‌ ପଠାଉଛି ଏବଂ ରିକଭରି ପାଇଁ କହୁଛି ।

ଏହି ପଲିସି ଆଣିବା ପଛର କାରଣ ହେଉଛି ସିକ୍ୟୁରିଟିକୁ ବଢ଼ାଇବା । ପୁରୁଣା ଏବଂ ଇନଆକ୍ଟିଭ୍‌ ଆକାଉଣ୍ଟଗୁଡିକ ସାଇବର ବିପଦ ପାଇଁ ଅସୁରକ୍ଷିତ । ଗୁଗଲ କହିଛି ଯେ, ଯଦି ଅତି କମରେ ୨ବର୍ଷ ପାଇଁ ଏକ ଗୁଗଲ୍ ଆକାଉଣ୍ଟ୍ ବ୍ୟବହାର ହୋଇନାହିଁ କିମ୍ବା ସାଇନ୍ ଇନ୍ ହୋଇନାହିଁ, ତେବେ ଏହି ଆକାଉଣ୍ଟ ଏବଂ ଏହାର କଣ୍ଟେଟକୁ ଡିଲିଟ କରାଯିବ । ଗୁଗଲର ରିସର୍ଚ୍ଚରୁ ଜଣାପଡିଛି ଯେ ଇନଆକ୍ଟିଭ୍‌ ଆକାଉଣ୍ଟଗୁଡିକ ସ୍କାମର୍ ଏବଂ ଠକମାନଙ୍କର ଶିକାର ହେବାର ସମ୍ଭାବନା ରହିଛି । ଯଦି ଆପଣ ନିଜ ଆକାଉଣ୍ଟକୁ ଡିଲିଟ ହେବାରୁ ବଞ୍ଚାଇବାକୁ ଚାହୁଁଛନ୍ତି ତେବେ ତୁରନ୍ତ ଆକାଉଣ୍ଟକୁ ଲଗଇନ୍‌ କରନ୍ତୁ ।

 

gmailgmail account
Share FacebookTwitterWhatsAppEmailFacebook MessengerPinterestReddItLinkedinTelegram
Recent Posts
  • ଡେଲାଙ୍ଗରେ ସ୍ପଷ୍ଟ ହେଲା ବାର୍ଡ ଫ୍ଲୁ: ସଂକ୍ରମିତ ସ୍ଥାନରୁ ୧୦…

    Jul 12, 2025 0
  • କେନ୍ଦ୍ରମନ୍ତ୍ରୀ ଚିରାଗ ପାସୱାନଙ୍କୁ ବୋମା ଧମକ

    Jul 12, 2025 0
  • କେନ୍ଦ୍ରମନ୍ତ୍ରୀ ଚିରାଗ ପାସୱାନଙ୍କୁ ବୋମା ଧମକ, ପୋଲିସ୍ ଆରମ୍ଭ…

    Jul 12, 2025 0
  • ପେଟ୍ରୋଲ ଓ ଡିଜେଲର ନୂଆ ମୂଲ୍ୟ, ଜାଣନ୍ତୁ କାଲି ଅପେକ୍ଷା ଆଜି…

    Jul 12, 2025 0
  • ଆତ୍ମସମର୍ପଣ କଲେ ୨୨ ମାଓବାଦୀ, ଥିଲା ୩୭ ଲକ୍ଷ ଟଙ୍କାର ପୁରଷ୍କାର…

    Jul 12, 2025 0
  • ବୌଦ୍ଧ ପୀଠ ଉପରେ ଏୟାର ଷ୍ଟ୍ରାଇକ୍, ୨୩ ମୃତ, ୧୫୦ରୁ ଅଧିକ ଆହତ

    Jul 12, 2025 0
  • Founder’s Message
  • Contact us
  • Advertise
  • Privacy Policy
  • Terms Of Service
  • Disclaimer
© 2025 - Knews Odisha. All Rights Reserved.
Portal Devloped & Maintained by knewsodisha
  • Home
  • ରାଜ୍ୟ
  • ଦେଶ ବିଦେଶ
  • ବ୍ୟବସାୟ ଓ ଅର୍ଥନୀତି
  • କ୍ରୀଡା
  • ଟେକ୍
  • ମନୋରଂଜନ
  • ସ୍ପେଶାଲ
  • ଲାଇଫ୍ ଷ୍ଟାଇଲ୍
  • ବିବିଧ