୧୫ ରୁ ୨୨ ଯାଏଁ ଦିଲ୍ଲୀ ଆସୁଥିବା ୮୦ଟି ଟ୍ରେନକୁ ରଦ୍ଦ କଲା ରେଳବାଇ, ୫୭ଟିର ବଦଳିଲା ରୁଟ୍

ରେଳଯାତ୍ରୀ ମାନଙ୍କୁ ଏକ ଅସୁବିଧାର ସାମ୍ନା କରିବାକୁ ପଡିବ। ୧୫ରୁ ୨୨ଜୁଲାଇ ପର୍ଯ୍ୟନ୍ତ ନୂଆଦିଲ୍ଲୀ ରେଳଷ୍ଟେସନରୁ ଚାଲିବାକୁ ଥିବା ୮୦ଟି ଟ୍ରେନ ବନ୍ଦ କରିଦିଆଯାଇଛି। କେବଳ ସେତିକି ନୁହେଁ ୫୭ଟି ଟ୍ରେନର ରୁଟ୍ ମଧ୍ୟ ପରିବର୍ତ୍ତନ କରାଯାଇଛି। ନୂଆଦିଲ୍ଲୀରୁ ତିଳକ ବ୍ରିଜ ରେଳଷ୍ଟେସନ ମଧ୍ୟରେ ୫ ଏବଂ ୬ ନମ୍ବର ରେଳପଥ ବନାଇବା ପାଇଁ ଇଣ୍ଟରଲିଙ୍କ କାମ ଆରମ୍ଭ କରିଦିଆଯାଇଛି ଯେଉଁ କାରଣରୁ ଏପରି ନିଷ୍ପତ୍ତି ନିଆଯାଇଛି। ଯାତ୍ରୀମାନଙ୍କୁ ୧୮ରୁ ୨୧ ଜୁଲାଇ ପର୍ଯ୍ୟନ୍ତ ଅଧିକ ଅସୁବିଧାର ସାମ୍ନା କରିବାକୁ ପଡିବ କାରଣ ଏହି ସମୟରେ ଅଧିକରୁ ଅଧିକ ଟ୍ରେନ ଗୁଡିକ ବାତିଲ କରିଦିଆଯିବ।

ଅଧିକାରୀମାନଙ୍କ କହିବା ଅନୁଯାୟୀ ଦୁଇଟି ନୂଆ ରେଳ ଧାରଣା ଆରମ୍ଭ କରିବା ପରେ ଏହା ଟ୍ରେନଗୁଡିକୁ ନୂଆଦିଲ୍ଲୀରେ ଠିକ ସମୟରେ ପହଁଚିବା ପାଇଁ ସାହାଯ୍ୟ କରିବ। ସୂଚନା ଅନୁଯାୟୀ ବର୍ତ୍ତମାନ ନୂଆଦିଲ୍ଲୀରୁ ତିଳକ ବ୍ରିଜ ମଧ୍ୟରେ ମାତ୍ର ୪ଟି ଧାରଣା ରହିଛି ଯାହାକି ଟ୍ରେନ ସଂଖ୍ୟା ହିସାବରେ ବହୁତ କମ ଅଟେ। ପର୍ଯ୍ୟାପ୍ତ ରେଳପଥ ନଥିବା କାରଣରୁ ନୂଆଦିଲ୍ଲୀରୁ ଆସୁଥିବା ଏବଂ ଏଠାରୁ ଯାଉଥିବା ଟ୍ରେନ ଗୁଡିକ ମଧ୍ୟରେ ଠିକ ସମୟରେ ପହଁଚିବା ପାଇଁ ବହୁତ ଅସୁବିଧାର ସମ୍ମୁଖୀନ ହେବାକୁ ପଡେ। ନୂଆ ରେଳପଥ ତିଆରି ହେବା ପରେ ଏହିସବୁ ଅସୁବିଧାର ସମାଧାନ ହୋଇଯିବ ବୋଲି ଜଣେ ରେଳ ଅଧିକାରୀ ସୂଚନା ଦେଇଛନ୍ତି।

୧୯୭୮ ମସିହାରେ ତିଆରି ହୋଇଥିଲା ତିଳକ ବ୍ରିଜ। ସେହି ସମୟରେ ପାଖପାଖି ୮୦ଟି ଟ୍ରେନ ଚଳାଚଳ କରୁଥିଲା କିନ୍ତୁ ବର୍ତ୍ତମାନ ଟ୍ରେନ ସଂଖ୍ୟା ବଢିଯାଇଛି ଓ ଏବେ ଦୈନିକ ପାଖାପାଖି ୩୫୦ଟି ଟ୍ରେନ ଚଳାଚଳ କରୁଛି। ୨.୬ କିଲୋମିଟର ଲମ୍ବା ଦୁଇଟି ନୂଆ ରେଳପଥ ପାଇଁ ପାଖାପାଖି ୧୪୦ କୋଟି ଟଙ୍କା ଖର୍ଚ୍ଚ ହେବବୋଲି ସୂଚନା ମିଳିଛି।

KNews Bureau

Recent Posts

ଟି୨୦ ବିଶ୍ୱକପ ୨୦୨୪: ଭାରତୀୟ ଖେଳାଳିଙ୍କୁ ରାଷ୍ଟ୍ରପତି ସ୍ତରୀୟ ସୁରକ୍ଷା ବ୍ୟବସ୍ଥା, ISIS ଠାରୁ ମିଳିଥିଲା ଧମକ

ଆଜି ଟି୨୦ ବିଶ୍ୱକପରେ ମୁହାଁମୁହିଁ ହେବେ ଭାରତ ଏବଂ ପାକିସ୍ତାନ । ନ୍ୟୁୟର୍କର ନାସାଉ କାଉଣ୍ଟି କ୍ରିକେଟ ଷ୍ଟାଡିୟମରେ ପରସ୍ପର…

10 mins ago

ସକ୍ରିୟ ରାଜନୀତିରୁ ସନ୍ନ୍ୟାସ ନେଲେ ଭି କାର୍ତ୍ତିକ ପାଣ୍ଡିଆନ, ଭିଡିଓ ବାର୍ତ୍ତା ଜରିଆରେ କଲେ ଘୋଷଣା

ଭୁବନେଶ୍ବର: ଭିକେ ପାଣ୍ଡିଆନ ସକ୍ରିୟ ରାଜନୀତିରୁ ଅବସର ନେଇଗଲେ । ନିର୍ବାଚନରେ ହାରିଲେ ସେ ରାଜନୀତି ଛାଡ଼ିବେ ବୋଲି କହିଥିଲେ…

12 mins ago

ଦୁଇ ବର୍ଷରୁ କମ୍ ପିଲାଙ୍କୁ ଲେମ୍ବୁ ପାଣି ଦେବା ଉଚିତ କି ? ଜାଣନ୍ତୁ ଏକ୍ସପର୍ଟଙ୍କ ମତ

ଗ୍ରୀଷ୍ମ ସମୟରେ ସବୁ ଲୋକ ଲେମ୍ବୁ ପାଣି ପିଇବା ପାଇଁ ବହୁତ ପସନ୍ଦ କରନ୍ତି । ଏହା କେବଳ ଶୋଷ…

23 mins ago

ଭୂତଳ ଜଳକୁ ପ୍ରଦୂଷିତ କରୁଛି ଡମ୍ପିଂ ୟାର୍ଡ଼, ଅସ୍ୱାସ୍ଥ୍ୟକର ପରିବେଶରେ ନିଶ୍ୱାସ ନେଇ ପାରୁନାହାଁନ୍ତି ଲୋକେ

ପୁରୀ: କଠିନ ବର୍ଜ୍ୟବସ୍ତୁ ପରିଚାଳନା ପ୍ରକଳ୍ପ ଯୋଗୁଁ ଭୂତଳ ଜଳ ପ୍ରଦୂଷିତ ହୋଇଛି । ପୁରୀ ବଳିଆପଣ୍ଡାଠାରେ ଏକ ବିଶାଳ…

26 mins ago

ହସ୍ପିଟାଲରୁ ନବଜାତକ ଚୋରି ଅଭିଯୋଗ, ସିସିଟିଭି ଫୁଟେଜ ଯାଞ୍ଚ କରୁଛି ପୋଲିସ

ବାଲେଶ୍ୱର : ବାଲେଶ୍ୱର ଜିଲ୍ଲା ହସ୍ପିଟାଲ ମାଆ ଓ ଶିଶୁ ସ୍ୱାସ୍ଥ୍ୟ କେନ୍ଦ୍ରରୁ ଆଜି ସକାଳେ ପୁଣି ଏକ ନବଜାତକ…

28 mins ago

ଅଳ୍ପକେ ବର୍ତ୍ତିଗଲେ ଯାତ୍ରୀ, ଗୋଟିଏ ରନୱେରେ ଦୁଇଟି ବିମାନ : ଭିଡିଓ ଭାଇରଲ

ଅଳ୍ପକେ ବର୍ତ୍ତିଲା ବଡ ବିମାନ ଦୁର୍ଘଟଣା । ବଞ୍ଚିଗଲେ ଅନେକ ଯାତ୍ରୀ । ନଚେତ କିଛି ସେକେଣ୍ଡରେ ଚାଲିଯାଇଥାନ୍ତା ଅନେକ…

36 mins ago