ରୁଷ୍ର ଭୋଲକୋଭ୍ ନଦୀରେ ବୁଡ଼ିଯାଇଥିବା ସମସ୍ତ ୪ ଭାରତୀୟ ଛାତ୍ରଛାତ୍ରୀଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତକମାନେ ସମସ୍ତେ ମହାରାଷ୍ଟ୍ରର ବାସିନ୍ଦା ଥିଲେ । ମହାରାଷ୍ଟ୍ରର ଜଣେ ସରକାରୀ ଅଧିକାରୀ ଏହି ସୂଚନା ଦେଇଛନ୍ତି । ଜଲଗାଓଁ କଲେକ୍ଟର ଆୟୁଷ ପ୍ରସାଦ କହିଛନ୍ତି ଯେ ଜୁନ୍ ୪ରେ ରୁଷ୍ର ଏକ ନଦୀରେ ୪ ଜଣ ଛାତ୍ରଛାତ୍ରୀ ବୁଡ଼ି ଯାଇଥିଲେ । ଘଟଣାର ଦୁଇ ଦିନ ପରେ ଦୁଇ ଜଣଙ୍କ ମୃତଦେହ ମିଳିଥିଲା । ଆଜି ସକାଳେ ଆଉ ଦୁଇଟି ମୃତଦେହ ଉଦ୍ଧାର କରାଯାଇଥିବା ରୁଷ୍ର ଅଧିକାରୀମାନେ କହିଛନ୍ତି ।
ଛାତ୍ରଛାତ୍ରୀଙ୍କ ମୃତଦେହକୁ ମୁମ୍ବାଇ ଅଣାଯାଉଛି । ପରେ ସେମାନଙ୍କୁ ଜଲଗାଓଁରେ ଥିବା ସେମାନଙ୍କ ପୈତୃକ ସ୍ଥାନକୁ ନିଆଯିବ । ଜଲଗାଓଁ କଲେକ୍ଟରଙ୍କ ସୂଚନା ଅନୁସାରେ, ମୃତ ଛାତ୍ରଛାତ୍ରୀ ହେଲେ ହର୍ଷଲ ଅନନ୍ତରାଓ ଦେସାଲେ, ଜିଶାନ ଅଶପକ୍ ପିଞ୍ଜାରୀ, ଜିୟା ଫିରୋଜ ପିଞ୍ଜାରୀ ଓ ମଲିକ ଗୁଲାମଗାଉସ୍ ମହମ୍ମଦ ୟାକୁବ ।
ଅନ୍ୟ ଜଣେ ଛାତ୍ରୀ ନିଶା ଭୂପେଶ ସୋନାୱାନଙ୍କୁ ଉଦ୍ଧାର କରି ନିଆଯାଇଥିଲା । ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସମସ୍ତଙ୍କ ବୟସ ୧୮ରୁ ୨୦ ବର୍ଷ ମଧ୍ୟରେ ବୋଲି ଜଣାପଡ଼ିଛି । ଏହି ଛାତ୍ରଛାତ୍ରୀମାନେ ରୁଷ୍ର ୟାରୋସ୍ଲାଭ୍-ଦି-ୱାଇଜ୍ ନୋଭଗୋରୋଡ୍ ଷ୍ଟେଟ୍ ୟୁନିଭର୍ସିଟିରେ ଅଧ୍ୟୟନ କରୁଥିଲେ ।
ଘଟଣା ସମ୍ପର୍କରେ ବିଶ୍ୱବିଦ୍ୟାଳୟର ଜଣେ ଅଧିକାରୀ କହିଛନ୍ତି ଯେ ଛାତ୍ରଛାତ୍ରୀମାନେ ଭୋଲକୋଭ୍ ନଦୀ କୂଳରେ ବୁଲୁଥିଲେ । ଏହି ସମୟରେ କୌଣସି ମତେ ସେମାନେ ପାଣିରେ ପଡ଼ିଯାଇଥିଲେ । ଜିଶାନ ପିଞ୍ଜାରୀଙ୍କ ପରିବାର ସଦସ୍ୟ କହିଛନ୍ତି, ଜିଶାନ ବାପା, ମାଆଙ୍କ ସହ ଭିଡିଓ କଲରେ ଥିଲେ । ଏହି ସମୟରେ ସେ ଏବଂ ଅନ୍ୟ ତିନିଜଣ ସାଙ୍ଗ ନଦୀରେ ବୁଡ଼ି ଯାଇଥିଲେ ।
ପରିବାରର କହିବା ହେଲା, ଯେତେବେଳେ ସେମାନେ ନଦୀକୁ ଯାଇଥିଲେ, ଜିଶାନ ଭିଡିଓ କଲ୍ରେ ଥିଲେ । ତାଙ୍କ ବାପା ଏବଂ ପରିବାରର ଅନ୍ୟମାନେ ସେମାନଙ୍କୁ ପାଣିରୁ ବାହାରି ଆସିବାକୁ କହିଥିଲେ । ହେଲେ ସେହି ସମୟରେ ହଠାତ୍ ଏକ ଉଚ୍ଚ ଲହରୀ ମାଡ଼ି ଆସିଥିଲା, ଯେଉଁଥିରେ ଜିଶାନଙ୍କ ସମେତ ସମସ୍ତେ ଭାସି ଯାଇଥିଲେ । ଜିଶାନ ଓ ଜିୟା ଦୁଇ ଜଣ ଭାଇଭଉଣୀ ଥିଲେ ।
ବଢ଼ିଲା ବିଭବ କୁମାରଙ୍କ ନ୍ୟାୟିକ ହେପାଜତ । ଦିଲ୍ଲୀ ମହିଳା ଆୟୋଗର ପୂର୍ବତନ ଅଧ୍ୟକ୍ଷା ତଥା ରାଜ୍ୟସଭା ସାଂସଦ ସ୍ୱାତି…
ସୋନାକ୍ଷୀ ସିହ୍ନା ଏବଂ ଜାହିର ଇକବାଲଙ୍କ ବିବାହକୁ ନେଇ ଅନେକ ଦିନ ହେବ ସୋସିଆଲ ମିଡିଆରେ ଖୁବ୍ ଚର୍ଚ୍ଚା ଚାଲିଛି…
ମହାରାଷ୍ଟ୍ରର ଠାଣେର ଉପବନ ଅଞ୍ଚଳରେ ଶୁକ୍ରବାର ରାତିରେ ଏକ ବଡ଼ ଦୁର୍ଘଟଣା ଘଟିଛି । ଏଠାରେ ଥିବା ଫୁଟବଲ୍ ଟର୍ଫ…
ଅନେକ କୁନି କୁନି ପିଲା ଥାଆନ୍ତି, ଯେଉଁ ମାନଙ୍କର ଦାନ୍ତ ଉଠେନି । ଏପରିକି ଅନେକ ସମୟରେ ବୟସ୍କ ବ୍ୟକ୍ତିଙ୍କର…
ଖୋର୍ଦ୍ଧା(କେନ୍ୟୁଜ): ଖୋର୍ଦ୍ଧା ସହରକୁ ପ୍ରତିଦିନ ଲକ୍ଷ ଲକ୍ଷ ଲୋକଙ୍କ ଯାଆସ । ଏତେ ଲୋକଙ୍କ ଭିଡ ଭିତରେ ଏଠି କେମିତି ଚାଲିଛି…
ପୁରୀ (କେନ୍ୟୁଜ) : ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା । ଆଜି ସ୍ନାନ ବେଦୀରୁ ଗଜବେଶରେ ଅଗଣିତ ଭକ୍ତଙ୍କୁ ଦର୍ଶନ…