ଥମିବାର ନାଁ ନେଉନି ମହାମାରୀ କରୋନା। କରୋନା ସଂକ୍ରମଣରେ ପ୍ରତିଦିନ ହଜାର ହଜାର ଲୋକଙ୍କ ଜୀବନ ଯାଉଥିବା ବେଳେ ଏବେ ପୁନଃସଂକ୍ରମଣ ବି ଦେଖା ଦେଇଛି। କରୋନା ପୁନଃସଂକ୍ରମଣରେ ବିଶ୍ୱର ପ୍ରଥମ ମୃତ୍ୟୁ ଘଟିଛି। ନେଦରଲ୍ୟାଣ୍ଡର ଜଣେ ୮୯ ବର୍ଷୀୟା ମହିଳା ଦ୍ୱିତୀୟ ଥର କରୋନା ସଂକ୍ରମିତ ହୋଇ ପ୍ରାଣ ହରାଇଛନ୍ତି। କରୋନାରୁ ସୁସ୍ଥ ହେବାର ୫୯ ଦିନ ଭିତରେ ମହିଳା ଜଣକ ପୁନଃ ସଂକ୍ରମଣର ଶିକାର ହୋଇଥିଲେ। ଏବେ ଉକ୍ତ ମହିଳାଙ୍କ ମୃତ୍ୟୁ ଘଟିଛି। ତେବେ କରୋନାରେ ପୁଣିଥରେ ସଂକ୍ରମିତ ହୋଇ ପ୍ରାଣ ହରାଇବାରେ ଏହା ବିଶ୍ୱର ପ୍ରଥମ ଘଟଣା।
ମୃତା ମହିଳା ଜଣକ ବିରଳ ହାଡ଼ କ୍ୟାନସରରେ ମଧ୍ୟ ପୀଡ଼ିତ ଥିଲେ। ରିପୋର୍ଟ ମୁତାବକ କୋଭିଡ୍ରୁ ସୁସ୍ଥ ହେବା ପରେ ମହିଳା କ୍ୟାନସରର ଥେରାପୀ ନେଇଥିଲେ। ତେଣୁ ତାଙ୍କ ରୋଗ ପ୍ରତିରୋଧକ ଶକ୍ତି ସୀମିତ ହୋଇଯାଇଥିଲା ଓ ସେ ପୁଣି କରୋନାରେ ଆକ୍ରାନ୍ତ ହୋଇଥିଲେ।
ତେବେ ପ୍ରଥମ ଥର ସଂକ୍ରମିତ ହେବା ପରେ ତାଙ୍କୁ ପ୍ରବଳ ଜ୍ୱର ହେବା ସହ କଫ ବି ହୋଇଥିଲା। ଅବସ୍ଥା ଗୁରୁତର ହେବାରୁ ପରିବାର ଲୋକେ ତାଙ୍କୁ ମେଡିକାଲରେ ଭର୍ତ୍ତି କରିଥିଲେ। ୫ ଦିନ ଧରି ଚିକିତ୍ସିତ ହେବା ପରେ ସେ ଡିସ୍ଚାର୍ଜ ହୋଇଥିଲେ। କିନ୍ତୁ ୫୯ ଦିନ ପରେ ପୁଣି କରୋନା ଲକ୍ଷଣ ପ୍ରକାଶ ପାଇଥିଲା। ଟେଷ୍ଟ କରିବାକୁ ରିପୋର୍ଟ କରୋନା ପଜିଟିଭ୍ ଆସିଥିଲା। ଦୁଇ ସପ୍ତାହ ପରେ ତାଙ୍କ ମୃତ୍ୟୁ ଘଟିଛି।
ଭୁବନେଶ୍ୱର: ଆଜିଠୁ ୪ଦିନ ଯାଏ ବର୍ଷା । ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ବଙ୍ଗୋପସାଗରରେ…
ନୂଆଦିଲ୍ଲୀ: ଆଜି ଲୋକସଭା ବାଚସ୍ପତି ନିର୍ବାଚନ । ସ୍ଵାଧୀନତା ପରେ ପ୍ରଥମ ଥର ପାଇଁ ଲୋକସଭା ବାଚିସ୍ପତି ପଦବୀ ପାଇଁ…
ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…
ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…
ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…
ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…