କରୋନା ପୁନଃ ସଂକ୍ରମଣ ଯୋଗୁ ନେଦରଲ୍ୟାଣ୍ଡରେ ବିଶ୍ୱରେ ପ୍ରଥମ ମୃତ୍ୟୁ

ଥମିବାର ନାଁ ନେଉନି ମହାମାରୀ କରୋନା। କରୋନା ସଂକ୍ରମଣରେ ପ୍ରତିଦିନ ହଜାର ହଜାର ଲୋକଙ୍କ ଜୀବନ ଯାଉଥିବା ବେଳେ ଏବେ ପୁନଃସଂକ୍ରମଣ ବି ଦେଖା ଦେଇଛି। କରୋନା ପୁନଃସଂକ୍ରମଣରେ ବିଶ୍ୱର ପ୍ରଥମ ମୃତ୍ୟୁ ଘଟିଛି। ନେଦରଲ୍ୟାଣ୍ଡର ଜଣେ ୮୯ ବର୍ଷୀୟା ମହିଳା ଦ୍ୱିତୀୟ ଥର କରୋନା ସଂକ୍ରମିତ ହୋଇ ପ୍ରାଣ ହରାଇଛନ୍ତି। କରୋନାରୁ ସୁସ୍ଥ ହେବାର ୫୯ ଦିନ ଭିତରେ ମହିଳା ଜଣକ ପୁନଃ ସଂକ୍ରମଣର ଶିକାର ହୋଇଥିଲେ। ଏବେ ଉକ୍ତ ମହିଳାଙ୍କ ମୃତ୍ୟୁ ଘଟିଛି। ତେବେ କରୋନାରେ ପୁଣିଥରେ ସଂକ୍ରମିତ ହୋଇ ପ୍ରାଣ ହରାଇବାରେ ଏହା ବିଶ୍ୱର ପ୍ରଥମ ଘଟଣା।

ମୃତା ମହିଳା ଜଣକ ବିରଳ ହାଡ଼ କ୍ୟାନସରରେ ମଧ୍ୟ ପୀଡ଼ିତ ଥିଲେ। ରିପୋର୍ଟ ମୁତାବକ କୋଭିଡ୍‌ରୁ ସୁସ୍ଥ ହେବା ପରେ ମହିଳା କ୍ୟାନସରର ଥେରାପୀ ନେଇଥିଲେ। ତେଣୁ ତାଙ୍କ ରୋଗ ପ୍ରତିରୋଧକ ଶକ୍ତି ସୀମିତ ହୋଇଯାଇଥିଲା ଓ ସେ ପୁଣି କରୋନାରେ ଆକ୍ରାନ୍ତ ହୋଇଥିଲେ।

covid

ତେବେ ପ୍ରଥମ ଥର ସଂକ୍ରମିତ ହେବା ପରେ ତାଙ୍କୁ ପ୍ରବଳ ଜ୍ୱର ହେବା ସହ କଫ ବି ହୋଇଥିଲା। ଅବସ୍ଥା ଗୁରୁତର ହେବାରୁ ପରିବାର ଲୋକେ ତାଙ୍କୁ ମେଡିକାଲରେ ଭର୍ତ୍ତି କରିଥିଲେ। ୫ ଦିନ ଧରି ଚିକିତ୍ସିତ ହେବା ପରେ ସେ ଡିସ୍‌ଚାର୍ଜ ହୋଇଥିଲେ। କିନ୍ତୁ ୫୯ ଦିନ ପରେ ପୁଣି କରୋନା ଲକ୍ଷଣ ପ୍ରକାଶ ପାଇଥିଲା। ଟେଷ୍ଟ କରିବାକୁ ରିପୋର୍ଟ କରୋନା ପଜିଟିଭ୍‌ ଆସିଥିଲା। ଦୁଇ ସପ୍ତାହ ପରେ ତାଙ୍କ ମୃତ୍ୟୁ ଘଟିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.