ରାଇରଙ୍ଗପୁର ମୁଖ୍ୟ ବଜାରରେ ଥିବା ପ୍ରେଣ୍ଟସ୍‌ କର୍ଣ୍ଣର ମାର୍କେଟ କମ୍ଲେକସରେ ଭୟାବହ ଅଗ୍ନିକାଣ୍ଡ, ଜଳିପୋଡି ଛାରଖାର ହୋଇଗଲା ୫ ଦୋକାନ

 ରାଇରଙ୍ଗପୁର: ଭୟାବହ ଅଗ୍ନିକାଣ୍ଡ। ଜଳିପୋଡି ଛାରଖାର ହୋଇଗଲା ୫ ଦୋକାନ। ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ମୁଖ୍ୟ ବଜାରରେ ଥିବା ପ୍ରେଣ୍ଟସ୍‌ କର୍ଣ୍ଣର ମାର୍କେଟ କମ୍ଲେକସରେ ନିଆଁ ଲାଗିଛି। କମ୍ଲେକ୍ସରେ ଥିବା ୫ଟି ଯାକ ବଡ ଦୋକାନରେ ନିଆଁ ଲାଗିଛି।

ଫଳରେ ଦୋକାନରେ ଥିବା ଜିନିଷପତ୍ର ସବୁ ଜଳିଯାଇଛି। ପ୍ରାୟ କୋଟିଏରୁ ଅଧିକ ସମ୍ପତ୍ତି ପାଉଁଶ ହୋଇଯାଇଛି। ନିଆଁଲିଭା କାର୍ଯ୍ୟରେ ୧୦ଟି ଦମକଳ ବାହିନୀ ନିୟୋଜିତ ଅଛନ୍ତି। ଚାରିଆଡେ ଧୂଆଁରେ ଭର୍ତ୍ତି ହୋଇଯାଇଛି। ପାଖରେ ପେଟ୍ରୋଲ ପମ୍ପ ଥିବାରୁ ଚିନ୍ତା ଆହୁରି ବଢିଯାଇଛି। ତେବେ ଅଗ୍ନିକାଣ୍ଡର କାରଣ ଜଣାପଡିନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.