ଖୋର୍ଦ୍ଧା ସାରୁଅରେ ଆରମ୍ଭ ହୋଇଛି OTV ଷ୍ଟୁଡିଓର ପାଚେରୀ ଭଙ୍ଗା କାର୍ଯ୍ୟ

ଖୋର୍ଦ୍ଧା : ଖୋର୍ଦ୍ଧା ସାରୁଅରେ ଆରମ୍ଭ ହୋଇଛି OTV ଷ୍ଟୁଡିଓର ପାଚେରୀ ଭଙ୍ଗା କାର୍ଯ୍ୟ । ପୋଖରୀ ଓ ଚାଷଜମିକୁ ବାଟ ନ ଛାଡିବା ନେଇ ଗାଁ ଲୋକେ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି।

ଜଣେ ଅନୁସୂଚିତ ଜାତି ଲୋକଙ୍କ ମାଧ୍ୟମରେ ବେଗୁନିଆ ତହସଲିରେ କିଛି SC ବର୍ଗ ବ୍ୟକ୍ତିଙ୍କ ଜମିହଡ଼ପ ନେଇ ଅଭିଯୋଗ ହୋଇଥିଲା । ସେପଟେ ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ତହସିଲ୍‌ ସାରୁଅରେ ଓଡ଼ିଶା ଇନଫ୍ରାଟେକ ପ୍ରା. ଲି ବେନାମୀ ଜମି କାରବାର ଅଭିଯୋଗ ମାମଲାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ । ଏନେଇ ରାଜସ୍ୱ ବିଭାଗ ପକ୍ଷରୁ କ୍ରାଇମ୍‌ବ୍ରାଞ୍ଚକୁ ଚିଠି ଲେଖାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.