ନୂଆ ରୂପରେ ଆସିଲା ଫେସ୍‌ବୁକ୍‌ ମେସେଞ୍ଜର, ଖୁବ୍‌ଶୀଘ୍ର ଇନ୍‌ଷ୍ଟାଗ୍ରାମ୍‌ ଭଳି ମିଳିବ ନୂଆ ଫିଚର୍ସ

ଫେସ୍‌ବୁକ୍‌ ମେସେଞ୍ଜର ଆପ୍‌ ଏବେ ଆପଣଙ୍କୁ ନୂଆ ରୂପରେ ଦେଖିବାକୁ ମିଳିବ। ନିକଟରେ ଫେସ୍‌ବୁକ୍‌ ଇନ୍‌ଷ୍ଟାଗ୍ରାମ୍‌ ଡାଇରେକ୍ଟ ମେସେଜ୍‌କୁ ଫେସ୍‌ବୁକ୍‌ ମେସେଞ୍ଜର ସହ ମର୍ଜ କରିବା ଅପସନ୍‌ ଉପଲବ୍ଧ କରିଛି। ଏବେ ମେସେଞ୍ଜରକୁ ବି ଇନ୍‌ଷ୍ଟାଗ୍ରାମ୍‌ ଭଳି କରି ଦିଆଯାଇଛି। ମେସେଞ୍ଜର ଆପ୍‌ର ରଙ୍ଗକୁ ବଦଳାଇ ଏବେ ଇନ୍‌ଷ୍ଟାଗ୍ରାମ୍‌ ଭଳି କରିଦିଆଯାଇଛି। ଏଥିସହ ଏଥିରେ ଆଉ କେତେକ ନୂଆ ଫିଚର ବି ଯୋଡ଼ାଯାଇଛି। ମେସେଞ୍ଜର ଆପ୍‌ରେ ଆପଣଙ୍କୁ ନୂଆ ଚାଟ୍‌ ଥିମ୍‌ସ, ସେଲଫି ଷ୍ଟିକର୍ସ ଓ ଭ୍ୟାନିସ୍‌ ମୋଡ୍‌ ଅପସନ୍‌ ମିଳିବ।

insta

ମେସେଞ୍ଜର ଆପ୍‌ରେ ଲଭ ଓ ଟାଇ ଡାଇ ଭଳି ନୂଆ ଚାଟ୍‌ ଥିମ୍ସ ଆସିଛି। ମେସେଞ୍ଜର ଆପ୍‌ରେ ଭ୍ୟାନିସ ମୋଡ୍‌ ଚାଟ୍‌କୁ ଗାଏବ କରିବାରେ ସାହାଯ୍ୟ କରିବ। ଏହା ବ୍ୟତୀତ ମେସେଞ୍ଜର ଆପ୍‌ର ଡିଫଲ୍ଟ ଚାଟ୍‌ କଲର ମଧ୍ୟ ଲୋଗୋ ଭଳି ବଦଳିଯିବ। ମେସେଞ୍ଜର ଆପ୍‌ର ଲୋଗୋ ଏବେ ହାଲ୍‌କା ପର୍ପଲ ହୋଇଯାଇଛି। ସମସ୍ତ ନୂଆ ଫିଚର ଧୀରେ ଧୀରେ ୟୁଜରଙ୍କ ପର୍ଯ୍ୟନ୍ତ ପହଞ୍ଚିବ।

ଫେସ୍‌ବୁକ୍‌ ମେସେଞ୍ଜରରେ ଆସୁଥିବା ନୂଆ ଫିଚର ଇନ୍‌ଷ୍ଟାଗ୍ରାମ୍‌ ସହ ମର୍ଜର ହିଁ ଏକ ଅଂଶ। ଏହି ମର୍ଜରରେ କେବଳ ମେସେଞ୍ଜରକୁ ନୁହେଁ ବରଂ ଇନ୍‌ଷ୍ଟାଗ୍ରାମ୍‌କୁ ମଧ୍ୟ ନୂଆ ଫିଚର ମିଳିଛି। ଇନ୍‌ଷ୍ଟାଗ୍ରାମ୍‌ରେ ଓ୍ଵାଚ୍‌ ଟୁଗେଦର, ଚାଟ୍‌ କଲର୍ସ, ଫରଓ୍ଵାର୍ଡିଂ, ରିପ୍ଲାଏ ଓ ଆନିମେଟେଡ୍‌ ମେସେଜ୍‌ ଇଫେକ୍ଟ ଭଳି ମେସେଞ୍ଜର ଫିଚର୍ସ ଦିଆଯାଇଛି। ଫେସ୍‌ବୁକ୍‌ ତରଫରୁ କୁହାଯାଇଛି ଯେ କିଛି ଫିଚର ପୂର୍ବରୁ ଇନ୍‌ଷ୍ଟାଗ୍ରାମ୍‌ ଓ ପରେ ମେସେଞ୍ଜରରେ ଆସିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.