ସମୁଦ୍ରର ରଙ୍ଗ ନୀଳ କାହିଁକି ଯେତେବେଳେ କି ପାଣି ରଙ୍ଗହୀନ? ଜାଣନ୍ତୁ ଏହା ପଛର ରହସ୍ୟ
ସମୁଦ୍ରର ରଙ୍ଗ ନୀଳ କାହିଁକି ଦେଖାଯାଏ ଯେତେବେଳେ କି ପାଣି ରଙ୍ଗହୀନ? ଯେତେବେଳେ ଆପଣ ଉଚ୍ଚତାରୁ ସମୁଦ୍ରର ଗଭୀର ଜଳକୁ ଦେଖନ୍ତି, ଏହାର ରଙ୍ଗ କେବଳ ନୀଳ ଦେଖାଯାଏ ଯେତେବେଳେ କି ଏଥିରେ ସବୁଜ ରଙ୍ଗର ଶୈବାଳ ମଧ୍ୟ ଥାଏ । ଆମେ ସମସ୍ତେ ଜାଣିଛେ ଜଳର ରଙ୍ଗ ନାହିଁ ଅର୍ଥାତ ଏହା ରଙ୍ଗହୀନ ତେବେ ସମୁଦ୍ର ନୀଳ କାହିଁକି? ତେବେ ଆଜି ଆମେ ଆପଣଙ୍କୁ ଏହାର ଉତ୍ତର ଜଣାଇବୁ ।

ଆମ ଚାରିପାଖରେ ଥିବା ଦୁନିଆରେ ଆମେ ଏପରି ଅନେକ ଜିନିଷ ଦେଖୁ, ଯାହା ଆମ ନଜର ଏପରି ଭାବରେ ଗ୍ରହଣ କରିଦେଇଛି ଯେ ଆମେ ଜାଣିବାକୁ ହିଁ ଚାହିଁନଥାଉ ଏପରି କାହିଁକି ହୁଏ? ଉଦାହରଣ ସ୍ୱରୂପ ସୂର୍ଯ୍ୟ କିରଣ କାହିଁକି ଧଳା, ଆକାଶ ନୀଳ କାହିଁକି ଗଛ ଏବଂ ଉଦ୍ଭିଦ ସବୁଜ କାହିଁକି ଏପରି ଅନେକ ପ୍ରଶ୍ନ ଅଛି ଯାହା ଆମ ମନକୁ ତ ଆସେ କିନ୍ତୁ ଆମେ ସେମାନଙ୍କ ଉତ୍ତର ଜାଣିବାକୁ ଅଧିକ ଆଗ୍ରହ ଦେଖାଇନଥାଉ ।
ସେହିଭଳି ଅନଲାଇନ୍ ପ୍ଲାଟଫର୍ମ କୋରାରେ, ଜଣେ ୟୁଜର ସମାନ ପ୍ରଶ୍ନ ପଚାରିଥିଲେ, ସମୁଦ୍ରର ରଙ୍ଗ ନୀଳ କାହିଁକି ଦେଖାଯାଏ ଯେତେବେଳେ କି ପାଣି ରଙ୍ଗହୀନ? ଯେତେବେଳେ ଆପଣ ଉଚ୍ଚତାରୁ ସମୁଦ୍ରର ଗଭୀର ଜଳକୁ ଦେଖନ୍ତି, ଏହାର ରଙ୍ଗ କେବଳ ନୀଳ ଦେଖାଯାଏ ଯେତେବେଳେ କି ଏଥିରେ ସବୁଜ ରଙ୍ଗର ଶୈବାଳ ମଧ୍ୟ ଥାଏ । ଆମେ ସମସ୍ତେ ଜାଣିଛେ ଜଳର ରଙ୍ଗ ନାହିଁ ଅର୍ଥାତ ଏହା ରଙ୍ଗହୀନ ତେବେ ସମୁଦ୍ର ନୀଳ କାହିଁକି? ତେବେ ଆଜି ଆମେ ଆପଣଙ୍କୁ ଏହାର ଉତ୍ତର ଜଣାଇବୁ ।
ସମୁଦ୍ର ଜଳ ନୀଳ କାହିଁକି?
ତେବେ ଆପଣ ଭାବୁଥିବେ ଯେ ଯେପରି ଆକାଶ ନୀଳ ରଙ୍ଗର ସେହିଭଳି ସମୁଦ୍ର ମଧ୍ୟ ନୀଳ । ଯଦି ସରଳ ଭାଷାରେ କୁହଯାଏ, ଏହା କେବେଳ ଆମ ଆଖିର ଭ୍ରମ, ଯେପରି ରଙ୍ଗ ବିନା ଆକାଶ ଆମକୁ ନୀଳ ଦେଖାଯାଏ ସେହିଭଳି ସମୁଦ୍ର ଆମକୁ ନୀଳ ଦେଖାଯାଇଥାଏ । ତେବେ ଆସନ୍ତୁ ଜାଣିବା ଆମକୁ ଏଭଳି କାହିଁକି ଦେଖାଯାଇଥାଏ । ସୂର୍ଯ୍ୟଙ୍କ ଧଳା କିରଣରେ ଇନ୍ଦ୍ରଧନୁର ୭ ରଙ୍ଗ ସାମିଲ ରହିଛି । ସମାନ ଆଲୋକ ସମୁଦ୍ର ଉପରେ ମଧ୍ୟ ପଡ଼େ ।
ଏଥିମଧ୍ୟରୁ ନାଲି, ହଳଦିଆ ଏବଂ ସବୁଜ ରଙ୍ଗ ସମୁଦ୍ର ଦ୍ୱାରା ଅବଶୋଷିତ ହୋଇଯାଏ କିନ୍ତୁ ନୀଳ ରଙ୍ଗ ପ୍ରତିଫଳିତ ହୋଇ ବାହାରକୁ ଆସେ । ଆଲୋକର ସ୍ପେକ୍ଟ୍ରମ୍ ର କନସେପ୍ଟ ଏଠାରେ ମଧ୍ୟ କାମ କରିଥାଏ । ଇନ୍ଦ୍ରଧନୁ ରଙ୍ଗ ସୂର୍ଯ୍ୟ କିରଣ ସହିତ ସମୁଦ୍ରର ବିଭିନ୍ନ ୱେଭଲେନ୍ଥରେ ବିସ୍ତାର ହୁଏ । ନୀଳ ଏବଂ ବାଇଗଣୀ ରଙ୍ଗର ସ୍ୱଳ୍ପ ୱେଭଲେନ୍ଥ ହେତୁ, ଆମେ ଏହାକୁ ସହଜରେ ଦେଖିପାରୁ । ଯେହେତୁ ଆମର ଆଖି ଶୀଘ୍ର ନୀଳ ରଙ୍ଗ ସହିତ ଖାପ ଖାଏ ତେଣୁ ସମୁଦ୍ରର ନୀଳ ରଙ୍ଗ ମଧ୍ୟ ଆମକୁ ଦୃଶ୍ୟମାନ ହୁଏ ।
ବାସ୍ତବରେ, ସମୁଦ୍ର ଭିତରେ ଥିବା ଗାଢ ରଙ୍ଗର ଶୈବାଳ ଯୋଗୁଁ ଆପଣ ଅନେକ ସ୍ଥାନରେ ସବୁଜ ରଙ୍ଗର ସମୁଦ୍ରରେ ମଧ୍ୟ ଦେଖିଥିବେ । ବେଳେବେଳେ ଏହା ଉପରେ ନାଲି ଏବଂ ଧୂସର ରଙ୍ଗ ମଧ୍ୟ ଦେଖାଯାଏ । ଏହା ସତ୍ୱେ ମଧ୍ୟ ପ୍ରକୃତିର ରହସ୍ୟ ଭିନ୍ନ । ଏହାର ସମ୍ପୂର୍ଣ୍ଣ ଭାବେ ସନ୍ଧାନ କିମ୍ବା ଏହାର ସଠିକ ଉତ୍ତର ଜାଣିବା ମନୁଷ୍ୟ ପକ୍ଷେ କେବେ ବି ସମ୍ଭବ ନୁହେଁ ।