Below header

ବାଲେଶ୍ୱର ସଦର ଉପନିର୍ବାଚନ: ପ୍ରାର୍ଥୀପତ୍ର ଦାଖଲ ବେଳେ କାନ୍ଦି ପକାଇଲେ ବିଜେପି ପ୍ରାର୍ଥୀ ମାନସ କୁମାର ଦତ୍ତ, ଜାଣନ୍ତୁ କାହିଁକି

ବାଲେଶ୍ଵର(କେନ୍ୟୁଜ୍‌): ବାଲେଶ୍ଵର ସଦର ଉପନିର୍ବାଚନ ପାଇଁ ବିଜେପି ତାର ପ୍ରାର୍ଥୀ ପତ୍ର ଦାଖଲ କରିଛି । ବିଜେପି ପ୍ରାର୍ଥୀ ମାନସ କୁମାର ଦତ୍ତ ପ୍ରାର୍ଥୀ ପାତ୍ର ଦାଖଲ କରିଛନ୍ତି । ପ୍ରଥମେ ବାଲେଶ୍ଵର ସଦର ବିଜେପି କାର୍ଯ୍ୟଳୟରୁ ଦିବଂଗତ ନେତା ମଦନ ମୋହନ ଦତ୍ତଙ୍କ ଫଟୋରେ ପୁଷ୍ପ ମାଲ୍ୟାର୍ପଣ ପରେ ନିଜ ସମର୍ଥକଙ୍କ ସହ ଏକ ରାଲିରେ ବାହାରିଥିଲେ । ବିଧାୟକ ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ଦାଖଲ ପୂର୍ବରୁ ବେଶ୍ କୋଳାହଳମୟ ପରିସ୍ଥିତି ଦେଖିବାକୁ ମିଳିଥିଲା । ବିଧାୟକ ପ୍ରାର୍ଥୀ ମାନସ କୁମାର ଦତ୍ତ ନିଜ ମା ଙ୍କ ହାତରୁ ଦହି ଖାଇଲା ପରେ ଦିବଂଗତ ପିତାଙ୍କୁ ମନେ ପକାଇ ବେସ୍ କାନ୍ଦିଥିଲେ ଯାହାକି କିଛି ସମୟ ପାଇଁ କର୍ମୀଙ୍କ ମଧ୍ୟରେ ଭାବାବେଗ ଆଣିଦେଇଥିଲା ।

ଆଜି ବିଧାୟକ ପ୍ରାର୍ଥୀ ମାନସ କୁମାର ଦତ୍ତଙ୍କ ସହ ବାଲେଶ୍ଵର ପ୍ରଭାରୀ ଗୋଲକ ମହାପାତ୍ର , କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ବିରୋଧୀ ଦଳ ନେତା ପ୍ରଦୀପ ନାୟକଙ୍କ ସମେତ ବହୁ ଦଳୀୟ କର୍ମୀ ଉପସ୍ଥିତ ରହିଥିଲେ । କୋଭିଡ ଗାଇଡ ଲାଇନ ଅନୁସାରେ ସୀମିତ ସଂଖ୍ୟକ ସମର୍ଥକଙ୍କ ଗହଣରେ ବାଲେଶ୍ଵର ଉପଜିଲ୍ଲପାଳଙ୍କ ନିକଟରେ ପ୍ରାର୍ଥୀପତ୍ର ଦାଖଲ କରିଥିଲେ ମାନସ ଦତ୍ତ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.