ଦୁର୍ବଳ ହେଉଛି ଅବପାତ: ରାଜ୍ୟରେ କମିବ ବର୍ଷାର ପରିମାଣ, କିଛି ଜିଲ୍ଲାକୁ ବଜ୍ରପାତ ନେଇ ସତର୍କତା

ଭୁବନେଶ୍ବର: ଦୁର୍ବଳ ହେଉଛି ଅବପାତ । ସାରା ରାଜ୍ୟରେ କମିବ ବର୍ଷାର ପରିମାଣ । ତେବେ ଆସନ୍ତା ୨୪ଘଣ୍ଟା ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗିରହିବ। ରାଜ୍ୟର ୯ ଜିଲ୍ଲାକୁ ଜାରି ହୋଇଛି ୟେଲୋ ଓ୍ଵାର୍ଣ୍ଣିଂ ଜାରି କରାଯାଇଛି। ଆଜି ସକାଳ ୮ଟା ୩୦ ଯାଏଁ ଢେଙ୍କାନାଳ, ଅନୁଗୁଳ, କଟକ, ଖୋର୍ଦ୍ଧା, ନୟାଗଡ଼, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ଯାଜପୁରକୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରାଯାଇଛି।

ରାଜ୍ୟର କିଛି ଜିଲ୍ଲାରେ ବଜ୍ରପାତ ନେଇ ସତର୍କତା କରାଯାଇଛି। ଭୁବନେଶ୍ୱର ଓ କଟକରେ ମଧ୍ୟ ହାଲୁକାରପ ମଧ୍ୟମ ଧରଣର ବର୍ଷା ସହିତ ବଜ୍ରପାତ ହେବା ସମ୍ଭାବନା ରହିଛି । ତେଲେଙ୍ଗାନା ଉପରେ ସୃଷ୍ଟ ଡିପ୍ରେସନ ପଶ୍ଚିମ- ଉତ୍ତର ପଶ୍ଚିମ ଦିଗରେ ଗତି କରିବା ସହ ଦୁର୍ବଳ ହୋଇ କର୍ଣ୍ଣାଟକ ଆ଼ଡକୁ ମୁହାଁଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.