ଦେଶ ବିଦେଶ

ଦିଲ୍ଲୀରେ ପହଞ୍ଚିବା ପରେ ଭାରତ ଯୋଡ଼ୋ ଯାତ୍ରାରେ ରହିବ ୯ ଦିନର ବ୍ରେକ୍‌; ନିଜ ପରିବାର ଲୋକଙ୍କୁ ଭେଟିବେ କର୍ମକର୍ତ୍ତା

ରାଜସ୍ଥାନରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଭରତ ଯୋଡୋ ଯାତ୍ରାର ମଙ୍ଗଳବାର ହେଉଛି ଶେଷ ଦିନ। ୧୦୦ ଦିନ ପୂରଣ କରିବା ପରେ ଭାରତ ଯୋଡୋ ଯାତ୍ରା ୨୪ ଡିସେମ୍ବରରେ ଦିଲ୍ଲୀରେ ପହଞ୍ଚିବ। ଏହାପରେ ୯ ଦିନର ବିରତି ରହିବ। ପରେ ଏହି ଯାତ୍ରା ୩ ଜାନୁୟାରୀ ୨୦୨୩ରୁ ପୁଣି ଆରମ୍ଭ ହେବ।

ଦଳର ମହାସଚିବ ଜୟରାମ ରମେଶ ଟ୍ଵିଟ୍‌ କରି ଏହି ସୂଚନା ଦେଇଛନ୍ତି। ଜୟରାମ ରମେଶ ଟ୍ଵିଟ୍‌ କରିଛନ୍ତି ଯେ ‘ଭାରତ ଯୋଡ଼ୋ ଯାତ୍ରା ୨୪ ଡିସେମ୍ବର ସନ୍ଧ୍ୟାରେ ଦିଲ୍ଲୀରେ ପହଞ୍ଚିବ। ଏହାପରେ ୯ ଦିନର ବ୍ରେକ୍‌ ରହିବ। ଏହି ସମୟ ଭିତରେ କଣ୍ଟେନରଗୁଡ଼ିକର ମରାମତି ସହ ସେଗୁଡ଼ିକୁ ଭୀଷଣ ଥଣ୍ଡା ପାଇଁ ପ୍ରସ୍ତୁତ କରାଯାଇ ପାରିବ’।

ଏହି ବ୍ରେକ୍‌ରେ ଅନେକ ଭାରତ ଯୋଡ଼ୋ ଯାତ୍ରୀ ପାଖାପାଖି ଚାରି ମାସ ପରେ ନିଜ ପରିବାରକୁ ଭେଟିବେ ଏବଂ ସେମାନଙ୍କ ସହ ସମୟ ବିତାଇ ପାରିବେ। ରାହୁଲ ଗାନ୍ଧୀଙ୍କ ଯାତ୍ରା ୩ ଜାନୁୟାରୀ ୨୦୨୩ରୁ ପୁଣି ଆରମ୍ଭ ହେବ। ଏହାରି ଭିତରେ ଦଳର ହରିୟାଣା ୟୁନିଟ୍ ମେଗା ୱାକାଥନ୍ ପାଇଁ ପ୍ରସ୍ତୁତ ହେଉଛି, କାରଣ ରାଜ୍ୟରେ ଯାତ୍ରାର ପ୍ରଥମ ପର୍ଯ୍ୟାୟ ବୁଧବାରଠାରୁ ଶୁକ୍ରବାର ପର୍ଯ୍ୟନ୍ତ ଚାଲିବ। ଏହି ପର୍ଯ୍ୟାୟରେ ଫିରୋଜପୁର ଝିରକାରୁ ଫରିଦାବାଦ ପର୍ଯ୍ୟନ୍ତ ଦଳର ଶତାଧିକ କର୍ମୀ ଏବଂ ସାଧାରଣ ଜନତା ଅଂଶଗ୍ରହଣ କରିବେ।

ଏହାପରେ ୬ ଜାନୁୟାରୀରେ ପାନିପତ୍‌ ସୀମାରେ ସନୌଲି ଖୁର୍ଦରୁ ଯାତ୍ରା ଆରମ୍ଭ ହେବ। ଏହି ଅବସରରେ ପରଦିନ ପାନିପତ୍‌ରେ ଏକ ବିଶାଳ ରାଲିର ଆୟୋଜନ କରାଯିବ।

କହି ରଖୁଛୁ, ଭରତ ଯୋଡୋ ଯାତ୍ରାର ଆଜି ହେଉଛି ରାଜସ୍ଥାନରେ ଶେଷ ଦିନ। ଏହି ଯାତ୍ରା ମଙ୍ଗଳବାର ସକାଳ ପ୍ରାୟ ସାଢ଼େ ୬ଟାରୁ ଆରମ୍ଭ ହୋଇଥିଲା। ଯାତ୍ରୀମାନେ ଆଜି ରାହୁଲଙ୍କ ସହ ୨୩ କିଲୋମିଟର ଚାଲିବେ। ସୂଚନାଥାଉ କି, ରାଜସ୍ଥାନରେ ଭାରତ ଯୋଡୋ ଯାତ୍ରା ୪ ଡିସେମ୍ବରରେ ଝାଲାଓ୍ଵାଡ଼ରୁ ପ୍ରବେଶ କରିଥିଲା। ଏହି ରାଜ୍ୟରେ ୧୬ ଦିନରେ ୫୨୬ କିଲୋମିଟର ଯାତ୍ରା କରିବାର ଲକ୍ଷ୍ୟ ରଖାଯାଇଥିଲା।

Roshni

Recent Posts

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼ ବୟାନ, ନିଶା ଦ୍ୱାରା ସମାଜ କଳୁଷିତ ହେଉଛି

ଭୁବନେଶ୍ୱର: ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଯୋଜନା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼…

11 mins ago

ମଦ ପାଇଁ ପ୍ରତି ବର୍ଷ ଯାଉଛି ୩୦ ଲକ୍ଷ ଲୋକଙ୍କ ଜୀବନ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ୍‌ ଦେଲା ଚେତାବନୀ

ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…

21 mins ago

ଆଫଗାନିସ୍ତାନର ଐତିହାସିକ ବିଜୟ ପରେ ରାଶିଦ ଖାନଙ୍କୁ ଆସିଲା ସରପ୍ରାଇଜ କଲ୍‌, ଭିଡିଓ ଭାଇରଲ

ଆଇସିସି ଟି୨୦ ବିଶ୍ୱ ସେମିଫାଇନାଲରେ ପ୍ରବେଶ କରି ଇତିହାସ ରିଚିଛି ଆଫଗାନିସ୍ତାନ ଟିମ୍‌ । ଅଷ୍ଟ୍ରେଲିଆକୁ ହରାଇ ଟି୨୦ ବିଶ୍ୱକପରୁ…

32 mins ago

ଓଡ଼ିଶା ଆସି ପୁରୀ ରଥଯାତ୍ରା ଦେଖିବେ ରାଷ୍ଟ୍ରପତି

ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…

1 hour ago

ରେଲୱେରେ ଗ୍ରୁପ ଡିରେ ୧,୦୩,୭୬୯ ପଦବୀ ଖାଲି, ଜାଣନ୍ତୁ କେମିତି କରିବେ ଆବେଦନ

ଭାରତୀୟ ରେଲୱେରେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଆରଆରବି ଗ୍ରୁପ ଡି ପାଇଁ ୧,୦୩,୭୬୯ ପଦବୀ…

1 hour ago

ଦିଲ୍ଲୀ ସିଏମ୍‌ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଲା, କମିଲା ସୁଗାର ସ୍ତର

ବିଗିଡ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା । କୋର୍ଟ ରୁମ୍‌ରେ ତାଙ୍କ ସୁଗାର ସ୍ତର କମିଯାଇଥିବା ସୂଚନା ମିଳିଛି…

1 hour ago