ଦେଶ ବିଦେଶ

ସୁପ୍ରିମକୋର୍ଟରେ ଏକାଥରେ ଶପଥ ନେଲେ ୯ ନୂଆ ବିଚାରପତି

ନୂଆଦିଲ୍ଲୀ : ସୁପ୍ରିମକୋର୍ଟରେ ନବନିଯୁକ୍ତ ୯ ଜଣ ବିଚାରପତି ଆଜି ଶପଥ ନେଉଛନ୍ତି। ରାଷ୍ଟ୍ରପତି ଏହି ୯ ଜଣଙ୍କୁ ସୁପ୍ରିମକୋର୍ଟର ବିଚାରପତି ଭାବେ ନିଯୁକ୍ତି ଦେଇଛନ୍ତି। ପ୍ରଧାନ ବିଚାରପତି ଜଷ୍ଟିସ ଏନ ଭି ରମନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କଲେଜିୟମରେ ୯ ଜଣଙ୍କ ନାମ କେନ୍ଦ୍ର ସରକାରଙ୍କ ନିକଟକୁ ସୁପାରିଶ କରାଯାଇଥିଲା। ଏଥିମଧ୍ୟରେ ୩ ଜଣ ମହିଳା ହାଇକୋର୍ଟ ବିଚାରପତି ଅଛନ୍ତି। ତିନି ମହିଳା ବିଚାରପତି ତେଲେଙ୍ଗାନା ହାଇକୋର୍ଟ ମୁଖ୍ଯ ବିଚାରପତି ଜଷ୍ଟିସ ହିମା କୋହଲି, କର୍ଣ୍ଣାଟକ ହାଇକୋର୍ଟ ବିଚାରପତି ଜଷ୍ଟିସ ବି ଭି ନାଗରତ୍ନା, ଗୁଜୁରାଟ ହାଇକୋର୍ଟ ବିଚାରପତି ଜଷ୍ଟିସ ବେଲା ତ୍ରିବେଦୀ ।

ସେହିପରି କର୍ଣ୍ଣାଟକ ହାଇକୋର୍ଟ ମୁଖ୍ଯ ବିଚାରପତି ଜଷ୍ଟିସ ଅଭୟ ଓକା, ଗୁଜୁରାଟ ହାଇକୋର୍ଟ ମୁଖ୍ଯ ବିଚାରପତି ଜଷ୍ଟିସ ବିକ୍ରମ ନାଥ, ସିକିମ ହାଇକୋର୍ଟ ମୁଖ୍ଯ ବିଚାରପତି ଜଷ୍ଟିସ ଜେ କେ ମାହେଶ୍ୱରୀ, ମାଡ୍ରାସ ହାଇକୋର୍ଟ ବିଚାରପତି ଏମ ଏମ ସୁନ୍ଦରେଶ ଆଜି ସୁପ୍ରିମକୋର୍ଟ ବିଚାରପତି ଭାବେ ଶପଥ ଗ୍ରହଣ କରିବେ। ଏହା ବ୍ଯତୀତ ବରିଷ୍ଠ ଆଇନଜୀବୀ ପି ଏସ ନରସିଂହଙ୍କୁ ସିଧାସଳଖ ସୁପ୍ରିମକୋର୍ଟରେ ବିଚାରପତି ନିଯୁକ୍ତି ମିଳିଥିବା ବେଳେ ସେ ମଧ୍ୟ ଶପଥ ଗ୍ରହଣ କରୁଛନ୍ତି। ଏହି ବିଚାରପତିଙ୍କ ମଧ୍ୟରୁ ୩ ଜଣ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଆସନ ଅଳଙ୍କୃତ କରିପାରନ୍ତି। ୨୦୨୭ ରେ ଜଷ୍ଟିସ ବି ଭି ନାଗରତ୍ନା ୩୬ ଦିନ ପାଇଁ ଦେଶର ଜୁଡିସିଆଲ ବ୍ଯବସ୍ଥାର ସର୍ବୋଚ୍ଚ ଆସନ ଅଳଙ୍କୃତ କରିପାରନ୍ତି। ସେ ହେବେ ଭାରତର ପ୍ରଥମ ମହିଳା ପ୍ରଧାନ ବିଚାରପତି।

KNews Bureau

Recent Posts

ଆଇସ୍‌କ୍ରିମ୍‌ ଭିତରୁ ବାହାରିଲା ମଣିଷ ଆଙ୍ଗୁଠି, ଅନ୍‌ଲାଇନ ଅର୍ଡର କରିଥିଲେ ଡାକ୍ତରାଣୀ

ଆଇସକ୍ରିମ ଭିତରୁ ବାହାରିଲା ମଣିଷର କଟା ଆଙ୍ଗୁଠି । ମୁମ୍ବାଇର ଜଣେ ମହିଳା ଡାକ୍ତର ଖାଇବା ପାଇଁ ଅନଲାଇନରେ ଆଇସକ୍ରିମ…

11 mins ago

ପୋଖରୀ ପୁନରୁଦ୍ଧାର କାର୍ଯ୍ୟ ବେଳେ ମିଳିଲା ପୁରାତନ ମନ୍ଦିର, ଦେଖିବା ପାଇଁ ଜମୁଛି ଲୋକଙ୍କ ଭିଡ

ନୂଆପଡା (କେନ୍ୟୁଜ): ନୂଆପଡା ଜିଲ୍ଲା କୋମନା ଦେଉଳବନ୍ଧ ପୋଖରୀ ପୁନରୁଦ୍ଧାର କାର୍ଯ୍ୟ ବେଳେ ଏକ ପୁରାତନ ମନ୍ଦିର ଠାବ ହୋଇଛି…

21 mins ago

ସୁଆଣ୍ଡୋରେ ଉତ୍କଳମଣିଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ମୁଖ୍ୟମନ୍ତ୍ରୀ, କହିଲେ- ଖୁବ୍ ଶୀଘ୍ର ପୂରଣ ହେବ ସଂକଳ୍ପ ପତ୍ରର ପ୍ରତିଶ୍ରୁତି

ପୁରୀ (କେନ୍ୟୁଜ): ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜନ୍ମ ମାଟିରେ ମୁଖ୍ୟମନ୍ତ୍ରୀ । ଓଡ଼ିଶାର ନବନିର୍ବାଚିତ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ…

29 mins ago

ଡୋଡା ଆଟାକ୍‌: ୪ ଆତଙ୍କବାଦୀଙ୍କ ସ୍କେଚ୍‌ ଜାରି, ସୂଚନା ଦେଲେ ମିଳିବ ୨୦ ଲକ୍ଷ ଟଙ୍କା ପୁରସ୍କାର

ଜମ୍ମୁ-କାଶ୍ମୀରର ରିୟାସୀ, କଠୁଆ ଏବଂ ଡୋଡାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ଘଟଣାରେ ଜମ୍ମୁ ପୋଲିସ ୪ ଆତଙ୍କୀଙ୍କ ସ୍କେଚ୍‌ ଜାରି…

34 mins ago

ମୋହନ ସରକାର ଆସିବା ପରେ ଏବେ ଚର୍ଚ୍ଚାରେ କିଏ ହେବେ ନୂଆ DGP

ଭୁବନେଶ୍ୱର (କେନ୍ୟୁଜ): ମୋହନ ସରକାର ଆସିବା ପରେ ଚର୍ଚ୍ଚା ଏବେ କିଏ ହେବେ ଡିଜିପି । ଏବେ ଅରୁଣ ଷଡଙ୍ଗୀ…

1 hour ago

ପୁଣି ଦେଖା ଗଲାଣି ଅଜଣା ରୋଗର ଆତଙ୍କ, ଚିନ୍ତାରେ ଗାଁ ଲୋକେ

ରାୟଗଡା(କେନ୍ୟୁଜ): ଗାଁ ସାରା ବ୍ୟାପିଯାଇଛି ଅଜଣା ରୋଗ । କେହି କିଛି ବୁଝିବା ପୂର୍ବରୁ ଶୂନ୍ୟ ହୋଇ ଯାଉଛି ମା’ର…

1 hour ago