image creditL DNA India
ତାମିଲନାଡୁର ପେରିୟାକୁପ୍ପମରେ ହୃଦୟ ବିଦାରକ ଘଟଣା ଘଟିଛି । ୯ ବର୍ଷର ନାବାଳିକା ଆତ୍ମହତ୍ୟା କରିଛନ୍ତି । ପାଠପଢିବାକୁ ବାପା ମା’ କହିବାରୁ ନାବାଳିକା ଆତ୍ମହତ୍ୟା କରିନେଇଛି ।
ସୂଚନା ମୁତାବକ, ତାମିଲନାଡୁର ପେରିୟାକୁପ୍ପମରେ ଜଣେ ୯ ବର୍ଷର ନାବାଳିକା ସବୁବେଳେ ମୋବାଇଲରେ ଇନଷ୍ଟା ରିଲ୍ସ କରୁଥିଲେ । ବାପା ମା’ ତାଙ୍କୁ ପାଠ ପଢିବାକୁ କହିଥିବାରୁ ପ୍ରତୀକ୍ଷା ନାମକ ନାବାଳିକା ଏଭଳି ପଦକ୍ଷେପ ନେଇଛନ୍ତି । ପ୍ରତୀକ୍ଷା ମାମାଁଘର ଘର ପାଖରେ ଖେଳୁଥିବା ବେଳେ ବାପା କୃଷ୍ଣମୂର୍ତ୍ତି ତାଙ୍କୁ ପାଠ ପଢିବା ପାଇଁ କହି ଘରର ଚାବି ଦେଇଥିଲେ । ଏହାପରେ କୃଷ୍ଣମୂର୍ତ୍ତି ବାଇକରେ ପେଟ୍ରୋଲ ପକାଇବା ପାଇଁ ଘରୁ ବାହାରି ଯାଥିଲ । ହେଲେ ରାତି ୮ଟା ବେଳକୁ ଘରେ ପହଞ୍ଚିବା ବେଳେ ଘର ବନ୍ଦ ଥିବା ଦେଖିବାକୁ ପାଇଥିଲେ । ଘରର କବାଟକୁ ବାଡେଇଥିଲେ । କିନ୍ତୁ ପ୍ରତୀକ୍ଷା କୌଣସି ଉତ୍ତର ଦେଇନଥିଲେ ।
ତା’ପରେ କୃଷ୍ଣମୂର୍ତ୍ତି ଭୟଭୀତ ହୋଇ ଘରର ପଛପଟ କବାଟ ଭାଙ୍ଗି ଦେଖିବା ବେଳକୁ ଝିଅ ଏକ ଟାଓ୍ଵଲ ରେ ଓହଳି ଝଟପଟ ହେଉଛି । ବାପା ଝିଅଙ୍କୁ ଉଦ୍ଧାର କରି ତାଙ୍କୁ ହସପିଟାଲରେ ଭର୍ତ୍ତି କରିଥିଲେ । କିନ୍ତୁ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା। ଏହି ମାମଲାର ଯାଞ୍ଚ ପୋଲିସ ଆରମ୍ଭ କରିଛି ।
ସୂଚନାଯୋଗ୍ୟ, ଗତବର୍ଷ ଡିସେମ୍ବରରେ ଏମିତି ମାମଲା ଦେଖିବାକୁ ମିଳିଥିଲା । ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ମୌରେ ମୋବାଇଲ ଗେମ୍ ଖେଳିବା ପାଇଁ ୧୦ ବର୍ଷର ପିଲାକୁ ମନା କରିବାରୁ ଆତ୍ମହତ୍ୟା କରିନେଇଥିଲା । ମା’ଙ୍କ ଗାଳି ଯୋଗୁଁ ପିଲାଟି ଏଭଳି ପଦକ୍ଷେପ ନେଇଥିଲା ।
କୋରାପୁଟ (କେନ୍ୟୁଜ); କୋରାପୁଟ ଜିଲ୍ଲା ବନ୍ଧୁଗାଁରେ ମାଓ ପୋଷ୍ଟର । ନିର୍ବାଚନ ପରେ ନିଜର ସ୍ଥିତି ଜାହିର ପାଇଁ ଲଗାଇଲେ…
ସମ୍ବଲପୁର(କେନ୍ୟୁଜ): ଏକ ଦଶନ୍ଧି ପରେ ସମ୍ବଲପୁର ମହାନଗର ଅଞ୍ଚଳରେ ପୁଣି ଫେରିଛି ଜଣ୍ଡିସ୍ । ଏହାକୁ ନେଇ ମହାନଗରବାସୀ ଚିନ୍ତାରେ…
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅର୍ନ୍ତରାଷ୍ଟ୍ରୀୟ ଯୋଗ ଦିବସରେ ଜମ୍ମୁ କାଶ୍ମୀର ଶ୍ରୀନଗର ସ୍ଥିତ ଶେର-ଏ-କଶ୍ମୀର ଅର୍ନ୍ତରାଷ୍ଟ୍ରୀୟ ସମ୍ମେଳନ କେନ୍ଦ୍ର (SKICC)…
କଣ୍ଟାବାଞ୍ଜି (କେନ୍ୟୁଜ); ପାରିବାରିକ କଳହକୁ ନେଇ ହତ୍ୟାକାଣ୍ଡ। ସିନ୍ଧେକେଲା ଥାନା ସାଲେବରଟ ଗାଁରେ ଏହି ହତ୍ୟାକାଣ୍ଡ ଘଟିଛି । ମୃତ…
ଭୁବନେଶ୍ୱର (କେନ୍ୟୁଜ) : ରାଜଧାନୀରେ ବୀଭତ୍ସ ହତ୍ୟାକାଣ୍ଡ । ଘର ମାଲିକଙ୍କୁ ହତ୍ୟା କଲା ଭଡ଼ାଟିଆ । ଭୁବନେଶ୍ବର ତମାଣ୍ଡୋରେ…
ଭୁବନେଶ୍ୱର (କେନ୍ୟୁଜ): ଆଜି କିଟ୍ ପକ୍ଷରୁ ପାଳିତ ହୋଇଛି ଅନ୍ତର୍ଜାତୀୟ ଯୋଗ ଦିବସ । କିଟ୍ ଇଣ୍ଡୋର ଷ୍ଟାଡିୟମରେ କିଟ୍…