ବାପା ପାଠ ପଢିବାକୁ କହିବାରୁ ଝୁଲିପଡିଲେ ୯ ବର୍ଷୀୟ ନାବାଳିକା, ପଡୋଶୀ ଡାକୁଥିଲେ ଇନଷ୍ଟା କୁଇନ

ପାଠ ପଢିବାକୁ ବାପା କହିବାରୁ ୯ ବର୍ଷର ନାବାଳିକା ନେଲେ ଚରମ ପଦକ୍ଷେପ । ଘରେ କେହି ନଥିବା ବେଳେ ଟାଓ୍ଵଲ ସାହାଯ୍ୟରେ ଝୁଲିପଡିଲେ । ତାମିଲନାଡୁର ପେରିୟାକୁପ୍ପମରେ ହୃଦୟ ବିଦାରକ ଘଟଣା ଘଟିଛି ।

ତାମିଲନାଡୁର ପେରିୟାକୁପ୍ପମରେ ହୃଦୟ ବିଦାରକ ଘଟଣା ଘଟିଛି । ୯ ବର୍ଷର ନାବାଳିକା ଆତ୍ମହତ୍ୟା କରିଛନ୍ତି । ପାଠପଢିବାକୁ ବାପା ମା’ କହିବାରୁ ନାବାଳିକା ଆତ୍ମହତ୍ୟା କରିନେଇଛି ।

ସୂଚନା ମୁତାବକ, ତାମିଲନାଡୁର ପେରିୟାକୁପ୍ପମରେ ଜଣେ ୯ ବର୍ଷର ନାବାଳିକା ସବୁବେଳେ ମୋବାଇଲରେ ଇନଷ୍ଟା ରିଲ୍ସ କରୁଥିଲେ । ବାପା ମା’ ତାଙ୍କୁ ପାଠ ପଢିବାକୁ କହିଥିବାରୁ ପ୍ରତୀକ୍ଷା ନାମକ ନାବାଳିକା ଏଭଳି ପଦକ୍ଷେପ ନେଇଛନ୍ତି । ପ୍ରତୀକ୍ଷା ମାମାଁଘର ଘର ପାଖରେ ଖେଳୁଥିବା ବେଳେ ବାପା କୃଷ୍ଣମୂର୍ତ୍ତି ତାଙ୍କୁ ପାଠ ପଢିବା ପାଇଁ କହି ଘରର ଚାବି ଦେଇଥିଲେ । ଏହାପରେ କୃଷ୍ଣମୂର୍ତ୍ତି ବାଇକରେ ପେଟ୍ରୋଲ ପକାଇବା ପାଇଁ ଘରୁ ବାହାରି ଯାଥିଲ । ହେଲେ ରାତି ୮ଟା ବେଳକୁ ଘରେ ପହଞ୍ଚିବା ବେଳେ ଘର ବନ୍ଦ ଥିବା ଦେଖିବାକୁ ପାଇଥିଲେ । ଘରର କବାଟକୁ ବାଡେଇଥିଲେ । କିନ୍ତୁ ପ୍ରତୀକ୍ଷା କୌଣସି ଉତ୍ତର ଦେଇନଥିଲେ ।

ତା’ପରେ କୃଷ୍ଣମୂର୍ତ୍ତି ଭୟଭୀତ ହୋଇ ଘରର ପଛପଟ କବାଟ ଭାଙ୍ଗି ଦେଖିବା ବେଳକୁ ଝିଅ ଏକ ଟାଓ୍ଵଲ ରେ ଓହଳି ଝଟପଟ ହେଉଛି । ବାପା ଝିଅଙ୍କୁ ଉଦ୍ଧାର କରି ତାଙ୍କୁ ହସପିଟାଲରେ ଭର୍ତ୍ତି କରିଥିଲେ । କିନ୍ତୁ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା। ଏହି ମାମଲାର ଯାଞ୍ଚ ପୋଲିସ ଆରମ୍ଭ କରିଛି ।

ସୂଚନାଯୋଗ୍ୟ, ଗତବର୍ଷ ଡିସେମ୍ବରରେ ଏମିତି ମାମଲା ଦେଖିବାକୁ ମିଳିଥିଲା । ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ମୌରେ ମୋବାଇଲ ଗେମ୍‌ ଖେଳିବା ପାଇଁ ୧୦ ବର୍ଷର ପିଲାକୁ ମନା କରିବାରୁ ଆତ୍ମହତ୍ୟା କରିନେଇଥିଲା । ମା’ଙ୍କ ଗାଳି ଯୋଗୁଁ ପିଲାଟି ଏଭଳି ପଦକ୍ଷେପ ନେଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.