ଆସନ୍ତାକାଲି କିମ୍ବା ଶନିବାର ପୃଥିବୀ ଉପରେ ପଡିବ ସୌର ଝଡ଼ର ପ୍ରଭାବ! ୨.୯ ନିୟୁତ ପ୍ରତି ଘଣ୍ଟା ବେଗରେ ମାଡି ଆସୁଛି

ପୃଥିବୀକୁ ମାଡି ଆସୁଛି ସୌର ଝଡ଼ । ଆସନ୍ତାକାଲି କିମ୍ବା ଶନିବାର ପୃଥିବୀ ଉପରେ ପଡିବ ପ୍ରଭାବ। ଏହାର ପ୍ରଭାବ କଣ ରହିବ ତାକୁ ଅନୁଧ୍ୟାନ କରିବାକୁ ଗବେଷକ ପ୍ରସ୍ତୁତି ଚଳାଇଛନ୍ତି। ସାଧାରଣତଃ ସୌର ଝଡ ପୃଥିବୀର ଚୁମ୍ବକୀୟ କ୍ଷେତ୍ର, ସାଟେଲାଇଟ୍‌, ମୋବାଇଲ ସେବା ଓ ଜିପିଏସ୍‌ ବ୍ୟବସ୍ଥାକୁ ପ୍ରଭାବିତ କରିଥାଏ।

ପୃଥିବୀକୁ ମାଡି ଆସୁଛି ସୌର ଝଡ଼ । ଆସନ୍ତାକାଲି କିମ୍ବା ଶନିବାର ପୃଥିବୀ ଉପରେ ପଡିବ ପ୍ରଭାବ। ଆମେରିକା ମହାକାଶ ଗବେଷଣା ସଂସ୍ଥା ନାସାଠାବ କରିଛି ବିରାଟ ଗର୍ତ୍ତ। ଠାବ ହୋଇଥିବା କରୋନାଲ ହୋଲ୍‌ର ଆକାର ପୃଥିବୀଠାରୁ ୨୦ ଗୁଣା ଅଧିକ। ଫଳରେ ସୌର ଝଡ଼ ୨.୯ ନିୟୁତ ପ୍ରତି ଘଣ୍ଟା ବେଗରେ ପୃଥିବୀ ଆଡକୁ ମାଡି ଆସୁଛି। ଯାହା ଆସନ୍ତା ଶୁକ୍ରବାର ପୃଥିବୀକୁ ହିଟ୍‌ କରିବ।

ଏହାର ପ୍ରଭାବ କଣ ରହିବ ତାକୁ ଅନୁଧ୍ୟାନ କରିବାକୁ ଗବେଷକ ପ୍ରସ୍ତୁତି ଚଳାଇଛନ୍ତି। ସାଧାରଣତଃ ସୌର ଝଡ ପୃଥିବୀର ଚୁମ୍ବକୀୟ କ୍ଷେତ୍ର, ସାଟେଲାଇଟ୍‌, ମୋବାଇଲ ସେବା ଓ ଜିପିଏସ୍‌ ବ୍ୟବସ୍ଥାକୁ ପ୍ରଭାବିତ କରିଥାଏ। ବର୍ତ୍ତମାନ ମିଳିଥିବା ଚିତ୍ରରୁ ସୂର୍ଯ୍ୟର କିଛି ଅଂଶ ଗାଏବ ହୋଇଯାଇଥିବା ଭଳି ଜଣାପଡୁଛି। ଏକ୍‌ଷ୍ଟ୍ରିମ ଆଲଟ୍ରାଭାୟୋଲେଟ୍‌ ଓ ସଫ୍ଟ ଏକ୍‌ସରେ ସୋଲାର ଇମେଜରେ ଏହାର ରଙ୍ଗ କଳା ରହିଛି। ଅର୍ଥାତ ଏହି ସ୍ଥାନରେ ସୂର୍ଯ୍ୟ ଥଣ୍ଡା ପଡିଯାଇଛି ଏବଂ ନିକଟବର୍ତ୍ତୀ ପ୍ଲାଜାମା ତୁଳନାରେ କଳାରଙ୍ଗ ସ୍ଥାନର ଘନତ୍ୱ କମ୍‌ ରହିଛି।

ପୂର୍ବରୁ ମାର୍ଚ୍ଚ ୨୩ ତାରିଖରେ ମଧ୍ୟ କରୋନାଲ ହୋଲ୍‌ ଠାବ ହୋଇଥିଲା। ଯାହାର ଆକାର ପୃଥିବୀଠାରୁ ୩୦ ଗୁଣା ବଡ଼ ଥିଲା। ତାର ପ୍ରଭାବ ଆରିଜୋନାର ଦକ୍ଷିଣରେ ଦେଖିବାକୁ ମିଳିଥିଲା। ରାତିର ଆକାଶ ବାଇଗଣୀ ଓ ନୀଳ ରଙ୍ଗ ପାଲଟିଯାଇଥିଲା। ଏବେ ପୁଣି ଏକ କରୋନାଲ ହୋଲ୍‌ ଦେଖିବାକୁ ମିଳିଛି। ଗୋଟିଏ ମାସ ଭିତରେ ଦୁଇଟି କରୋନାଲ ହୋଲ୍‌ ମହାକାଶ ଗବେଷକଙ୍କ ଉତ୍ସୁକତା ବଢାଇ ଦେଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.