ମା’କୁ ଖୋଜିବା ପାଇଁ ସରକାରୀ ବ୍ୟବସ୍ଥା ସହ ଲଢ଼ିଲା ୧୨ ବର୍ଷର ବାଳକ

ପିଲାଙ୍କ ପାଇଁ ମା’ ଙ୍କ ମମତା କଥା ତ ସମସ୍ତଙ୍କୁ ଜଣା । କିନ୍ତୁ ଗୋଟେ ମା’ ପାଇଁ ଯେ ଗୋଟେ ଛୋଟ ପିଲାର ହୃଦୟ ଏତେ ବ୍ୟାକୁଳ ହୋଇପାରେ ସେପରି ଉଦାହରଣ ଖୁବ କମ ରହିଛି । ନିଜ ମା’କୁ ଫେରେଇ ଆଣିବା ପାଇଁ ଉତ୍ତର ପ୍ରଦେଶର ଜଣେ ୧୨ ବର୍ଷର ପିଲା ଯେ ପୁରା ବ୍ୟବସ୍ଥା ସହ ଲଢ଼ିବାର ଏକ ନଜିର ସାମ୍ନାକୁ ଆସିଛି । ଉତ୍ତର ପ୍ରଦେଶ ସ୍ଥିତ ଗାଜିଆବାଦର ଏହି ପିଲା ୭ ମାସ ତଳୁ ହଜିଥିବା ନିଜ ମା’କୁ ଫେରେଇ ଆଣିବା ପାଇଁ ବହୁ ଚେଷ୍ଟା ଚଳାଇଛି । ପ୍ରକୃତରେ ଘଟଣାଟି ଘଟିଥିଲା ଏହିପରି । ଚଳିତ ବର୍ଷ ଏପ୍ରିଲ ମାସ ୧୯ ତାରିଖରେ ଚାକିରୀକୁ ଯିବ ବୋଲି କହି ପିଲା ଟିର ମା’ ଘରୁ ବାହାରକୁ ଯାଇଥିଲେ । ଗଲା ପରେ ମଧ୍ୟ କିଛି ଦିନ ପର୍ଯ୍ୟନ୍ତ ସେ ଫୋନ ସାହାଯ୍ୟରେ ପିଲାଟି ସହ କଥାବାର୍ତ୍ତା କରୁଥିଲେ ।

କିନ୍ତୁ ପରେ ଫୋନରେ ମଧ୍ୟ କଥାବତ୍ତା କରିବା ବନ୍ଦ କରିଦେଇଥିଲେ । ପ୍ରାୟ ଏକ ମାସ ପରେ ପିଲାଟି ସ୍ଥାନୀୟ ମୋଦି ନଗର ଥାନାରେ ପହଞ୍ଚି ପୋଲିସ ନିକଟରେ ଅଭିଯୋଗ କରିଥିଲା । ତା ସହ ମା’କୁ ଫେରେଇ ଆଣିବା ପାଇଁ ପୋଲିସ ପାଖରେ ଗୁହାରି କରିଥିଲା । ମୋଦି ନଗର ପୋଲିସ ପିଲାଟିର ଅଭିଯୋଗ ଅନୁଯାୟୀ ଏକ ଏଫଆଇଆର ଦର୍ଜ କରିଥିଲେ । କିନ୍ତୁ ପୋଲିସ ଏଥିରେ ବିଫଳ ରହିବାରୁ ଆଉ ଜଣଙ୍କ ପରାମର୍ଶ କ୍ରମେ ପିଲାଟି ଜିଲ୍ଲା ଅଧିକାରୀଙ୍କ ପାଖକୁ ଯାଇଥିଲା । ସେଠାରେ ମଧ୍ୟ ସେ ଏକ ଅଭିଯୋଗ ଫର୍ଦ୍ଦ ଦାଖଲ କରିଥିଲା । କିନ୍ତୁ ପରେ ବି କୌଣସି ଫଳ ନହେବାରୁ ପିଲାଟି ଉତ୍ତର ପ୍ରଦେଶର ରାଜଧାନୀ ଲଖନଉ ଯାଇ ମୁଖ୍ୟମନ୍ତ୍ରୀଙ୍କ ସହ ଦେଖା କରିବାକୁ ମନେ ମନେ ଠିକ କରିଥିଲା । ନିଜେ ଏକାକୀ ଟ୍ରେନରେ ଯାଇ ଲୋକଙ୍କୁ ପଚାରି ପଚାରି ମୁଖ୍ୟମନ୍ତ୍ରୀଙ୍କ ଆବାସରେ ଯାଇ ପହଞ୍ଚି ଥିଲା ।

ଏହା ସହ ପଢନ୍ତୁ: ଯୁବକଙ୍କ ନୂତନ ଆବିଷ୍କାର: ବୋରୱେଲରେ ଗଳିପଡ଼ିଥିବା ଛୁଆଙ୍କୁ ଉଦ୍ଧାର କରିବ ଏହି ମେଶିନ, କରିବ ଏମିତି କାମ

ସେଠାରେ ବିଭାଗୀୟ ଅଧିକାରୀଙ୍କ ନିକଟରେ ମା’କୁ ଖୋଜିବାର ପ୍ରାଥର୍ନପତ୍ର ଦାଖଲ କରିଥିଲା । ନିଜ ଅଭିଯୋଗରେ ପ୍ରଗତି ନେଇ ସେ ପୁନଶ୍ଚ ଜିଲ୍ଲା ଅଧିକାରୀଙ୍କ ପାଖକୁ ଯାଇଥିଲା । କିନ୍ତୁ ଦୁର୍ଭାଗ୍ୟ ବଶତ ସେଦିନ ଜିଲ୍ଲା ଅଧିକାରୀଙ୍କ ସହ ଦେଖା ହୋଇ ପାରିନଥିଲା । କିନ୍ତୁ ଗୁରୁବାର ଜିଲ୍ଲାର ଚାଇଲଡ ଲାଇନ ପିଲା ଟିକୁ ଏଣେ ତେଣେ ବୁଲୁ ଥିବାର ଦେଖି ନିଜ ସଂସ୍ଥାକୁ ନେଇ ଯାଇଥିଲେ । ସେଠାରେ ପିଲାଟିକୁ ସମ୍ମାନରେ ରଖାଯାଇଥିବା ଚାଇଲଡ ଲାଇନର ପରାମର୍ଶ ଦାତା କୃଷ୍ଣ ପ୍ରସାଦ କହିଛନ୍ତି । ଚାଇଲଡ ଲାଇନ ଅଧିକାରୀ ଓ ସ୍ଥାନୀୟ ପୋଲିସ ଯେତେବେଳେ ପିଲାଟି ସହ କଥାବାର୍ତ୍ତା କରିଥିଲେ ପିଲାଟିର ସାହସକୁ ଦେଖି ଏକ ପ୍ରକାର ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ସେମାନେ ବହୁ ଶୀଘ୍ର ମା’କୁ ଖୋଜି ଆଣିବେ ବୋଲି ପିଲାଟିକୁ ଆଶ୍ୱାସନା ଦେଇଛନ୍ତି ।

KNews Bureau

Recent Posts

ପରିତ୍ୟକ୍ତ ଘରେ ଅଳିଆ ହୋଇ ପଡିରହିଛି କୁଢ଼ କୁଢ଼ ସାଲାଇନ ଓ ଦରକାରୀ ଇଞ୍ଜେକସନ୍

ଉଦଳା:  ଅଳିଆ ଭାବେ ପଡିଛି କୁଢ଼ କୁଢ଼ ସାଲାଇନ ଓ ଇଞ୍ଜେକସନ୍ । କିଛି ଏକ୍ସପାଏରୀ ହୋଇଛି ତ ଆଉ…

9 mins ago

ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ପୁଣି ଝଟକା, ଇଡି ପରେ ସିବିଆଇ କଲା ଗିରଫ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଗିରଫ କରିଛି ସିବିଆଇ । ଅବକାରୀ ନୀତି ଦୁର୍ନୀତି ମାମଲାରେ ତାଙ୍କୁ ଅଦାଲତରୁ ଗିରଫ…

9 mins ago

ସୁନ୍ଦରଗଡ଼ ଜିଲ୍ଲା କୁଢେଇକଳା ବିଟର ବନଲତା ଗାଁରୁ ବଜ୍ରକାପ୍ତା ଉଦ୍ଧାର

ସୁନ୍ଦରଗଡ଼ : ବଜ୍ରକାପ୍ତା ଉଦ୍ଧାର । ସୁନ୍ଦରଗଡ଼ ଜିଲ୍ଲା କୁଳିପୋଷ ରେଞ୍ଜର କୁଢେଇକଳା ବିଟର ବନଲତା ଗାଁରୁ ଉଦ୍ଧାର କରାଯାଇଛି…

26 mins ago

ଲୋକସଭାରେ ରାହୁଲ ଗାନ୍ଧି ହେବେ ବିରୋଧୀ ନେତା, INDIA ବ୍ଲକ ବୈଠକରେ ନିଷ୍ପତ୍ତି

ଲୋକସଭାରେ ବିରୋଧୀ ନେତା ହେବେ ରାହୁଲ ଗାନ୍ଧି । ଇଣ୍ଡିଆ ବ୍ଲକ୍‌ ଏହା ଉପରେ ମୋହର ମାରିଛି । କଂଗ୍ରେସର…

27 mins ago

ପୁଣି ଲୋକସଭା ବାଚସ୍ପତି ହେଲେ ଓମ୍‌ ବିର୍ଲା, ବାଚ୍‌ନିକ ଭୋଟରେ ହେଲେ ବିଜୟୀ

ପୁଣି ଲୋକସଭାର ବାଚସ୍ପତି ଭାବେ ନିର୍ବାଚିତ ହେଲେ ଓମ୍‌ ବିର୍ଲା । ବାଚ୍‌ନିକ ଭୋଟରେ ନିର୍ବାଚିତ ହେଲେ ଓମ୍‌ ବିର୍ଲା…

31 mins ago

ଆମେରିକା : ଲାସ୍‌ ଭେଗାସ ଆପାର୍ଟମେଣ୍ଟରେ ଗୁଳିମାଡ଼, ୫ ମୃତ

ଆମେରିକାର ଲାସ୍ ଭେଗାସ୍ ସହରରେ ଥିବା ଏକ ଆପାର୍ଟମେଣ୍ଟ ପରିସରରେ ଆଖିବୁଜା ଗୁଳିମାଡ କଲା ଦୁର୍ବୃତ୍ତ । ଗୁଳିକାଣ୍ଡରେ ୫…

54 mins ago