Categories: ସ୍ପେଶାଲ

ଏସ୍‌ପିଜି ବା ସ୍ପେସାଲ ପ୍ରୋଟେକସନ୍‌ ଗ୍ରୁପ୍‌ କଣ ଜାଣନ୍ତୁ

୧୯୮୪ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧିଙ୍କ ହତ୍ୟା ପରେ ୧୯୮୫ରେ ପ୍ରଥମେ ଏସ୍‌ପିଜି ବା ସ୍ପେସାଲ ପ୍ରୋଟେକସନ୍‌ ଗ୍ରୁପ୍‌ ଗଠନ ହୋଇଥିଲା । ୧୯୮୮ରେ ସଂସଦରେ ଏସ୍‌ପିଜି ଆକ୍ଟକୁ ମଧ୍ୟ ଅନୁମୋଦନ ମିଳିଲା । ଏହାର ଉଦ୍ଦେଶ୍ୟ ଥିଲା ଭାରତର ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାକୁ ଅଧିକ ମଜବୁତ କରିବା ।

ତେବେ ଭି.ପି. ସିଂହଙ୍କ ସମୟରେ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧିଙ୍କ ଠାରୁ ଏସ୍‌ପିଜି ପ୍ରତ୍ୟାହାର କରି ନେଇଥିଲେ । ତେବେ ୧୯୯୧ରେ ରାଜୀବଙ୍କ ହତ୍ୟା ପରେ ଏସ୍‌ପିଜି ଆକ୍ଟରେ ସଂଶୋଧନ କରାଯାଇଥିଲା । ଏହି ନୂଆ ନିୟମରେ ରହିଲା ଯେ ପୂର୍ବତନ ପ୍ରଧାନମନ୍ତ୍ରୀମାନଙ୍କୁ ଅତି କମ୍‌ରେ ୧୦ ବର୍ଷ ପର୍ଯ୍ୟନ୍ତ ଏସ୍‌ପିଜି ସୁରକ୍ଷା ଦିଆଯିବ । ଯଦି କାହାର ଜୀବନ ପ୍ରତି ବିପଦ ଥିବ ତେବେ ସମୟ ଅବଧି ମଧ୍ୟ ବଢ଼ା ଯାଇ ପାରିବ ।

ତେବେ ଅଟଳ ବିହାରୀ ବାଜପେୟୀଙ୍କ ଅମଳରେ ପୁଣି ଏସ୍‌ପିଜି ଆକ୍ଟରେ ସଂଶୋଧନ କରାଯାଇ ପୂର୍ବତନ ପ୍ରଧାନମନ୍ତ୍ରୀ ନରସିଂହ ରାଓ, ଏଚ୍‌ଡି ଦେବଗୌଡ଼ା, ଇନ୍ଦ୍ର କୁମାର ଗୁଜରାଲଙ୍କ ଠାରୁ ସୁରକ୍ଷା ଫେରାଇ ନିଆଯାଇଥିଲା । ଏମିତିକି ପୂର୍ବତନ ପ୍ରଧାନମନ୍ତ୍ରୀ ଭି.ପି.ସିଂହଙ୍କଠାରୁ ମଧ୍ୟ ଏସ୍‌ପିଜି ସୁରକ୍ଷା ହଟିଛି। ସେହିପରି ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ନିଧନ ପର୍ଯ୍ୟନ୍ତ ଏସ୍‌ପିଜି ସୁରକ୍ଷା ଯୋଗାଇ ଦିଆଯାଇଥିଲା। ଏବେ କେବଳ ପ୍ରଧାନମନ୍ତ୍ରୀ ମୋଦିଙ୍କ ସୁରକ୍ଷା ପାଇଁ ରହିବ ଏସ୍‌ପିଜି ।

ଏସ୍‌ପିଜିରେ ତିନି ହଜାର କମାଣ୍ଡୋ

ଏସ୍‌ପିଜିରେ ଅତ୍ୟନ୍ତ ଆଧୁନିକ କୌଶଳରେ ତାଲିମ ଦିଆଯାଏ । ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଏବଂ ବାହନ ରହିଥାଏ କମାଣ୍ଡୋଙ୍କ ପାଖରେ । ଯେକୌଣସି ପରିସ୍ଥିତିର ସେମାନେ ମୁକାବିଲା କରିବାକୁ ସମର୍ଥ । ଏହି ଗ୍ରୁପ୍‌ରେ ୩ ହଜାର କମାଣ୍ଡୋ ରହିଥାନ୍ତି । ସେମାନଙ୍କୁ ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ୟୁପିଏ ଅଧ୍ୟକ୍ଷା ସୋନିଆ ଗିନ୍ଧି, ରାହୁଲ ଗାନ୍ଧି ଓ ପ୍ରିୟଙ୍କା ଗାନ୍ଧିଙ୍କ ସୁରକ୍ଷା ଦାୟିତ୍ୱରେ ରଖା ଯାଇଛି । ଆଗକୁ ଏହି ତିନି ହଜାର କମାଣ୍ଡୋ କେବଳ ମୋଦିଙ୍କ ସୁରକ୍ଷା କରିବେ ।

ଦାୟିତ୍ୱ କଣ

ଯାହାକୁ ଏସ୍‌ପିଜି ସୁରକ୍ଷା ଦିଆଯାଏ ସେହି ବ୍ୟକ୍ତି କେଉଁଠାକୁ ଗଲେ ତା ପୂର୍ବରୁ କମାଣ୍ଡୋମାନଙ୍କୁ ଛୋଟ ଛୋଟ ଗ୍ରୁପ୍‌ରେ ଭାଗ କରି ଦିଆଯାଏ । ଗସ୍ତର ୨୪ ଘଣ୍ଟା ଗୋଟିଏ ଟିମ୍‌ ଯାଇ ସଂପୃକ୍ତ ସ୍ଥାନର ଟିକିନିଖି ଯାଞ୍ଚ କରିଥାନ୍ତି । ଟିମ୍‌ରେ ଥିବା ବିଶେଷଜ୍ଞମାନେ ସବୁ ଯାଞ୍ଚ କରି ଜାଗାକୁ ସୁରକ୍ଷିତ ରଖିଥାନ୍ତି । ଏମାନଙ୍କର ପ୍ରଶିକ୍ଷଣ ନିୟମିତ ଭାବେ ଚଲିଥାଏ ।ଉଲ୍ଲେଖନୀୟ ସେବା ପାଇଁ ୩୯ ଜଣ ଏସ୍‌ପିଜି ଅଧିକାରୀ ରାଷ୍ଟ୍ରପତି ପଦକ ମଧ୍ୟ ପାଇ ସାରିଛନ୍ତି।

ପାଖରେ ରହେ ଅତ୍ୟାଧୁନିକ ଉପକରଣ

ଏହି କମାଣ୍ଡୋମାନଙ୍କ ପାଖରେ ଥାଏ ରାତି ଅନ୍ଧାରରେ ଦେଖା ଯାଉଥିବା ଚଷମା, ବୁଲେଟ୍‌ ପ୍ରୁଫ୍‌ ଜ୍ୟାକେଟ୍‌, ଯୋଗାଯୋଗ ପାଇଁ ଅତ୍ୟାଧୁନିକ ଉପକରଣ ଏବଂ ବିଏମ୍‌ଡବଲ୍ୟୁ-୭ ସିରିଜ୍‌, ରେଞ୍ଜରୋଭର୍ସ, ଟୋୟଟା ଭଳି ମଜବୁତ ଗାଡ଼ି ରହିଥାଏ । ତା ସହିତ ରହିଥାଏ ଆଧୁନିକ ମାରଣାସ୍ତ୍ର ।

KNews Bureau

Recent Posts

ପରିତ୍ୟକ୍ତ ଘରେ ଅଳିଆ ହୋଇ ପଡିରହିଛି କୁଢ଼ କୁଢ଼ ସାଲାଇନ ଓ ଦରକାରୀ ଇଞ୍ଜେକସନ୍

ଉଦଳା:  ଅଳିଆ ଭାବେ ପଡିଛି କୁଢ଼ କୁଢ଼ ସାଲାଇନ ଓ ଇଞ୍ଜେକସନ୍ । କିଛି ଏକ୍ସପାଏରୀ ହୋଇଛି ତ ଆଉ…

8 mins ago

ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ପୁଣି ଝଟକା, ଇଡି ପରେ ସିବିଆଇ କଲା ଗିରଫ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଗିରଫ କରିଛି ସିବିଆଇ । ଅବକାରୀ ନୀତି ଦୁର୍ନୀତି ମାମଲାରେ ତାଙ୍କୁ ଅଦାଲତରୁ ଗିରଫ…

8 mins ago

ସୁନ୍ଦରଗଡ଼ ଜିଲ୍ଲା କୁଢେଇକଳା ବିଟର ବନଲତା ଗାଁରୁ ବଜ୍ରକାପ୍ତା ଉଦ୍ଧାର

ସୁନ୍ଦରଗଡ଼ : ବଜ୍ରକାପ୍ତା ଉଦ୍ଧାର । ସୁନ୍ଦରଗଡ଼ ଜିଲ୍ଲା କୁଳିପୋଷ ରେଞ୍ଜର କୁଢେଇକଳା ବିଟର ବନଲତା ଗାଁରୁ ଉଦ୍ଧାର କରାଯାଇଛି…

25 mins ago

ଲୋକସଭାରେ ରାହୁଲ ଗାନ୍ଧି ହେବେ ବିରୋଧୀ ନେତା, INDIA ବ୍ଲକ ବୈଠକରେ ନିଷ୍ପତ୍ତି

ଲୋକସଭାରେ ବିରୋଧୀ ନେତା ହେବେ ରାହୁଲ ଗାନ୍ଧି । ଇଣ୍ଡିଆ ବ୍ଲକ୍‌ ଏହା ଉପରେ ମୋହର ମାରିଛି । କଂଗ୍ରେସର…

26 mins ago

ପୁଣି ଲୋକସଭା ବାଚସ୍ପତି ହେଲେ ଓମ୍‌ ବିର୍ଲା, ବାଚ୍‌ନିକ ଭୋଟରେ ହେଲେ ବିଜୟୀ

ପୁଣି ଲୋକସଭାର ବାଚସ୍ପତି ଭାବେ ନିର୍ବାଚିତ ହେଲେ ଓମ୍‌ ବିର୍ଲା । ବାଚ୍‌ନିକ ଭୋଟରେ ନିର୍ବାଚିତ ହେଲେ ଓମ୍‌ ବିର୍ଲା…

30 mins ago

ଆମେରିକା : ଲାସ୍‌ ଭେଗାସ ଆପାର୍ଟମେଣ୍ଟରେ ଗୁଳିମାଡ଼, ୫ ମୃତ

ଆମେରିକାର ଲାସ୍ ଭେଗାସ୍ ସହରରେ ଥିବା ଏକ ଆପାର୍ଟମେଣ୍ଟ ପରିସରରେ ଆଖିବୁଜା ଗୁଳିମାଡ କଲା ଦୁର୍ବୃତ୍ତ । ଗୁଳିକାଣ୍ଡରେ ୫…

53 mins ago