ଦେଶ ବିଦେଶ

ବର ଆସିବା ପୂର୍ବରୁ କନ୍ୟା ମାରିଲା ଚମ୍ପଟ! ଘର ଲୋକଙ୍କ ଚା’ରେ ମିଶାଇ ଦେଲା ନିଶା, ଶେଷରେ ହତାଶ ବର କଲା ଏମିତି କାମ

ଉତ୍ତର ପ୍ରଦେଶର ଫିରୋଜାବାଦରୁ ଏକ ଅଜବ ମାମଲା ସାମ୍ନାକୁ ଆସିଛି, ଯେଉଁଠାରେ ଜଣେ କନ୍ୟା ବରଯାତ୍ରୀ ଶୋଭାଯାତ୍ରାର କିଛି ଘଣ୍ଟା ପୂର୍ବରୁ ହିଁ ନିଜ ପରିବାର ସଦସ୍ୟଙ୍କୁ ଚକ୍‌ମା ଦେଇ ଫେରାର ହୋଇ ଯାଇଛି। ପ୍ରଥମେ ସେ ପରିବାର ଲୋକଙ୍କୁ ନିଶା ମିଶ୍ରିତ ଚା’ ପିଆଇ ବେହୋସ୍‌ କରି ଦେଇଥିଲା। ଏହାପରେ ଘରୁ ମୂଲ୍ୟବାନ ଅଳଙ୍କାର ଏବଂ ନଗଦ ଟଙ୍କା ଧରି ଫେରାର ହୋଇ ଯାଇଥିଲା। ଗଣମାଧ୍ୟମ ରିପୋର୍ଟ ମୁତାବକ, କନ୍ୟା ନିଜ ପ୍ରେମିକ ସହିତ ଫେରାର ହୋଇ ଯାଇଛି।

ନିଶା ମିଶ୍ରିତ ଚା’ ପିଆଇ ପରିବାର ଲୋକଙ୍କୁ ଚେତାଶୂନ୍ୟ କରିଦେଲା

ସୂଚନା ମୁତାବକ, ଏହି ମାମଲା ଫିରୋଜାବାଦର କୌଶଲ୍ୟା ଥାନା ଅଞ୍ଚଳର। କନ୍ୟାର ବଡ଼ ଭଉଣୀ କୁହନ୍ତି, ତାଙ୍କ ସାନ ଭଉଣୀର ସେହି ଅଞ୍ଚଳର ଜଣେ ଯୁବକଙ୍କ ସହ ପ୍ରେମ ସମ୍ପର୍କ ଥିଲା। ସେ ତାଙ୍କରି ସହିତ ହିଁ ଫେରାର ହୋଇ ଯାଇଛି। କନ୍ୟା ଜଣକ ଖସିଯିବା ପୂର୍ବରୁ ଚା’ରେ କିଛି ନିଶା ଦ୍ରବ୍ୟ ମିଶାଇ ଦେଇଥିଲା। ଯେତେବେଳେ ନିଶା ମିଶ୍ରିତ ଚା’ ପିଇ ପରିବାରର ୬ ଜଣ ସଦସ୍ୟ ବେହୋସ୍‌ ହୋଇ ଯାଇଥିଲେ, ତ ଏହାର ସୁଯୋଗ ନେଇ କନ୍ୟା ଫେରାର ହୋଇ ଯାଇଥିଲା। ସେପଟେ ବେହୋସ୍‌ ପରିବାର ଲୋକଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଚିକିତ୍ସା ପାଇଁ ଟ୍ରମା ସେଣ୍ଟରରେ ଭର୍ତ୍ତି କରାଇଥିଲେ।

ଇଚ୍ଛା ବିରୋଧରେ ହେଉଥିଲା ବିବାହ

ପଡୋଶୀମାନେ କହିଛନ୍ତି ଯେ ଯୁବତୀଙ୍କ ଇଚ୍ଛା ବିରୋଧରେ ବିବାହ କରାଯାଉଥିଲା। ଏଥିରେ ସେ ବିଲ୍‌କୁଲ ରାଜି ନ ଥିଲେ। ତାଙ୍କୁ ତାଙ୍କ ପରିବାର ଲୋକେ ଜୋର୍‌ ଜବରଦସ୍ତ ବିବାହ କରାଉଥିଲେ। ସେ ଏହି ବିବାହରେ ଖୁସି ନ ଥିଲେ। ପଡ଼ୋଶୀମାନେ ପୋଲିସକୁ କହିଥିଲେ କି, ଶୁକ୍ରବାର ରାତିରେ ଘରେ ଯୁବତୀଙ୍କର ସଙ୍ଗୀତ କାର୍ଯ୍ୟକ୍ରମ ଚାଲିଥିଲା। ସଙ୍ଗୀତ କାର୍ଯ୍ୟକ୍ରମ ସରିବା ପରେ ଯେତେବେଳେ ସମସ୍ତ ପଡ଼ୋଶୀ ଚାଲି ଯାଇଥିଲେ, ସେତିକି ବେଳେ ଯୁବତୀ ଜଣକ ପରିବାର ଲୋକଙ୍କୁ ନିଶା ମିଶ୍ରିତ ଚା’ ପିଇବାକୁ ଦେଇଥିଲେ। ଚା’ ପିଇବା ମାତ୍ରେ ସମସ୍ତେ ବେହୋସ୍‌ ହୋଇ ଯାଇଥିଲେ। ଯେତେବେଳେ ଚେତା ଫେରିଥିଲା, ତ ସେତେବେଳେ ସେମାନେ ନିଜକୁ ହସ୍ପିଟାଲରେ ପାଇଥିଲେ। ସମ୍ପର୍କୀୟଙ୍କ ଅଭିଯୋଗ ଆଧାରରେ ପୋଲିସ ମାମଲା ରୁଜୁ କରି ଯୁବତୀଙ୍କୁ ଖୋଜାଖୋଜି ଆରମ୍ଭ କରି ଦେଇଛି।

ସାନ ଭଉଣୀକୁ ବିବାହ କଲା ବର

ଖବର ମୁତାବକ, କନ୍ୟା ଘରୁ ଫେରାର ହୋଇଯିବା ପରେ ପ୍ରଥମେ ତାଙ୍କୁ ଖୋଜାଖୋଜି କରାଯାଇଥିଲା। ଯେତେବେଳେ ତାଙ୍କର କୌଣସି ପତ୍ତା ମିଳି ନ ଥିଲା, ତ ତାଙ୍କ ସାନ ଭଉଣୀ ସହିତ ବରର ବିବାହ କରାଯାଇଥିଲା। ସେପଟେ ଏହି ମାମଲାରେ ପୋଲିସର କହିବା ହେଲା, ଫେରାର ଯୁବତୀଙ୍କୁ ଖୋଜା ଚାଲିଛି। ଖୁବ୍ ଶୀଘ୍ର ତାଙ୍କୁ ଧରାଯିବ।

Roshni

Recent Posts

ଆଜିର ରାଶିଫଳ : ଏହି ରାଶିର ଲୋକେ ଆଜି ବାହାରକୁ ଯାତ୍ରା କରିବେ ଏବଂ ପରିବାର ସହ ଖୁସିର ସମୟ କାଟିବେ

ମେଷ : ଏହି ରାଶିର ବ୍ୟକ୍ତିମାନେ କର୍ମକ୍ଷେତ୍ରରେ ଆଗକୁ ଯିବେ, ଏହା ସହ ସମ୍ମାନ ମିଳିବା ସହିତ ଆପଣ ଏକ…

16 mins ago

ଚାଇଲ୍ଡ ଲାଇନ କର୍ମଚାଚାରୀଙ୍କ ଉପରେ ଆକ୍ରମଣ ଅଭିଯୋଗ

 ଯାଜପୁର ଟାଉନ : ରେସ୍ତୁରାଣ୍ଟରେ ଶିଶୁ ଶ୍ରମିକ କାମ କରୁଥିବା ଖବର ପାଇ ଚଢ଼ାଉ କରିବାକୁ ଯାଇଥିବା ଚାଇଲ୍ଡ ଲାଇନ…

1 hour ago

ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ

 ଭୁବନେଶ୍ବର : ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ । ନବୀନ ନିବାସରେ…

2 hours ago

ତୁଟିଲା ବିବାଦ, ଆଜି ବାରିପଦା ବସଷ୍ଟାଣ୍ଡରୁ ସ୍ବାଭାବିକ ହେଲା ଘରୋଇ ବସ୍ ଚଳାଚଳ

ମୟୁରଭଞ୍ଜ : ତୁଟିଲା ବିବାଦ ।  ମୟୁରଭଞ୍ଜ ଜିଲ୍ଲାରେ ସ୍ବାଭାବିକ ହେଲା ବସ୍ ଚଳା ଚଳ । ୩ ଦିନ…

2 hours ago

ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ

କେନ୍ଦୁଝର : ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ। କେନ୍ଦୁଝର ଜିଲ୍ଲାକୁ ଦୁଇ ଦିନିଆ…

3 hours ago

ଅଜଣା ରୋଗରେ ଆକ୍ରାନ୍ତ ହୋଇ ବିଛଣାରେ ପଡ଼ି ରହିଛି ୩୫ ବର୍ଷୀୟ ପୁଅ

ବାଲେଶ୍ବର: ଆଶା କରିଥିଲୁ ବୁଢ଼ା କାଳେ ଆମ ପୁଅ ଆମ ସାହାରା ପାଲଟିବ । ଆମେ ଜମି ବାଡ଼ି ବିକ୍ରି…

4 hours ago