ସ୍ପେଶାଲ

ଭୁଲ୍‌ରେ ବି କାହା ସହ କରନ୍ତୁ ନାହିଁ ନିଜ ଜୀବନର ଏହି ଗୁରୁତ୍ୱପୂର୍ଣ୍ଣ କଥା ସେୟାର, କରି ପାରନ୍ତି ଅସୁବିଧାର ସାମ୍ନା

ଦର୍ଶକବନ୍ଧୁ ଆପଣ ଜାଣିଥିବେ ଆମ ଦୁନିଆରେ ଅନେକ ପ୍ରକାରର ଲୋକେ ଅଛନ୍ତି ପୁଣି ସେମାନଙ୍କ ମଧ୍ୟରୁ କିଛି ଲୋକ ଇଣ୍ଟ୍ରୋଭର୍ଟ ଆଉ କିଏ ଏକ୍ସ୍ଟୋଭର୍ଟ ତ ପୁଣି ଆଉ କିଏ ଆମ୍ବିଭର୍ଟ । କିଛି ଲୋକ କମ କଥା ହେବାକୁ ଓ ନିଜ ଜୀବନର ସବୁ ଜିନିଷକୁ ପ୍ରାଇଭେଟ ରଖିବାକୁ ପସନ୍ଦ କରନ୍ତି ଓ ଅନ୍ୟ କିଛି ଲୋକେ ଆବଶ୍ୟକତାଠାରୁ ଅଧିକ କଥା କହିଥାଆନ୍ତି । ଏମିତିକି ନିଜର କୌଣସି ପ୍ରଇଭେସି ବା ବ୍ୟକ୍ତିତ୍ୱ ମଧ୍ୟ ରଖିନଥାଆନ୍ତି । ତେବେ ଦେଖିବାକୁ ଗଲେ ଯେଉଁମାନେ ସବୁ କଥା ସିକ୍ରେଟ ରଖନ୍ତି ତାଙ୍କୁ ବିଶ୍ୱସନୀୟ ମଣିଷ କୁହାଯାଉଥିବା ବେଳେ ଯେଉଁମାନେ ଅଧିକ ଗପି ଥାଆନ୍ତି ଲୋକେ ତାଙ୍କୁ ଏତେ ସିରିୟସ ନିଅନ୍ତିନି ଓ ଅତି ସହଜରେ ବିଶ୍ୱାସ ମଧ୍ୟ କରନ୍ତିନି । ପୁଣି ଏହି ଭଳି ଲୋକ ଅଧିକ ସମୟରେ ସମସ୍ତଙ୍କ ଟାର୍ଗେଟ ହୋଇ ଯାଆନ୍ତି । ତେବେ ଆପଣ ଯଦି ଚାହୁଁଛନ୍ତି ଆପଣଙ୍କ ଜୀବନରେ କୌଣସି ଅସୁବିଧା ନ ଆସୁ ଓ ମାନସିକ ଶାନ୍ତି ରହିବା ଦରକାର । ଆପଣଙ୍କୁ ଖାସ କରି କେବଳ ନିଜ ଜୀବନର ସାତୋଟି କଥା କୁ ହିଁ ସିକ୍ରେଟ ରଖିବାକୁ ପଡିବ । ଯାହା ଦ୍ୱାରା ଆପଣଙ୍କ ବ୍ୟକ୍ତିତ୍ୱ ମଧ୍ୟ ସୁଦୃଢ ହୋଇଯିବ । ଆପଣ କୌଣସି ଅସୁବିଧାର ସାମ୍ନା କରିବାକୁ ପଡିବ ନାହିଁ ।

ଆସନ୍ତୁ ଜାଣିବା କଣ ସେହି ସାତୋଟି ଗୁରୁତ୍ୱପୂର୍ଣ୍ଣ କଥା

୧.ପ୍ରଥମେ ଆସୁଛି ଆପଣଙ୍କର ପର୍ସନାଲ ଫାଇନାନ୍ସ , ଆପଣ ଅନେକ ଲୋକଙ୍କୁ ନିଜର ଧନ ଟଙ୍କା ପଇସା ବିଷୟରେ କଥା ହେବା ଶୁଣିଥିବେ । କେତେବେଳେ କିଛି ଲୋକେ ଟଙ୍କା ଅଭାବରୁ କାନ୍ଦନ୍ତି ତ ପୁଣି କିଛି ଲୋକେ ଅଧିକ ଟଙ୍କା ଥିବାରୁ ସବୁ ବେଳେ ଟଙ୍କା କଥା କହି ହସୁଥାଆନ୍ତି । ଯେତେବେଳେ ଆପଣ କାହାକୁ ତାଙ୍କର ରୋଜଗାର ବିଷୟରେ ପଚାରନ୍ତି , ଠିକ୍‌ ସେହି ସମୟରେ ହିଁ ତାଙ୍କ ଟଙ୍କାକୁ ନେଇ ଆପଣ ତାଙ୍କୁ ଜଜ୍‌ କରିବାକୁ ଲାଗନ୍ତି ।
ଯଦି ଆପଣ କହିବେ କି ଆପଣଙ୍କ ପାଖରେ ଅଧିକ ଟଙ୍କା ଅଛି ହୁଏତ ଆପଣ କାହାର ଟାର୍ଗଟରେ ରହି ପାରନ୍ତି । ତେଣୁ ଆପଣଙ୍କର ଟଙ୍କା ରିଲେଟେଡ କୌଣସି ଜିନିଷ କାହା ସହିତ ବି ସେୟାର କରିବା କଥା ନୁହେଁ । ଏହାକୁ ନିଜ ଜୀବନରେ ସିକ୍ରେଟ ଲିଷ୍ଟରେ ରଖନ୍ତୁ ।

Picture Credit – Money Control

୨ . ଏହା ପରେ ଦ୍ୱିତୀୟରେ ଆପଣ ସବୁବେଳେ ନିଜ ଲଭ୍‌ ଲାଇଫ୍‌ ବିଷୟରେ ମଧ୍ୟ କୌଣସି କଥା କାହାକୁ ସେୟାର କରନ୍ତୁ ନାହିଁ । ଏହା ଦ୍ୱାରା ଆପଣଙ୍କ ଅଜାଣନ୍ତରେ ଅନେକ ଅସୁବିଧା ହୋଇଥାଏ । ନିଜ ଲଭ୍‌ ଲାଇଫ କଥା କେବଳ ଆପଣ ଓ ଆପଣଙ୍କ ପାର୍ଟନରଙ୍କ ଭିତରେ ସିମିତ ରହିବା ଦରକାର। ଏମିତିକି ଆପଣଙ୍କ ଲଭ ଳାଇଫ୍‌ ରେ କଣ ଭଲ ଓ କଣ ଖରାପ ହେଉଛି ତାହା ମଧ୍ୟ କାହା ସହ ଡିସକସନ କରନ୍ତୁ ନାହିଁ । କାରଣ ଆପଣ ଯେତେବେଳେ ନିଜର ଲଭ ଲାଇଫ୍‌ ବିଷୟରେ କାହାକୁ କହୁଛନ୍ତି ତେବେ ହୁଏତ ସେହି ତୃତୀୟ ଲୋକ ପାଖରେ ଆପଣଙ୍କ ଇମେଜ ଖରାପ ହୋଇ ଯାଇ ପାରେ

କହିବାକୁ ଗଲେ ଆପଣ ଅନ୍ୟ ଜଣଙ୍କୁ ନିଜ ଲଭ ଲାଇଫ୍‌ ର ଷ୍ଟୋରୀ କହି ତୃତୀୟ ବ୍ୟକ୍ତି ଭାବେ ତାଙ୍କୁ ନିଜ ଜୀବନରେ ଆଣି ଆହୁରି ନିଜର ସମ୍ପର୍କ ଖରାପ କରାଉଛନ୍ତି । ତେବେ ଯଦି ଆପଣଙ୍କ ଲଭ୍‌ ଲାଇଭ ବା ମ୍ୟାରେଜ ଲାଇଫରେ କୌଣସି ଅସୁବିଧା ହେଉଛି ତେବେ ଆପଣ ସାଇକୋଲୋଜିଷ୍ଟ ଓ ଡାକ୍ତରଙ୍କ ପରାମର୍ଶ ନେବା ଦରକାର , ଏମିତିକି କୌଣସି ବନ୍ଧୁକୁ ମଧ୍ୟ ଏହି କଥା କହିବା ଉଚିତ ନୁହେଁ ।

୩ . ନମ୍ବର ୩ ରେ ଆସୁଛି ଆପଣଙ୍କ ନେକ୍‌ଷ୍ଟ ମୁଭ୍‌ । ଆପଣ ଅନେକ ସ୍ଥାନରେ ଦେଖିଥିବେ , ଆପଣଙ୍କୁ ନିଜର ଲାଇଫ୍‌ ଗୋଲ ବା ନେକ୍ସ ମୁଭ୍‌ ବିଷୟରେ ପଚରା ଯାଏ । ସେହି ସମୟରେ କିନ୍ତୁ ଆପଣ ନିଜର ସିକ୍ରେଟ ପ୍ଲାନ କାହାକୁ ମଧ୍ୟ କହିବା କଥା ନୁହେଁ । ପାଠ ପଢାରେ ଟପ କରିବାର ହେଉ କିମ୍ବା ଆପଣଙ୍କର କୌଣସି ଫ୍ୟୁଚର ପ୍ଲାନ ଥାଉ , ତାକୁ ମଧ୍ୟ ସେୟାର କରନ୍ତୁ ନାହିଁ । ସାଇକୋଲୋଜି ଫ୍ୟାକ୍ଟ ଅନୁଯାୟୀ ଯେତେବେଳେ ଆପଣ ନିଜର ସିକ୍ରେଟ ଏମ୍‌ କୁ କାହା ସହ ସେୟା କରନ୍ତି , ସେହି ସମୟରେ ଆପଣଙ୍କ ବ୍ରେନ କେମିକାଲୀ ସାଟିସ୍ଫାଏଡ ହୋଇଯାଏ । ଯାହା ଫଳରେ ନିଜ ଏମ୍‌ ପାଇଁ ରହିଥିବା ଇଛାଶକ୍ତି କମିଯାଏ । ଆପଣ ଆଉ ଆଗକୁ ବଢି ପାରନ୍ତି ନାହିଁ । ଅନ୍ୟପଟେ ଯେତେବେଳେ ଆପଣ କିଛି ଲୋକଙ୍କୁ ନିଜର ଏମ୍‌ ବା ଜୀବନର ଲକ୍ଷ ବିଷୟରେ କହି ଥାଆନ୍ତି , ସେହି ସମୟରେ କିଛି ଲୋକେ ଆପଣଙ୍କୁ ହତଉତ୍ସାହିତ ବା ଡିସକରେଜ କରି ଥାଆନ୍ତି । ଏମିତିକି ଲୋକଙ୍କ କଥାରେ ଆପଣ ନିଜ ଜୀବନରେ ଡିମୋଟିଭେଟ ହୋଇଯାଆନ୍ତି । ନିଜ ଲକ୍ଷ୍ୟ ପ୍ରତି ଧ୍ୟାନ ଦେଇ ପାରନ୍ତିନି । ତେଣୁ ଆପଣ ଯଦି ନିଜ ଜୀବନରେ ସଫଳତା ହାସଲ କରିବା ପାଇଁ ଚାହୁଁଛନ୍ତି ତେବେ କାହା ସହିତ ବି ନିଜର ନେକ୍ସଷ୍ଟ ମୁଭ୍‌ ସେୟାର କରନ୍ତୁନି ।

୪. ଏହାପରେ ଆସୁଛି ମେଡିକାଲ କଣ୍ଡିସନ । ବେଳେବେଳେ ଲୋକେ ନିଜର ସ୍ୱାସ୍ଥ୍ୟଗତ ସମସ୍ୟାକୁ ନେଇ ମଧ୍ୟ ପ୍ରଚାର କରିଥାଆନ୍ତି । ପ୍ରଥମେ ଡାକ୍ତରଙ୍କ ପରାମର୍ଶ ନେବା ଅପେକ୍ଷା ସେମାନେ ସ୍ୱାସ୍ଥ୍ୟଗତ ସମସ୍ୟା ବିଷୟରେ ଛୋଟ ଛୋଟ କଥାକୁ ଅନ୍ୟ ଲୋକଙ୍କୁ କହିଥାଆନ୍ତି । ଯାହା ଦ୍ୱାରା ଆହୁରି ମାନସିକ ଅଶାନ୍ତି ବଢିଥାଏ । ତେଣୁ ନିଜର ହେଲ୍ଥ ଇଷୁକୁ ମଧ୍ୟ ଆପଣ କାହା ସହ ସେୟାର କରନ୍ତୁ ନାହିଁ । ପ୍ରଥମେ ନିଜ ପରିବାର ସହିତ ସ୍ୱାସ୍ଥ୍ୟଗତ ସମସ୍ୟା ବିଷୟରେ କଥା ହୁଅନ୍ତୁ ଏହା ପରେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ।

୫. ନମ୍ବର ୫, ନିଜର ଫ୍ୟାମିଲି ପ୍ରୋବ୍ଲେମ ବା ପାରିବାରିକ ସମସ୍ୟା କଥା ମଧ୍ୟ କାହା ସହିତ ସେୟାର କରନ୍ତୁ ନାହିଁ । ଏହା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ । ଆପଣ ନିଜ ପରିବାର ଭିତରେ ହିଁ ନିଜେ ସବୁ ସୁଧାରିବାପାଇଁ ଚେଷ୍ଟା କରନ୍ତୁ । ଅନ୍ୟ ଲୋକଙ୍କୁ କହିବା ଦ୍ୱାରା ଆହୁରୀ ଅଧିକ ଅସୁବିଧା ଉପୁଜିଥାଏ । ତେଣୁ କ୍ଷଣୀକ ରାଗରେ ନିଜ ପରିବାର ଲୋକଙ୍କୁ ଅନ୍ୟ ଆଗରେ ଖରାପ କହିବା ମଧ୍ୟ ଆପଣଙ୍କର ବଡ ଭୁଲ ହୋଇପାରେ । ଏହାର ଫାଇଦା ସେହି ତୃତୀୟ ଲୋକ ଉଠାଇ ପାରେ ।

Picture Credit – Best Astrology Solution

୬. ଥେରାପି , ଆଜିର ଦୁନିଆରେ ଅନେକ ଲୋକେ ଟେନସନ ରେ ରହୁଛନ୍ତି ତ ପୁଣି କିଛି ଲୋକେ ଷ୍ଟ୍ରେସ୍‌ କୁ ଚାଲି ଯାଉଛନ୍ତି । ଅନେକଙ୍କ କ୍ଷେତ୍ରରେ ମେଣ୍ଟାଲ୍‌ ପ୍ରୋବ୍ଲେମ ଦେଖିବାକୁ ମିଳୁଛି । ଏହା ପରେ ଥେରାପିଷ୍ଟଙ୍କ ପାଖକୁ ଯାଇ କିଛି ଲୋକେ ନିଜ ରିପୋର୍ଟ ମଧ୍ୟ ସୋସିଆଲ ମେଡିଆରେ ସେୟାର କରିବାକୁ ଲାଗୁଛନ୍ତି । ସେମାନେ ଭାବନ୍ତି ଯେ ଲୋକେ ତାଙ୍କ ମେଣ୍ଟାଲ ହେଲ୍ଥ କୁ ବୁଝିପାରିବେ କିନ୍ତୁ ଏହାର ସବୁବେଳେ ବିପରିତ ରେଜଲ୍ଟ ଆସିଥାଏ । ଆପଣଙ୍କ ରିପୋର୍ଟ ଦେଖି ଲୋକଙ୍କର ଆପଣଙ୍କ ପ୍ରତି ବ୍ୟବହାର ବଦଳି ଯାଏ । ତେଣୁ ନିଜର ଥେରାପି ରିପୋର୍ଟକୁ ମଧ୍ୟ ସିକ୍ରେଟ ରଖିବା ଦରକାର ।

୭ . ନମ୍ବର ୭ , ଶେଷରେ ଆସୁଛି ଏନିଥିଙ୍ଗ କନ୍ଫିଡେନ୍ସିଆଲ , ଯଦି ଆପଣଙ୍କ ଉପରେ କିଏ ଭରସା କରି ନିଜର ସିକ୍ରେଟ କହୁଛି ତେବେ ତାକୁ ସବୁଦିନ ପାଇଁ ସିକ୍ରେଟ ରଖିବା ପାଇଁ ଚେଷ୍ଟା କରନ୍ତୁ । କାରଣ ଆପଣ ଯଦି ଜଣଙ୍କୁ ସେହି କଥା କହିବେ ତାହା କେବଳ ଜଣେ ନୁହେଁ ଏମିତି ଅନେକ ଲୋକଙ୍କ କାନକୁ ସେହି କଥା ଯିବ । ଆପଣ ବିଶ୍ୱାସ ମଧ୍ୟ କରିବେ ନାହିଁ ଯେ ଏହା କେତେ ପ୍ରତିଶତ ବ୍ୟାପିପାରେ । ଏହା ଛଡା ଯଦି ଆପଣ କୌଣସି କନ୍ଫିଡେନ୍ସିଆଲ ଡକ୍ୟୁମେଣ୍ଟ ସାଇନ କରୁଛନ୍ତି , ତେବେ ତାହା ମଧ୍ୟ ସିକ୍ରେଟ ରଖିବାକୁ ଚେଷ୍ଟା କରନ୍ତୁ । କାରଣ ଆପଣ ସାଇନ କରୁଥିବା ଡକ୍ୟୁମେଣ୍ଟ ର କମ୍ପାନୀ ଆପଣଙ୍କୁ ସେତିକିି ମାତ୍ରାରେ ଭରସା କରି ସେହି ଦାୟିତ୍ୱ ଦେଇଛି ।

Picture Credit – The art of living foundation

ତେଣୁ ଦର୍ଶକବନ୍ଧୁ ମଣିଷର ଦୈନନ୍ଦିନ ଜୀବନରେ ଅନେକ କିଛି ଘଟିଥାଏ କିନ୍ତୁ ସବୁ କଥା ସମସ୍ତଙ୍କୁ କହିବା ଉଚିତ ନୁହେଁ । ଯାହାକୁ ଆପଣ ନିଜର କୌଣସି ସିକ୍ରେଟ କଥା କହୁଛନ୍ତି ସେ ମଧ୍ୟ ସେତିକି ବିଶ୍ୱସନୀୟ ହେବା ଉଚିତ୍‌ । କାରଣ ସତ ଠାରୁ ମିଛ ଶୀଘ୍ର ବ୍ୟାପିଥାଏ । ପୁଣି ସେହି କଥା ପାଇଁ ସୃଷ୍ଟି ହୋଇଥାଏ ବଡ ସମସ୍ୟା । ଯାହା ଦ୍ୱାରା ପ୍ରଭାବିତ ହୋଇଥାଏ ଆପଣଙ୍କ ମେଣ୍ଟାଲ ହେଲ୍ଥ । ତେଣୁ ନଜେ ଖୁସି ରହିବାର ଦାୟିତ୍ୱ ହେଉଛି ଆପଣଙ୍କର । ତେବେ ଖାସ କରି ନିଜ ଜୀବନର ଏହି ସାତୋଟି କଥାକୁ କାହା ସହିତ ସେୟାର କରନ୍ତୁ ନାହିଁ ।

KNews Bureau

Recent Posts

ଆଜିର ରାଶିଫଳ : ଏହି ରାଶିର ଲୋକେ ଆଜି ବାହାରକୁ ଯାତ୍ରା କରିବେ ଏବଂ ପରିବାର ସହ ଖୁସିର ସମୟ କାଟିବେ

ମେଷ : ଏହି ରାଶିର ବ୍ୟକ୍ତିମାନେ କର୍ମକ୍ଷେତ୍ରରେ ଆଗକୁ ଯିବେ, ଏହା ସହ ସମ୍ମାନ ମିଳିବା ସହିତ ଆପଣ ଏକ…

47 mins ago

ଚାଇଲ୍ଡ ଲାଇନ କର୍ମଚାଚାରୀଙ୍କ ଉପରେ ଆକ୍ରମଣ ଅଭିଯୋଗ

 ଯାଜପୁର ଟାଉନ : ରେସ୍ତୁରାଣ୍ଟରେ ଶିଶୁ ଶ୍ରମିକ କାମ କରୁଥିବା ଖବର ପାଇ ଚଢ଼ାଉ କରିବାକୁ ଯାଇଥିବା ଚାଇଲ୍ଡ ଲାଇନ…

2 hours ago

ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ

 ଭୁବନେଶ୍ବର : ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ । ନବୀନ ନିବାସରେ…

2 hours ago

ତୁଟିଲା ବିବାଦ, ଆଜି ବାରିପଦା ବସଷ୍ଟାଣ୍ଡରୁ ସ୍ବାଭାବିକ ହେଲା ଘରୋଇ ବସ୍ ଚଳାଚଳ

ମୟୁରଭଞ୍ଜ : ତୁଟିଲା ବିବାଦ ।  ମୟୁରଭଞ୍ଜ ଜିଲ୍ଲାରେ ସ୍ବାଭାବିକ ହେଲା ବସ୍ ଚଳା ଚଳ । ୩ ଦିନ…

3 hours ago

ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ

କେନ୍ଦୁଝର : ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ। କେନ୍ଦୁଝର ଜିଲ୍ଲାକୁ ଦୁଇ ଦିନିଆ…

3 hours ago

ଅଜଣା ରୋଗରେ ଆକ୍ରାନ୍ତ ହୋଇ ବିଛଣାରେ ପଡ଼ି ରହିଛି ୩୫ ବର୍ଷୀୟ ପୁଅ

ବାଲେଶ୍ବର: ଆଶା କରିଥିଲୁ ବୁଢ଼ା କାଳେ ଆମ ପୁଅ ଆମ ସାହାରା ପାଲଟିବ । ଆମେ ଜମି ବାଡ଼ି ବିକ୍ରି…

4 hours ago