ରାଜ୍ୟ

ଅନଲାଇନ ଲୁଡୋ ଗେମ ଖେଳୁ ଖେଳୁ ଆକାଉଣ୍ଟରୁ ସରିଗଲା ଟଙ୍କା, ଘର ଛାଡ଼ି ପଳାଇଲେ ଯୁବକ

ଭଦ୍ରକ(କେନ୍ୟୁଜ୍‌) : ଅନଲାଇନ ଗେମ ଏବେ ଯୁବକ ସମାଜକୁ ପଥଭ୍ରଷ୍ଟ କରୁଛି । ଅନ୍‌ଲାଇନ ଗେମ ଖେଳି ନିଜ ଅଜାଣତରେ ମଧ୍ୟ ଲକ୍ଷ ଲକ୍ଷ ଟଙ୍କା ସାରି ଦେଉଛନ୍ତି ପଥଭ୍ରଷ୍ଟ ଯୁବକ । ଏହି ମୋବାଇଲ ଗେମ ଓ ଅନଲାଇନ ଗେମ ପାଇଁ ଅଜାଣତରେ ନିଜ ଭବିଷ୍ୟତକୁ ଅନ୍ଧକାର କରୁଛନ୍ତି ଆଜିର ଯୁବ ସମାଜ । ଏମିତି ଏକ ଘଟଣା ଦେଖିବା ପାଇଁ ମିଳିଛି ଭଦ୍ରକ ଜିଲ୍ଲାରେ ।

ଭଦ୍ରକ ଧାମନଗର ଥାନା ଦେହୁଡ଼ି ଆନନ୍ଦପୁର ହାତିବାଡି ଗାଁ ର ୧୯ ବର୍ଷୀୟ ଯୁବକ ଖଗେଶ୍ୱର ନାୟକ ମୋବାଇଲ ରେ ଅନଲାଇନ ଗେମ ଖେଳି ଘର ଲୋକ ଙ୍କ ଆକାଉଣ୍ଟ ରୁ ଟଙ୍କା ଖାଲି କରିଦେଇଛନ୍ତି । ଶେଷରେ ଭୟରେ ଘରୁ କେଉଁ ଆଡେ ଚାଲିଯାଇଛନ୍ତି । ବାପାଙ୍କ ଆକାଉଣ୍ଟ ରୁ ଖେଳିବା ବେଳେ ହଜାର ହଜାର ଟଙ୍କା କଟିଯାଇଛି ।

କିନ୍ତୁ ଶେଷ ରେ ଟଙ୍କା ଆଣିନପାରି ଘର ଛାଡିଛନ୍ତି ଯୁବକ । ପାଠ ପଢିବା ବେଳେ ଏକ ଦୋକାନରେ କାମ କରୁଥିଲେ । ହଟାତ ମୋବାଇଲ ପାଇଁ ଜିଦି କରିଥିଲେ । ଅଳ୍ପ ସଞ୍ଚୟ ରୁ ବାପା ଖଗେଶ୍ୱର ପାଇଁ ମୋବାଇଲ ଟିଏ କିଣିଦେଇଥିଲେ । କିନ୍ତୁ ପୁଅ ମୋବାଇଲ ରେ ଫ୍ରି ଫାୟାର ଓ ଲୁଡୋ ଗେମ ଖେଳିବାରେ ବ୍ୟସ୍ଥ ରହୁଥିଲେ । ଏମିତି କି ୨୦ ହଜାରରୁ ଅଧିକ ଟଙ୍କା କଟିଯାଇଥିବା ଜଣାଯାଇଛି।

ଟଙ୍କା କଟିଯିବା ପରେ ଏବେ ମୋବାଇଲକୁ ଘରେ ରଖି କେଉଁଆଡ଼େ ଚାଲିଯାଇଛନ୍ତି । ପଡୋଶୀ , ସାଙ୍ଗସାଥି ଓ ବନ୍ଧୁଙ୍କ ଘରେ ପଚରା ଉଚୁରା ପରେ ଘର ଲୋକେ ଥାନାରେ ଏତଲା ପାଇଁ ପ୍ରସ୍ତୁତ ହେଲେଣି । ପରିବାର ଲୋକେ ଏବେ ପୁଅକୁ ଖୋଜିବାରେ ବ୍ୟସ୍ତ ।

Niharanjan

Recent Posts

ଆଜିର ରାଶିଫଳ : ଏହି ରାଶିର ଲୋକେ ଆଜି ବାହାରକୁ ଯାତ୍ରା କରିବେ ଏବଂ ପରିବାର ସହ ଖୁସିର ସମୟ କାଟିବେ

ମେଷ : ଏହି ରାଶିର ବ୍ୟକ୍ତିମାନେ କର୍ମକ୍ଷେତ୍ରରେ ଆଗକୁ ଯିବେ, ଏହା ସହ ସମ୍ମାନ ମିଳିବା ସହିତ ଆପଣ ଏକ…

47 mins ago

ଚାଇଲ୍ଡ ଲାଇନ କର୍ମଚାଚାରୀଙ୍କ ଉପରେ ଆକ୍ରମଣ ଅଭିଯୋଗ

 ଯାଜପୁର ଟାଉନ : ରେସ୍ତୁରାଣ୍ଟରେ ଶିଶୁ ଶ୍ରମିକ କାମ କରୁଥିବା ଖବର ପାଇ ଚଢ଼ାଉ କରିବାକୁ ଯାଇଥିବା ଚାଇଲ୍ଡ ଲାଇନ…

2 hours ago

ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ

 ଭୁବନେଶ୍ବର : ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ । ନବୀନ ନିବାସରେ…

2 hours ago

ତୁଟିଲା ବିବାଦ, ଆଜି ବାରିପଦା ବସଷ୍ଟାଣ୍ଡରୁ ସ୍ବାଭାବିକ ହେଲା ଘରୋଇ ବସ୍ ଚଳାଚଳ

ମୟୁରଭଞ୍ଜ : ତୁଟିଲା ବିବାଦ ।  ମୟୁରଭଞ୍ଜ ଜିଲ୍ଲାରେ ସ୍ବାଭାବିକ ହେଲା ବସ୍ ଚଳା ଚଳ । ୩ ଦିନ…

3 hours ago

ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ

କେନ୍ଦୁଝର : ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ। କେନ୍ଦୁଝର ଜିଲ୍ଲାକୁ ଦୁଇ ଦିନିଆ…

3 hours ago

ଅଜଣା ରୋଗରେ ଆକ୍ରାନ୍ତ ହୋଇ ବିଛଣାରେ ପଡ଼ି ରହିଛି ୩୫ ବର୍ଷୀୟ ପୁଅ

ବାଲେଶ୍ବର: ଆଶା କରିଥିଲୁ ବୁଢ଼ା କାଳେ ଆମ ପୁଅ ଆମ ସାହାରା ପାଲଟିବ । ଆମେ ଜମି ବାଡ଼ି ବିକ୍ରି…

4 hours ago