ଦେଶରେ ବଢ଼ୁଥିବା କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ସରକାର ଚିକିତ୍ସା ପରେ ସୁସ୍ଥ ହୋଇ ଫେରିଥିବା ବ୍ୟକ୍ତିଙ୍କ ହାତରେ ହୋମ କ୍ୱାରେଣ୍ଟାଇନ୍ ସିଲ୍ ମାରିବାକୁ ନିୟମ କରିଛନ୍ତି। ଲୋକଙ୍କ ଭଲ ପାଇଁ କରାଯାଇଥିବା ଏହି ନିୟମ ଏବେ ଆକ୍ରାନ୍ତଙ୍କ ପାଇଁ ଅଭିଶାପ ପାଲଟିଛି। ରାଜଧାନୀ ଏକ୍ସପ୍ରେସ୍ରେ ଦିଲ୍ଲୀ ଯାଉଥିବା ଏକ ଦମ୍ପତିଙ୍କ ମଧ୍ୟରେ ସ୍ୱାମୀଙ୍କ ହାତରେ କ୍ୱାରେଣ୍ଟାଇନ୍ ଚିହ୍ନ ଦେଖି ଅନ୍ୟ ଯାତ୍ରୀମାନେ ଆତଙ୍କିତ ହୋଇ ସେମାନଙ୍କୁ ଟ୍ରେନ୍ରୁ ଓହ୍ଲାଇଦେଇଥିବା ଜଣାଯାଇଛି। ଏନେଇ ରେଳ ବିଭାଗ ତରଫରୁ ଶନିବାର ଦିନ ଟ୍ଵିଟ୍ ମାଧ୍ୟମରେ ସୂଚନା ଦିଆଯାଇଛି।
ରେଳ ବିଭାଗର ଟ୍ଵିଟ୍ ମୁତାବକ ଏକ ଦମ୍ପତି ରାଜଧାନୀ ଏକ୍ସପ୍ରେସ୍ରେ ବେଙ୍ଗାଲୁରୁରୁ ଦିଲ୍ଲୀ ଯାଉଥିଲେ। ଏହି ସମୟରେ ଜଣେ ଯାତ୍ରୀ ଉକ୍ତ ବ୍ୟକ୍ତିଙ୍କ ହାତରେ କ୍ୱାରେଣ୍ଟାଇନ୍ ଚିହ୍ନ ଦେଖିଥିଲେ। ପରେ ସେ ଏନେଇ ଟ୍ରେନ୍ର ଅନ୍ୟ ଯାତ୍ରୀଙ୍କ ସମେତ ଟିଟିଇଙ୍କୁ ଜଣାଇଥିଲେ।
ଖବର ପାଇ ଅନ୍ୟ ରେଳ ବିଭାଗୀୟ ଷ୍ଟାଫ ଓ ଡାକ୍ତର ଟ୍ରେନ୍ରେ ପହଞ୍ଚିଥିଲେ। ସେମାନେ ଉକ୍ତ ସ୍ୱାମୀ-ସ୍ତ୍ରୀଙ୍କୁ ଆମ୍ବୁଲାନ୍ସ ଯୋଗେ ମେଡିକାଲ ପଠାଇଦେଇଥିଲେ। ପରେ କୋଚ୍କୁ ଲକ୍ କରି ଏସି ବନ୍ଦ କରାଯାଇଥିଲା। କୋଚ୍କୁ ସମ୍ପୂର୍ଣ୍ଣ ଭାବେ ସାନିଟାଇଜ କରାଯିବା ପରେ ହିଁ ଟ୍ରେନ୍ ଦିଲ୍ଲୀ ଯାଇଥିଲା। ସୂଚନାଯୋଗ୍ୟ ଯେ ବର୍ତ୍ତମାନ କରୋନା ଯୋଗୁ ୨୭୧ଜଣ ସଂକ୍ରମିତ ହୋଇଥିବା ବେଳେ ୪ ଜଣଙ୍କ ମୃତ୍ୟୁ ଘଟିଛି।
ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…
ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…
ଯାଜପୁର ଟାଉନ : ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର । ଦଶରଥପୁର ବ୍ଲକ…
ଉଦଳା: ଅଳିଆ ଭାବେ ପଡିଛି କୁଢ଼ କୁଢ଼ ସାଲାଇନ ଓ ଇଞ୍ଜେକସନ୍ । କିଛି ଏକ୍ସପାଏରୀ ହୋଇଛି ତ ଆଉ…
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଗିରଫ କରିଛି ସିବିଆଇ । ଅବକାରୀ ନୀତି ଦୁର୍ନୀତି ମାମଲାରେ ତାଙ୍କୁ ଅଦାଲତରୁ ଗିରଫ…
ସୁନ୍ଦରଗଡ଼ : ବଜ୍ରକାପ୍ତା ଉଦ୍ଧାର । ସୁନ୍ଦରଗଡ଼ ଜିଲ୍ଲା କୁଳିପୋଷ ରେଞ୍ଜର କୁଢେଇକଳା ବିଟର ବନଲତା ଗାଁରୁ ଉଦ୍ଧାର କରାଯାଇଛି…