ଅଭିଶାପ ପାଲଟିଲା କରୋନା ଭାଇରସ୍‌, ହାତରେ କ୍ୱାରେଣ୍ଟାଇନ୍‌ ଚିହ୍ନ ଦେଖି ଦମ୍ପତିଙ୍କୁ ଟ୍ରେନ୍‌ରୁ ତଡ଼ିଦେଲେ ଅନ୍ୟ ଯାତ୍ରୀ

ଦେଶରେ ବଢ଼ୁଥିବା କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ସରକାର ଚିକିତ୍ସା ପରେ ସୁସ୍ଥ ହୋଇ ଫେରିଥିବା ବ୍ୟକ୍ତିଙ୍କ ହାତରେ ହୋମ କ୍ୱାରେଣ୍ଟାଇନ୍‌ ସିଲ୍‌ ମାରିବାକୁ ନିୟମ କରିଛନ୍ତି। ଲୋକଙ୍କ ଭଲ ପାଇଁ କରାଯାଇଥିବା ଏହି ନିୟମ ଏବେ ଆକ୍ରାନ୍ତଙ୍କ ପାଇଁ ଅଭିଶାପ ପାଲଟିଛି। ରାଜଧାନୀ ଏକ୍ସପ୍ରେସ୍‌ରେ ଦିଲ୍ଲୀ ଯାଉଥିବା ଏକ ଦମ୍ପତିଙ୍କ ମଧ୍ୟରେ ସ୍ୱାମୀଙ୍କ ହାତରେ କ୍ୱାରେଣ୍ଟାଇନ୍‌ ଚିହ୍ନ ଦେଖି ଅନ୍ୟ ଯାତ୍ରୀମାନେ ଆତଙ୍କିତ ହୋଇ ସେମାନଙ୍କୁ ଟ୍ରେନ୍‌ରୁ ଓହ୍ଲାଇଦେଇଥିବା ଜଣାଯାଇଛି। ଏନେଇ ରେଳ ବିଭାଗ ତରଫରୁ ଶନିବାର ଦିନ ଟ୍ଵିଟ୍‌ ମାଧ୍ୟମରେ ସୂଚନା ଦିଆଯାଇଛି।

ରେଳ ବିଭାଗର ଟ୍ଵିଟ୍‌ ମୁତାବକ ଏକ ଦମ୍ପତି ରାଜଧାନୀ ଏକ୍ସପ୍ରେସ୍‌ରେ ବେଙ୍ଗାଲୁରୁରୁ ଦିଲ୍ଲୀ ଯାଉଥିଲେ। ଏହି ସମୟରେ ଜଣେ ଯାତ୍ରୀ ଉକ୍ତ ବ୍ୟକ୍ତିଙ୍କ ହାତରେ କ୍ୱାରେଣ୍ଟାଇନ୍‌ ଚିହ୍ନ ଦେଖିଥିଲେ। ପରେ ସେ ଏନେଇ ଟ୍ରେନ୍‌ର ଅନ୍ୟ ଯାତ୍ରୀଙ୍କ ସମେତ ଟିଟିଇଙ୍କୁ ଜଣାଇଥିଲେ।

corona2

ଖବର ପାଇ ଅନ୍ୟ ରେଳ ବିଭାଗୀୟ ଷ୍ଟାଫ ଓ ଡାକ୍ତର ଟ୍ରେନ୍‌ରେ ପହଞ୍ଚିଥିଲେ। ସେମାନେ ଉକ୍ତ ସ୍ୱାମୀ-ସ୍ତ୍ରୀଙ୍କୁ ଆମ୍ବୁଲାନ୍ସ ଯୋଗେ ମେଡିକାଲ ପଠାଇଦେଇଥିଲେ। ପରେ କୋଚ୍‌କୁ ଲକ୍‌ କରି ଏସି ବନ୍ଦ କରାଯାଇଥିଲା। କୋଚ୍‌କୁ ସମ୍ପୂର୍ଣ୍ଣ ଭାବେ ସାନିଟାଇଜ କରାଯିବା ପରେ ହିଁ ଟ୍ରେନ୍‌ ଦିଲ୍ଲୀ ଯାଇଥିଲା। ସୂଚନାଯୋଗ୍ୟ ଯେ ବର୍ତ୍ତମାନ କରୋନା ଯୋଗୁ ୨୭୧ଜଣ ସଂକ୍ରମିତ ହୋଇଥିବା ବେଳେ ୪ ଜଣଙ୍କ ମୃତ୍ୟୁ ଘଟିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.