ଭାରତରେ ଲଞ୍ଚ ହେଲା 2020 Maruti Dzire Facelift, ଜାଣନ୍ତୁ ଏହାର ସ୍ପେଶାଲ ଫିଚର୍ସ ଓ ମୂଲ୍ୟ

ମାରୁତି ସୁଜୁକି ଇଣ୍ଡିଆ ଲିମିଟେଡ଼ ନୂଆ ଦ୍ୱୀଜ଼ୀଆର ଭାରତରେ ଲଂଚ କରିଛି । ୨୦୨୦ରେ ମାରୁତି ସୁଜୁକି ନିଜ ଏହି ଡିଜାଇନର ଫେସ ଲିଫ୍ଟ କାରର ଫ୍ରଣ୍ଟ ଭାଗରେ କିଛିଟା ପରିବର୍ତ୍ତନ ଆଣିଛି । କାରରେ ନୂଆ ହେକସଗୋନାଲ ଗ୍ରିଲ ବି ଲଗାଯାଇଛି । ଫ୍ରଣ୍ଟ ବମ୍ପର, ଫୋଗ ଲେମ୍ପ ହାଉସିଂଗା ସହିତ ଅପଡେଟ କରାଯାଇଥିବା ଜଣାଯାଇଛି । ଏହାବାଦ ଏହାର ଲୁକ ପୂର୍ବ ଡିଜାଇନ ସହ ଅନେକାଂଶରେ ମିଶୁଥିବା ଜଣାଯାଇଛି । ମାରୁତିରେ ଏହି ନୂଆ ଗାଡ଼ିରେ ବସ୬ ୧.୨ ଲିଟର ସମେତ ୪ ସିଲିଣ୍ଡର ଇଂଜିନର ସୁବିଧା ବି ମିଳିପାରିବ । ଏହି ଇଂଜିନ ଟି ୮୨ ବିଏଚପି ପାୱାର ସହ ୧୧୩ ଏନଏମ ତର୍କ ଜେନେରେଟ କରିପାରିବ । ଏହା ସହ ଏଥିରେ ୫ ସ୍ପିଡ଼ ମାନୁଆଲ, ବା ଅଟୋମେଟିକ ଗିଆରବକ୍ସର ବିକଳ୍ପ ବି ମିଳିପାରିବ । ଏହି ସ୍ୱତନ୍ତ୍ର ଗାଡି ଟିକୁ ଆଗକୁ ଚାରିଟି ଭେରିୟାଣ୍ଟରେ ବଜାରରେ ଛଡ଼ାଯିବ ବୋଲି ଜଣାଯାଇଛି ।

dzire

କଣ ରହିଛି ଫିଚର୍ସ:

୨୦୨୦ ମାରୁତି ଡିଜାଇରର ଏହି କାରରେ ପୂର୍ବ ଗାଡି ଅପେକ୍ଷା ଡିଜାଇନ, ଲେଆଉଟ ଓ ଫିଚର ଗୁଡିକରେ କିଛିଟା ପରିବର୍ତ୍ତନ ଅଣାଯାଇଛି । ଏହା ବାଦ ନୂଆ ଡିଜାଇନର ଏହି ଗାଡ଼ିରେ ନେବିଗେସନ, ଆପଲ କାର୍ପଲେ, ଏଣ୍ଡ୍ରୋଏଡ ଅଟୋ ଓ ବ୍ଲୁତୁଠ ପରି ଫିଚର ଗୁଡିକ ବି ପୂର୍ବ ପରି ହିଁ ଉପଲବ୍ଧ ହେବ । ଟାଟା ମୋଟର୍ସ ବି ନିକଟରେ ଟାଟା ଟିଗର ଫସଲିଫ୍ଟ ଭର୍ଜନ ଲଞ୍ଚ କରାଯାଇଛି । ଏହା ବାଦ ହ୍ୟୁନଡ଼ାଈ ନିଜ ନିଜ ଗାଡି ଗୁଡିକୁ ଲଞ୍ଚ କରିଥିଲେ । କହିରଖିବା ଉଚିତକି ମାରୁତିର ଏହି ଗାଡି ହେଉଛି ଭାରତର ସବୁଠୁ ବିକ୍ରି ହୋଇଥିବା ଗାଡି । ଭାରତୀୟ ବଜାରରେ ଏହାର ମୁକାବିଲା ହୋଣ୍ଡା ତଥା ଟାଟାର ବିଭିନ୍ନ ଗାଡି ସହିତ ଜୋରଦାର ହୋଇଥିଲା । ମାରୁତିର ଏହି ଗାଡ଼ିରେ ଏହି ନୂଆ ଗାଡିର ମୂଲ୍ୟ ୫ ଲକ୍ଷ ରୁ ଆରମ୍ଭ ହୋଇ ୯ ଲକ୍ଷ ଭିତରେ ରହିବ ବୋଲି ଜଣାଯାଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.