Below header

ଏବେ ହସପିଟାଲରେ ଭର୍ତ୍ତି ହୋଇଥିବା ସମସ୍ତ ଥଣ୍ଡା-ଜ୍ୱର ରୋଗୀଙ୍କର ହେବ କରୋନା ଟେଷ୍ଟ

ଦେଶରେ ଏବେ ପର୍ଯ୍ୟନ୍ତ କରୋନାରେ ୨୭୧ ମାମଲା ସାମ୍ନାକୁ ଆସିସାରିଲାଣି। କରୋନାର ବଢ଼ୁଥିବା ମାମଲାକୁ ଦେଖି ଭାରତୀୟ ଆର୍ୟୁବିଜ୍ଞାନ ଅନୁସନ୍ଧାନ ପରିଷଦ (ଆଇସିଏମଆର) ଏହି ଭାଇରସ ସହିତ ମୁକାବିଲା କରିବାର ଯୋଜନାରେ ପରିବର୍ତ୍ତନ କରିଛନ୍ତି। ଏହି ମୁକାବିଲାରେ ଆଇସିଏମଆର ସଂଶୋଧନ କରି କହିଛନ୍ତି ଯେ ଯେ ଶ୍ୱାସ ସମ୍ପନ୍ଧୀୟ ଗମ୍ଭୀର ରୋଗ, ନିଶ୍ୱାସ ପ୍ରଶ୍ୱାସରେ ସମସ୍ୟା ଏବଂ ଜ୍ୱର-କାଶ ପାଇଁ ହସିପିଟାଳରେ ଭର୍ତ୍ତି ହୋଇଥିବା ସମସ୍ତ ରୋଗୀଙ୍କୁ କୋଭିଡ୍‌-୧୯ ସଂକ୍ରମଣ ପାଇଁ ଯାଞ୍ଚ କରାଯିବ।

ଆଇସିଏମଆର ଜଣାଇଛନ୍ତି ଯେ କରୋନା ଭାଇରସ୍‌ ସଂକ୍ରମିତ କୌଣସି ବି ବ୍ୟକ୍ତିଙ୍କ ସମ୍ପର୍କରେ ଆସିବା କିମ୍ବା କରୋନାର ଲକ୍ଷଣ ଦେଖାଗଲେ ତାଙ୍କୁ କରୋନା ଟେଷ୍ଟ ନିଶ୍ଚୟ କରାଯିବ। କୌଣସି ସଂକ୍ରମିତ ବ୍ୟକ୍ତିଙ୍କ ସମ୍ପର୍କରେ ଯଦି ଆପଣ ଆସିଛନ୍ତି ତେବେ ଆସନ୍ତା ୫-୧୪ ଦିନ ଭିତରେ ହିଁ କରୋନା ଟେଷ୍ଟ କରାନ୍ତୁ।

fluକରୋନା ଯେଉଁଭଳି ଭାବେ ନିଜ କାୟା ବିସ୍ତାର କରିଚାଲିଛି ତାହାକୁ ନଜରରେ ରଖି ଆଇସିଏମଆର ନିଜର ରଣନୀତିରେ ପରିବର୍ତ୍ତନ କରିଛି। ଏହି ଯୋଜନାରେ ପରିବର୍ତ୍ତନ କରିବାର ମୁଖ୍ୟ ଲକ୍ଷ୍ୟ ରହିଛି କରୋନାର ବଢ଼ୁଥିବା ଏହି ଭାରସକୁ ବ୍ୟାପିବାରୁ ରୋକିବା। ଗତ ୧୪ ଦିନରେ ବିଦେଶ ଯାତ୍ରାରୁ ଆସିଥିବା ଲୋକଙ୍କୁ ଅବଜରଭେସନରେ ରଖାଯାଇଥିଲା। ଏହି ଲୋକମାନଙ୍କ ଠାରେ କରୋନାର ଲକ୍ଷଣ ଦେଖିବାକୁ ମିଳିଥିଲା। ଏହାସହିତ ଏହି ଲୋକଙ୍କ ସମ୍ପର୍କରେ ଆସିଥିବା ସ୍ୱାସ୍ଥ୍ୟ କର୍ମଚାରୀଙ୍କ ଠାରେ ମଧ୍ୟ ସଂକ୍ରମଣ ଦେଖିବାକୁ ମିଳିଲା।

ଦେଶରେ କରୋନା ଷ୍ଟେଜ ୨ରେ ରହିଛି ଆଉ ଏବେ ଷ୍ଟେଜ-୩ ଅର୍ଥାତ ସାମୁଦାୟିକ ସଂକ୍ରମଣର କୌଣସି ମାମଲା ସାମ୍ନାକୁ ଆସିନାହିଁ। ସେହିପରି ଆଇସିଏମଆର ସୂଚନା ଦେଇଛନ୍ତି ଯେ ଯଦି କୌଣସି ମାମଲା ସାମୂଦାୟିକ ସଂକ୍ରମଣ ସମ୍ବନ୍ଧୀୟ ହୋଇଥିବ ତେବେ ଟେଷ୍ଟିଙ୍ଗ ନିୟମରେ ଆହୁରି ବି ପରିବର୍ତ୍ତନ କରାଯିବ। ପରୀକ୍ଷଣ ପାଇଁ ଆଡଭାଇଜରୀ ସମୟ ସମୟରେ ସମୀକ୍ଷା କରାଯିବ। ଏହାର ସମୀକ୍ଷା ନ୍ୟାସନାଲ ଟାସ୍କ ଫୋର୍ସ କରୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.