Below header

କରୋନା ଭାଇରସ ଯୋଗୁ କ୍ଷତିଗ୍ରସ୍ତ ଋଣଗ୍ରାହୀଙ୍କ ପାଇଁ ଖୁସି ଖବର, ଆବଶ୍ୟକ କଲେ ଏସ୍‌ବିଆଇ ଦେବ ସ୍ୱତନ୍ତ୍ର ଋଣ

କରୋନା ଯୋଗୁ ଦେଶରେ ଏକ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି । ସବୁ ସେକ୍ଟରରେ କରୋନା ପ୍ରଭାବ ପକାଇଛି । କରୋନା ପ୍ରଭାବରେ ସାଧାରଣ ଲୋକଙ୍କ ଠାରୁ ବ୍ୟବସାୟୀ ପର୍ଯ୍ୟନ୍ତ ସମସ୍ତେ କ୍ଷତିଗ୍ରସ୍ତ ହୋଇଛନ୍ତି । ଏହାକୁ ଦୃଷ୍ଟିରେ ରଖି ଦେଶର ବୃହତ୍ତମ ବ୍ୟାଙ୍କ ଏସ୍‌ବିଆଇ ତାର ଋଣଗ୍ରାହୀଙ୍କ ପାଇଁ ଏକ ସ୍ୱତନ୍ତ୍ର ଋଣ ଯୋଜନା ଘୋଷଣା କରିଛି ।

କରୋନା ପ୍ରଭାବରେ ଯେଉଁ ଋଣଗ୍ରାହୀଙ୍କ ବ୍ୟବସାୟ କ୍ଷତିଗ୍ରସ୍ତ ହୋଇଛି । ସେମାନେ ଆବଶ୍ୟକ କଲେ ଷ୍ଟେଟ୍‌ ବ୍ୟାଙ୍କ ସେମାନଙ୍କୁ କୋଭିଡ-୧୯ ଏମର୍ଜେନ୍ସି କ୍ରେଡିଟ୍‌ ଲାଇନ୍‌ (ସିଇସିଏଲ୍‌) ସ୍ୱତନ୍ତ୍ର ଋଣ ଦେଇପାରିବ । ତେବେ ମୂ ଧନର ୧୦ ପ୍ରତିଶତ ଆକାରରେ ଏହି ଋଣ ମିଳିବ । ମୂଳ ଧନ ଅତି ବେଶୀରେ ୨୦୦ କୋଟିରୁ ଅଧିକ ହେବନାହିଁ । ଏହି ଋଣ ଦେବାର ଶେଷ ସମୟ ଜୁନ୍‌ ୩୦ ତାରିଖ ଯାଏ ରଖାଯାଇଛି ।

ଏସ୍‌ବିଆଇ ୭.୨୫ ପ୍ରତିଶତ ଋଣ ଆକାରରେ ଏହି ଋଣ ଦେବ । ଏଥିପାଇଁ କୈାଣସି ପ୍ରୋସେସିଙ୍ଗ ଫି କିମ୍ବା ପେନାଲିଟି ଲାଗୁ ହେବନାହିଁ ବୋଲି ବ୍ୟାଙ୍କ୍‌ କହିଛି । ଏହି ଋଣ ଗୋଟିଏ ଥରରେ ବ୍ୟାଙ୍କ୍‌ ଦେଉଥିବା ବେଳେ ପରିଶୋଧ କରିବାର ଅବଧି ୧୨ ମାସ ରହିବ । ପରିଶୋଧ କରିବାର ଅବଧି ଋଣ ଦେବାର ୬ମାସ ପରେ ଆରମ୍ଭ ହେବ ବୋଲି ବ୍ୟାଙ୍କ୍‌ କହିଛି । ଛୋଟ ବ୍ୟବସାୟୀ ମଧ୍ୟ ଏହି ଋଣ ନେଇପାରିବେ ।

ତେବେ ମାର୍ଚ୍ଚ ୧୬ ତାରିଖ ସୁଦ୍ଧା ସେମାନଙ୍କର ଓଭରଡ୍ୟୁଜ୍‌ ୩୦ ଦିନରୁ ଅଧିକ ହୋଇନଥିବା ଦରକାର ବୋଲି ବ୍ୟାଙ୍କ୍‌କହିଛି । ଷ୍ଟେଟ୍‌ ବ୍ୟାଙ୍କ୍‌ ପ୍ରଥମେ ଏହି ଋଣ ସୁବିଧା ଆରମ୍ଭ କରିଥିବା ବେଳେ ଅନ୍ୟ ବ୍ୟାଙ୍କ୍‌ଗୁଡିକ ଖୁବ୍‌ ଶୀଘ୍ର ଏହି ସୁବିଧା ଆରମ୍ଭ କରିବେ ବୋଲି ଜଣାପଡ଼ିଛି । 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.