କନିକା କପୁର କରୋନା ସଂକ୍ରମିତ ଜଣା ପଡିବା ପରେ ଚର୍ଚ୍ଚାକୁ ଆସିଲେ ଏହି ଗାୟିକା, ଜାଣନ୍ତୁ କାହିଁକି

ଶୁକ୍ରବାର ଗାୟିକା କନିକା କପୁର କରୋନା ସଂକ୍ରମିତ ବା କୋଭିଡ଼ -୧୯ରେ ସଂକ୍ରମିତ ନେଇ ଖବର ସାମ୍ନାକୁ ଆସିଛି । ଏହି ଘଟଣାକୁ ନେଇ ସୋସିଆଲ ମିଡ଼ିଆରେ ଯେମିତି ହଇଚଇ ଖେଳି ଯାଇଛି । ଗୋଟେ ପଟେ ଗ୍ରାଉଣ୍ଡ ଜିରୋରେ କନିକାଙ୍କ ବିରୋଧରେ ଏଫଆଇଆର ଦର୍ଜ ହୋଇଥିବା ବେଳେ ଅନ୍ୟ ପଟେ ତାଙ୍କୁ ନେଇ ସୋସିଆଲ ମିଡ଼ିଆ ଗୁଡିକରେ ୟୁଜର୍ସ ମାନେ ନିଜ ନିଜ ପ୍ରତିକ୍ରିୟା ଦେବାରେ ଲାଗିଛନ୍ତି । ପ୍ରକୃତରେ କନିକା କପୁର କରୋନା ସଂକ୍ରମିତ ହେବା ପରେ କେତେକ ୟୁଜର୍ସ ଭୁଲରେ କନିକା କପୁରଙ୍କ ବଦଳରେ କନିକା ଢୀଲନଙ୍କୁ ଟ୍ୟାଗ କରି ଟ୍ୱିଟରରେ ଟ୍ରଲ କରିଥିଲେ । ଏହି ଘଟଣା ପରେ କନିକା ଢୀଲନ ଖୁବ ରାଗିବା ସହ ନିଜ ଟ୍ରଲରସ ମାନଙ୍କୁ ବି କଡା ଜବାବ ଦେଇଥିଲେ ।

kanika kapoor

ଜଣେ ୟୁଜର କନିକା ଢୀଲୋନଙ୍କୁ ଟ୍ୟାଗ କରି ଲେଖିଥିଲେକି, ‘ନିଜକୁ ସେଲିବ୍ରିଟିର ପରିଚୟ ଦେଇ ତମେ ଏମିତି ଦାୟିତ୍ୱ ହୀନ କାମ କେମିତି କରିପାରିଲ’ । ଏହା ସହ ୟୁଜର ବି ହାସଟାଗର ବ୍ୟବହାର କରିଥିଲେ । ଏହି ୟୁଜରଙ୍କ ଏହି ପୋଷ୍ଟଟି ମାତ୍ର କିଛି ସମୟ ଭିତରେ ହିଁ ଭାଇରାଲ ହୋଇଯାଇଥିଲା । ଏହା ପରେ ସିଙ୍ଗର କନିକା ବି କଡା ଜବାବ ଦେଇ ମେସେଜ ପୋଷ୍ଟ କରିଥିଲେ । ଏହା ସହ ସେ କରୋନା ସଚେତନତା ନେଇ ବାର୍ତ୍ତା ବି ଦେଇଥିଲେ । କହି ରଖିବା ଉଚିତକି, ନିକଟରେ ହିଁ କନିକା ଲଣ୍ଡନରୁ ଭାରତ ଫେରିଥିଲେ ।

ଫେରିବା ପରେ ମଧ୍ୟ ସେ ନିଜକୁ କ୍ଵାରିଣ୍ଟିଂନରେ ରଖି ନଥିଲେ । ଏହା ସହ ଏକ ପାର୍ଟିର ବି ଆୟୋଜନ କରିଥିଲେ । କନିକାଙ୍କ ଏହି ପାର୍ଟିରେ ୪୦୦ ରୁ ୫୦୦ ଜଣ ଯୋଗଦେଇଥିବା ଜଣାଯାଇଛି । ଅବଶ୍ୟ ସ୍ୱାସ୍ଥ୍ୟ ବିଭାଗ ଭୋଜିରେ ସାମିଲ ହୋଇଥିବା ଲୋକଙ୍କ ଯାଞ୍ଚ ପ୍ରକ୍ରିୟା ଆରମ୍ଭ କରିଦେଇଛି । ସୋସିଆଲ ମିଡିଆରେ କନିକାଙ୍କ ପାର୍ଟିର କିଛି ଫଟୋ ବି ଭାଇରଲ ହୋଇଥିବା ଜଣାଯାଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.