ସାଧାରଣ ଥଣ୍ଡା ଓ କରୋନା ଭାଇରସର ଲକ୍ଷଣ ମଧ୍ୟରେ କଣ ରହିଛି ପାର୍ଥକ୍ୟ, ଜାଣନ୍ତୁ କିଛି ଜରୁରୀ କଥା

ଚୀନରୁ ବ୍ୟାପିଥିବା କରୋନା ଭାଇରସ ଏବେ ସାରା ଦୁନିଆରେ ତାର କାୟା ବିସ୍ତାର କରିସାରିଛି । କରୋନା ଭାଇରସର ନାମ ନେବା ମାତ୍ରେ ଏବେ ଲୋକମାନଙ୍କ ଭିତରେ ଏକପ୍ରକାର ଭୟ ଦେଖିବାକୁ ମିଳୁଛି । ଭାରତରେ ମଧ୍ୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି । ତେବେ ଏହି ମହାମାରୀ କାରଣରୁ ମୃତ୍ୟୁସଂଖ୍ୟା ଏବେ ୧୦,୦୦୦ରେ ପହଞ୍ଚି ଗଲାଣି । ତେବେ ଏଥିରୁ ମୁକ୍ତି ପାଇବା ପାଇଁ ବର୍ତ୍ତମାନ ପର୍ଯ୍ୟନ୍ତ ସମ୍ପୂର୍ଣ ଭାବେ କୌଣସି ଟୀକା ବାହାର କରାଯାଇପାରିନାହିଁ କିନ୍ତୁ ସତର୍କ ରହିବା ପାଇଁ ଲୋକମାନେ ଭିନ୍ନ ଭିନ୍ନ ପ୍ରକାର ପଦକ୍ଷେପ ନେଉଥିବା ଦେଖିବାକୁ ମିଳିଛି । ତେବେ ସବୁଠାରୁ ବଡ଼ ଭୟର ବିଷୟ ହେଉଛି ଏହାର ଲକ୍ଷଣ । ଯାହାକି ସାଧାରଣ ଥଣ୍ଡା ଜ୍ଵର ସହ ସମାନ । ସେଥିପାଇଁ ଏହାକୁ ଚିହ୍ନିବା ମଧ୍ୟ ବହୁତ ମୁସ୍କିଲ ହୋଇଥାଏ । ଯଦିଓ କିଛି ଲକ୍ଷଣକୁ ଅନୁଧ୍ୟାନ କଲେ ଆପଣ ସାଧାରଣ ଥଣ୍ଡା ଜ୍ଵର ଓ କରୋନା ଭାଇରସ ମଧ୍ୟରେ ଥିବା ପ୍ରଭେଦକୁ ବୁଝିପାରିବେ । ତାହେଲେ ଆସନ୍ତୁ ଜାଣିବା କଣ ସେହି ଅନ୍ତର..

Image result for coronavirus

କରୋନା ଭାଇରସର ଲକ୍ଷଣ

  • କରୋନା ଭାଇରସରେ ଆକ୍ରାନ୍ତ ହେଲେ ସର୍ବପ୍ରଥମେ ବ୍ୟକ୍ତିଙ୍କୁ ଜ୍ଵର ହୋଇଥାଏ ଆଉ ତାପରେ ଶୁଖିଲା କାଶ ହୋଇଥାଏ । ତାସହିତ ଧୀରେ ଧୀରେ ବ୍ୟକ୍ତିଙ୍କୁ ନିଶ୍ୱାସ ନେବାରେ କଷ୍ଟ ଅନୁଭବ ହୋଇଥାଏ ।
  • ଏହି ଭାଇରସ ସଂକ୍ରମଣର ଲକ୍ଷଣ ପ୍ରାୟ ୫ ଦିନ ପରେ ଦେଖାଦେଇଥାଏ । ତେବେ ବିଶେଷଜ୍ଞଙ୍କ କହିବା ଅନୁଯାୟୀ ଲକ୍ଷଣ ଦେଖାଯିବା ପାଇଁ ଏହାଠାରୁ ଅଧିକ ସମୟ ମଧ୍ୟ ଲାଗିପାରେ ।
  • WHOର କହିବା ଅନୁଯାୟୀ ଏହି ଭାଇରସ ଶରୀର ପର୍ଯ୍ୟନ୍ତ ପହଂଚିବା ଓ ଲକ୍ଷଣ ଦେଖାଯିବା ମଧ୍ୟରେ ୧୪ ଦିନ ସମୟ ନେଇଥାଏ । ଏହାବ୍ୟତୀତ ୨୪ ଦିନ ମଧ୍ୟ ସମୟ ଲାଗିପାରେ ।
  • ସେହି ଲୋକମାନଙ୍କ ଶରୀରରେ ଏହି ଭାଇରସ ଅଧିକ ଦେଖା ଦେଇଥାଏ ଯେଉଁମାନଙ୍କ ଠାରେ କୋଭିଡ-୧୯ର ଲକ୍ଷଣ ଦେଖାଯାଇଥାଏ । ଏହାସହିତ ଏହି ଭାଇରସ ବ୍ୟକ୍ତି ବେମାର ହେବା ପୂର୍ବରୁ ବି ଦେଖାଦେଇପାରେ ।

ସାଧାରଣ ଥଣ୍ଡାର ଲକ୍ଷଣ

  • ସାଧାରଣ ଥଣ୍ଡାରେ ବ୍ୟକ୍ତିଙ୍କୁ ସର୍ଦ୍ଦି ସହିତ କାଶ ମଧ୍ୟ ହୋଇଥାଏ ।
  • ଥଣ୍ଡା କାଶ ହେବାପରେ ବ୍ୟକ୍ତିଙ୍କୁ ଜ୍ଵର ଆସିବା ଆରମ୍ଭ ହୋଇଯାଇଥାଏ ।
  • ଯଦି ଆପଣଙ୍କୁ ସାଧାରଣ ଥଣ୍ଡା ହୋଇଥିବା ତାହେଲେ ଆପଣଙ୍କ ନାକରୁ ପାଣି ବହିବା ଭଳି ସମସ୍ୟା ଦେଖାଦେବ ।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.