ଦେଶ ବିଦେଶ

ପ୍ରେମିକ ସହିତ ହୋଟେଲରୁ ବାହାରିବା ବେଳେ ସାମ୍ନାରେ ଦେଖିଲେ ସ୍ୱାମୀ, ତା’ପରେ ହେଲା ହାଇ ଭୋଲ୍‌ଟେଜ ଡ୍ରାମା

ପଞ୍ଜାବର ଅମୃତସରରେ ସ୍ୱାମୀ, ସ୍ତ୍ରୀଙ୍କ ମଧ୍ୟରେ ହାଇ ଭୋଲ୍‌ଟେଜ ଡ୍ରାମା ଦେଖିବାକୁ ମିଳିଛି। ଏଠାରେ ଜଣେ ସ୍ତ୍ରୀ ନିଜ ପ୍ରେମିକ ସହିତ ହୋଟେଲ ରୁମ୍‌ରେ ରହିବା ତାଙ୍କ ପାଇଁ ମହଙ୍ଗା ପଡ଼ିଛି। ଘଟଣା ସଂକ୍ରାନ୍ତରେ କୌଣସି ମତେ ଖବର ପାଇ ସ୍ୱାମୀ ଘଟଣାସ୍ଥଳରେ ପହଞ୍ଚି ସ୍ତ୍ରୀଙ୍କୁ ଉତ୍ତମ ମଧ୍ୟମ ଦେଇଛନ୍ତି। ଚାପୁଡ଼ା ପରେ ଚାପୁଡ଼ା ମାରିଛନ୍ତି। ଏ ସମସ୍ତ ଦୃଶ୍ୟ କଏଦ ହୋଇଛି ହୋଟେଲରେ ଲାଗିଥିବା ଏକ ସିସିଟିଭି କ୍ୟାମେରାରେ।

ଖବରରୁ ଜଣାପଡ଼ିଛି, ମହିଳାଙ୍କର ସ୍ୱାମୀଙ୍କ ସହିତ ଛାଡ଼ପତ୍ର ମାମଲା ଚାଲିଥିଲା। ହେଲେ ସେ ସ୍ୱାମୀଙ୍କଠାରୁ ଟଙ୍କା ନେବା ପରେ ବି ଛାଡ଼ପତ୍ର ଦେବାକୁ ମନା କରି ଦେଇଥିଲେ। ଏହାରି ଭିତରେ ତାଙ୍କ ସ୍ୱାମୀ ଜାଣିବାକୁ ପାଇଥିଲେ କି, ସ୍ତ୍ରୀ ନିଜ ପ୍ରେମିକ ସହିତ ଏକ ଘରୋଇ ହୋଟେଲରେ ଅଛି। ଆଉ ତା’ ପରେ ସ୍ୱାମୀ ନିଜର କିଛି ସାଙ୍ଗଙ୍କୁ ଧରି ଉକ୍ତ ହୋଟେଲରେ ପହଞ୍ଚି ଯାଇଥିଲେ ଏବଂ ସେଠି ସ୍ତ୍ରୀଙ୍କୁ ସମସ୍ତଙ୍କ ସାମ୍ନାରେ ପିଟିଥିଲେ।

ମହିଳାଙ୍କ ସ୍ୱାମୀ ପୋଲିସ କନଷ୍ଟେବଳ ଥିବା ବେଳେ ଜଳନ୍ଧରର ବାସିନ୍ଦା। ସେପଟେ ମହିଳା ଗୁରଦାସପୁରର ହୋଇଥିବା ବେଳେ ତାଙ୍କ ପ୍ରେମିକ ଏସ୍‌ଜିପିସି କର୍ମଚାରୀ। ପୀଡ଼ିତ ବ୍ୟକ୍ତି ଜଣକ ନିଜ ସ୍ତ୍ରୀଙ୍କ ଉପରେ ଅଭିଯୋଗ ଆଣି କହିଛନ୍ତି ଯେ ସ୍ତ୍ରୀଙ୍କର ଗତ କିଛିଦିନରୁ ଅନ୍ୟ ଜଣେ ଯୁବକଙ୍କ ସହ ପ୍ରେମ ସମ୍ପର୍କ ଚାଲିଛି ଏବଂ ସେ ତାଙ୍କୁ ଦୀର୍ଘଦିନରୁ ଧୋକା ଦେଇ ଆସୁଛନ୍ତି। ଯେତେବେଳେ ତାଙ୍କୁ ଜଣାପଡ଼ିଲା କି, ସେ ପ୍ରେମିକ ସହିତ ହୋଟେଲ ରୁମ୍‌କୁ ଆସିଛନ୍ତି, ତ ତାଙ୍କୁ ଧରିବା ପାଇଁ ସେ ସେଠାରେ ପହଞ୍ଚି ଯାଇଥିଲେ।

ବ୍ୟକ୍ତିଙ୍କ ଅଭିଯୋଗ ଅନୁଯାୟୀ, ସେମାନଙ୍କ ବିବାହକୁ ୬ ବର୍ଷ ବିତିଗଲାଣି। ସ୍ତ୍ରୀ ସବୁବେଳେ ଛୋଟ ଛୋଟ କଥାରେ ତାଙ୍କ ସହିତ ଲଢ଼େଇ କରୁଥିଲେ। କଳି ଝଗଡ଼ା କରି ବାପଘରକୁ ଚାଲି ଯାଉଥିଲେ। ଏ ନେଇ ଉଭୟଙ୍କ ପରିବାର ଲୋକେ ଏବଂ ପଞ୍ଚାୟତ ମିଶି ବୁଝାମଣା ବି କରିଥିଲେ। ତଥାପି ସ୍ତ୍ରୀ ସବୁବେଳେ ମୋବାଇଲ୍‌ରେ ବ୍ୟସ୍ତ ରହୁଥିଲେ। ଏହାକୁ ନେଇ ସ୍ତ୍ରୀଙ୍କ ଚରିତ୍ର ଉପରେ ତାଙ୍କର ସନ୍ଦେହ ଜାତ ହୋଇଥିଲା। ସେ ଅନେକ ଦିନରୁ ତାଙ୍କ ଉପରେ ନଜର ରଖି ଆସୁଥିଲେ ବୋଲି ବ୍ୟକ୍ତି ଜଣକ କହିଛନ୍ତି। ସେପଟେ ପୋଲିସ କହିଛି କି, ମାମଲାର ତଦନ୍ତ ଚାଲିଛି। ପ୍ରେମୀଯୁଗଳଙ୍କୁ ଅଟକ ରଖାଯାଇ ପଚରାଉଚରା କରାଯାଉଛି।

Roshni

Recent Posts

୩ ରୁ ୪ ଦିନ ମଧ୍ୟରେ ସବୁ ଜିଲ୍ଲାକୁ ଛୁଇଁବ ମୌସୁମୀ, ୨୫ରୁ ବଢିବ ବର୍ଷା

ଭୁବନେଶ୍ୱର (କେନ୍ୟୁଜ): ଆଗାମୀ ୩ ରୁ ୪ ଦିନ ମଧ୍ୟରେ ଓଡ଼ିଶାର ସବୁ ଜିଲ୍ଲାକୁ ଛୁଇଁବ ମୌସୁମୀ । ସୁନ୍ଦରଗଡ଼…

14 mins ago

ତାଜା ଅପଡ଼େଟ : ଜାଣନ୍ତୁ ଆପଣଙ୍କ ସହରରେ ପେଟ୍ରୋଲ ଦର ବଢିଛି ନା କମିଛି ?

ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୦ ଟଙ୍କା ୯୨ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା…

24 mins ago

ଟି-ଟ୍ବେଣ୍ଟି ବିଶ୍ବକପ୍ : ସୁପର-୮ରେ ଭାରତର ଦ୍ବିତୀୟ ବିଜୟ, ବାଂଲାଦେଶକୁ ୫୦ ରନରେ କଲା ପରାସ୍ତ

ଟି-ଟ୍ବେଣ୍ଟି ବିଶ୍ବକପ୍ ରେ ବାଂଲାଦେଶକୁ ହରାଇ ସୁପର-୮ରେ ଭାରତର କ୍ରମାଗତ ବିଜୟ । ବାଂଲାଦେଶକୁ ୫୦ ରନରେ ପରାସ୍ତ କରି…

33 mins ago

ସ୍ଥିର ରହିଛି ସୁନା ଦର, କିଣିବାକୁ ଚାହୁଁଛନ୍ତି କି ଆଜି ହିଁ ନେଇ ଆସନ୍ତୁ

ଆଜି ସ୍ଥିର ରହିଛି ସୁନା-ରୂପା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି ତେବେ…

49 mins ago

ବାରିପଦା ବସ ଷ୍ଟାଣ୍ଡରେ ହଣାକଟା ଘଟଣା: ଉଭୟ ପକ୍ଷରୁ ୧୦ ଜଣଙ୍କୁ ଗିରଫ କରିଛି ପୋଲିସ୍

ବାରିପଦା (କେନ୍ୟୁଜ): ବାରିପଦା ଘରୋଇ ବସଷ୍ଟାଣ୍ଡରେ ହଣାକଟା ଘଟଣାରେ ପୋଲିସର ଆକ୍ସନ । ଦୁଇଟି ପୃଥକ ପୃଥକ ମାମଲା ରୁଜୁ…

58 mins ago

ବାଲେଶ୍ବରରେ ସ୍ବାଭାବିକ ହେଉଛି ସ୍ଥିତି : ସକାଳ ୫ଟାରୁ ରାତି ୯ଟା ପର୍ଯ୍ୟନ୍ତ କର୍ଫ୍ୟୁ କୋହଳ

ବାଲେଶ୍ବର (କେନ୍ୟୁଜ): ବାଲେଶ୍ବରରେ ସ୍ବାଭାବିକ ହେଉଛି ସ୍ଥିତି । ପୌରପାଳିକାର ବିଭିନ୍ନ ଅଞ୍ଚଳରେ କୋହଳ ହେଉଛି କର୍ଫ୍ୟୁ । ଆଜି…

1 hour ago