ଅଜବ ପ୍ରେମ! ହାତ କାଟି ପ୍ରେମିକା ମଥାରେ ସିନ୍ଦୁର ଦେଲେ ଯୁବକ, ପରେ ହତ୍ୟାକରି ନିଜକୁ ଆତ୍ମହତ୍ୟା କଲେ

କୁହାଯାଏ ପ୍ରେମ ଅନ୍ଧ ହୋଇଥାଏ। ସ୍ଥାନ, କାଳ, ପାତ୍ର, ବୟସକୁ ଖାତିର ନକରି ପ୍ରେମ ତାର ପ୍ରଭୂତ୍ବକୁ ଜାହିର କରେ । ହେଲେ ସମାଜ ଆଖିରେ ଯେଉଁଭଳି ପ୍ରେମକୁ ନେଇ ଅନେକ ନିଚ୍ଚ ଭାବନା ବିସ୍ତାର ହୋଇଛି, ତାହାର ଫଳ ପ୍ରେମୀ ଯୁଗୋଳଙ୍କୁ ଭୋଗ କରିବାକୁ ପଡିଥାଏ। ଏଭଳି କିଛି ଘଟଣା ଦେଖିବାକୁ ମିଳିଛି ମହାରାଷ୍ଟ୍ର କଲ୍ୟାଣ ଅଞ୍ଚଳରେ ଥିବା ନିଲମ ଗେଷ୍ଟ ହାଉସରେ। ଯେଉଁଠାରେ ଏକ ପ୍ରେମୀ ଯୁଗୋଳଙ୍କ ମରଶରୀରକୁ ପୋଲିସ ଉଦ୍ଧାର କରିଛି।

ଆହୁରି ପଢନ୍ତୁ: ଜାଣନ୍ତୁ, କିଏ ଥିଲେ କଂଗ୍ରେସର ପ୍ରଥମ ଅଧ୍ୟକ୍ଷ, ୧୩୪ ବର୍ଷ ପୂର୍ବେ କିପରି ହୋଇଥିଲା ଚୟନ

ସୂଚନା ମୁତାବକ ୨୧ ବର୍ଷିୟ ଅରୁଣ କୁମାର ଗୁପ୍ତା ଶୁକ୍ରବାର ଦିନ ମରିବା ପୂର୍ବରୁ ନିଜ ଗାର୍ଲଫ୍ରେଣ୍ଡର ସହ ଏକ ସେଲଫି ନଇଥିଲେ। ଯେଉଁଥିରେ ଯୁବତୀଙ୍କ ମଥାରେ ରକ୍ତର ସିନ୍ଦୁର ଲାଗଥିବାର ଜଣା ପଡିଛି। ପରେ ଯୁବକ ଜଣକ ନିଜ ଗାର୍ଲଫ୍ରେଣ୍ଡକୁ ହତ୍ୟା କରି ନିଜେ ଆତ୍ମହତ୍ୟା କରିଥିବାର ପୋଲିସସର ପ୍ରଥମିକ ତଦନ୍ତରୁ ଜଣା ପଡିଛି। ମର ଶରୀର ନିକଟରୁ ପୋଲିସ ଏକ ବ୍ଲେଡକୁ ଉଦ୍ଧାର କରିଛି। ଯେଉଁଥିରେ ଯୁବକ ଜଣକ ନିଜ ଆଙ୍ଗୁଠିକୁ କାଟି ଯୁବତୀଙ୍କ ମଥାରେ ସିନ୍ଦୁର ଦେଇଥିଲେ।

ଆହୁରି ପଢନ୍ତୁ: କଲେଜରେ ପ୍ରେମ ବସରେ ନିବେଦନ, ପଢନ୍ତୁ ଶୀଲାଙ୍କ ଫିଲ୍ମ ଷ୍ଟାଇଲ୍ ଲଭ ଷ୍ଟୋରୀ

ପୋଲିସର କହିବା ମୁତାବକ ଅରୁଣ ଉତ୍ତରପ୍ରଦେଶର ଅଜମାଗଡରେ ରୁହନ୍ତି। ଯୁକ୍ତ ଦୁଇ ପାଠ ପଢା ଶେଷ କରି ଅରୁଣ ନିଜ ବାପାଙ୍କ ପାରିବାରିକ ବ୍ୟବସାୟରେ ସହାଯ୍ୟ କରିବାକୁ ଲାଗିଲା। ସେହିଭଳି ଅରୁଣଙ୍କ ଗାର୍ଲଫ୍ରେଣ୍ଡ ପ୍ରତିମା ଏକ ବ୍ୟାଙ୍କରେ କାମ କରୁଥିଲେ ଓ ଡିଷ୍ଟାନ୍ସ ପାଠ୍ୟକ୍ରମରେ ଏମକମ ପାଠ ପଢୁଥିଲେ। ଉଭୟଙ୍କର ଏକ ବର୍ଷ ପୂର୍ବେ ଫେସବୁକରୁ ପ୍ରେମ ସମ୍ପର୍କ ଗଢି ଉଠିଥିଲା। ଅରୁଣ ଯେତେବେଳେ ପ୍ରତିମାକୁ ଦେଖାକରିବାକୁ ଘରୁ ବାହାରିଥିଲେ ସେତେବେଳେ ତାଙ୍କ ପରିବାରକୁ ବାରଣାସୀ ଯାଉଛି ଓ ସେଠାରେ କିଛି ଦିନ ରହିବେ ବୋଲି କହିଥିଲେ । ବନାରସରୁ ଅରୁଣ ମୁମ୍ବାଇ ଟ୍ରେନ ଧରି କଲ୍ୟାଣ ଷ୍ଟେଶନରେ ଓହ୍ଲାଇଥିଲେ। ପରେ ଅରୁଣ ପ୍ରତିମା ସହ ୧.୩୦ରେ ନିଲମ ଗେଷ୍ଟ ହାଉସ ଯାଇଥିଲେ।

ଆହୁରି ପଢନ୍ତୁ: ମା’ ଓ ସ୍ବାମୀଙ୍କ ସହ ସିଗାରେଟ୍ ଟାଣିବା ଫଟୋରେ ପ୍ରିୟଙ୍କା ହେଲେ ଟ୍ରୋଲ, ୟୁଜର କହିଲେ, ‘ତୁମେ ଶ୍ବାସରୋଗୀ ଥିଲ ନା ?’

ନିଲମ ଗେଷ୍ଟହାଉସରେ ରୁମ ପାଇବା ପରେ ଅରୁଣ ଓ ପ୍ରତିମା କେହିବି ବାହାରକୁ ଆସିନଥିଲେ। ୭.୩୦ରେ ରୁମ ସର୍ଭିସକୁ କେବଳ ପାଣି ଅର୍ଡର କରି ଆଉ ଡୋର ଖୋଲିନଥିଲେ। ୯.୩୦ ବେଳକୁ ଡିନର ପାଇଁ ହେଟେଲ ବୟେ ସେମାନଙ୍କ ଡୋର ବାଡାଇବାରୁ ଭିତର ପଟୁ କୌଣସି ଉତ୍ତର ମିଳିନଥିଲା। ଯାହା ଫଳରେ ହୋଟେଲ କର୍ମଚାରୀ ପୋଲିସକୁ ଫୋନ କରି ଡକାଇଥିଲେ। ପୋଲିସ ଡୋର ଭାଙ୍ଗି ଘରକୁ ପ୍ରବେଶ କରିବା ପରେ ଦେଖିବାକୁ ପାଇଥିଲା ପ୍ରତିମା ବେଡ ଉପରେ ମୃତ ଅବସ୍ଥାରେ ପଡିବା ସହ ଅରୁଣଙ୍କ ମର ଶରୀର ଫ୍ୟାନରେ ଝଳନ୍ତା ଅବସ୍ଥାରେ ଥିଲା।

ଆହୁରି ପଢନ୍ତୁ: ବାହାଘରରେ ଖାଦ୍ୟ ନଷ୍ଟ କଲେ ସରକାର ଲଗାଇବେ ଲକ୍ଷାଧିକ ଟଙ୍କା ଜରିମାନା, ଏବେଠୁ ହୋଇଯାଆନ୍ତୁ ସତର୍କ

ପ୍ରଥମେ ପ୍ରତିମାଙ୍କୁ ତକିଆରେ ଚାପି ମରିବା ପରେ ଅରୁଣ ଆତ୍ମହତ୍ୟା କରିଥିବାର ପୋଲିସର ପ୍ରଥମିକ ତଦନ୍ତରୁ ଜଣାପଡିଛି। ଶନିବାର ଦିନ ପରିବାର ଲୋକେ ଶବ ନେବା ପାଇଁ ମୁମ୍ବାଇ ପହଞ୍ଚିଥିଲେ। ସେତେବେଳ ସୁଦ୍ଧା ପୋଲିସକୁ ଏହି ଘଟଣାର କିଛି ବି ସୁରାକ ମିଳିନଥିଲା। କିନ୍ତୁ ହୋଇଥାଇ ପାରେ ଅରୁଣ ପ୍ରତିମାକୁ ଗାଁକୁ ଯିବାକୁ କହିଥିବାରୁ ପ୍ରତିମା ରାଜି ହୋଇନଥିବେ ଏହି କାରଣରୁ ଅରୁଣ ପ୍ରତିମାକୁ ମାରି ନିଜେ ଆତ୍ମହତ୍ୟା କରି ପାରିଥାନ୍ତି ବୋଲି ପୋଲିସ ସନ୍ଦେହ କରୁଛି।

 

Sasmita

Recent Posts

ବାଲେଶ୍ଵରରେ ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର

ବାଲେଶ୍ଵର: ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର । ବାଲେଶ୍ଵରରେ ଆଜିଠୁ ରାତ୍ରିକାଳୀନ କର୍ଫ୍ୟୁ । ରାତି ୯ଟାରୁ…

10 mins ago

ଆଜିଠୁ ୪ଦିନ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା

ଭୁବନେଶ୍ୱର: ଆଜିଠୁ ୪ଦିନ ଯାଏ ବର୍ଷା । ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ବଙ୍ଗୋପସାଗରରେ…

55 mins ago

ଆଜି ଲୋକସଭା ବାଚସ୍ପତି ନିର୍ବାଚନ, ଦିନ ୧୧ଟାରେ ଭୋଟିଂ

ନୂଆଦିଲ୍ଲୀ: ଆଜି ଲୋକସଭା ବାଚସ୍ପତି ନିର୍ବାଚନ । ସ୍ଵାଧୀନତା ପରେ ପ୍ରଥମ ଥର ପାଇଁ ଲୋକସଭା ବାଚିସ୍ପତି ପଦବୀ ପାଇଁ…

1 hour ago

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

9 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

10 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

10 hours ago