ଦେଶ ବିଦେଶ

ପାର୍କିଂ ବିବାଦକୁ ନେଇ ପତ୍ନୀ ଏବଂ ପୁଅ ଆଗରେ ବ୍ୟକ୍ତିଙ୍କୁ ହତ୍ୟା କଲେ ର୍ଦୁବୃତ୍ତ, ୪ ଗିରଫ

ପତ୍ନୀ ଏବଂ ପୁଅଙ୍କ ଆଗରେ ବ୍ୟକ୍ତିଙ୍କୁ ହତ୍ୟା କରିଛନ୍ତି ର୍ଦୁବୃତ୍ତ । ଦିଲ୍ଲୀର ଏକ ଘରେ ୬ ଜଣ ବ୍ୟକ୍ତି ଜବରଦସ୍ତି ପଶି ପାର୍କିଂ ବିବାଦ ପାଇଁ ତାଙ୍କ ପତ୍ନୀ ଏବଂ ପୁଅଙ୍କ ଆଗରେ ବ୍ୟକ୍ତିଙ୍କୁ ହତ୍ୟା କରିଛନ୍ତି । ଦକ୍ଷିଣ ପୂର୍ବ ଦିଲ୍ଲୀର ସରିତା ବିହାରର ରହୁଥିବା ବ୍ୟକ୍ତି ଜଣକ ଡାକ୍ତରଖାନାରେ ଚିକିତ୍ସା ସମୟରେ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି ।

ଖବର ମୁତାବକ, ଦେଶର ରାଜଧାନୀ ଦିଲ୍ଲୀରେ ଦିନକୁ ଦିନ ଅପରାଧ ବଢିବାରେ ଲାଗିଛି । ଗତକାଲି ରାତି ପ୍ରାୟ ୯ଟା ୪୫ ସମୟରେ ଏକ PCR କଲ୍ ପାଇଥିଲେ। ଯେଉଁଥିରେ କୁହାଯାଇଥିଲା ଯେ, ପାଞ୍ଚରୁ ଛଅ ଜଣ ବ୍ୟକ୍ତି ବାଇକରେ ଆସି ଅରବିନ୍ଦ ମଣ୍ଡଳ ନାମକ ପୀଡିତାଙ୍କ ଘରେ ପଶି ତାଙ୍କୁ ଛୁରାମାଡ଼ କରୁଛନ୍ତି। ମନୋଜ ହାଲଡର ନାମକ ଜଣେ ବ୍ୟକ୍ତିଙ୍କ ସହ ଯୁକ୍ତିତର୍କ ହେବାପରେ ଅରବିନ୍ଦ ମଣ୍ଡଳ ସନ୍ଧ୍ୟାରେ ପୁଅ ଆକାଶଙ୍କ ସହ ସ୍କୁଲରୁ ଘରକୁ ଫେରୁଥିଲେ ।

ତେବେ ମୋଟରସାଇକେଲ ପାର୍କିଂକୁ ନେଇ ଦୁହିଁଙ୍କର ପୁରୁଣା ବିବାଦ ଥିଲା । ତେବେ ଗତ ସନ୍ଧ୍ୟାରେ ଏହି ମାମଲା ସମାଧାନ ହୋଇ ଅରବିନ୍ଦ ଘରକୁ ଯାଇଥିଲେ । ରାତି ପ୍ରାୟ ସାଢ଼େ ୯ଟା ବେଳେ ଛଅ ଜଣ ବ୍ୟକ୍ତି ମୋଟରସାଇକେଲରେ ଅରବିନ୍ଦଙ୍କ ଘରେ ପହଞ୍ଚି ତାଙ୍କୁ ଏବଂ ତାଙ୍କ ପତ୍ନୀ ରେଖା ମଣ୍ଡଳଙ୍କୁ ଆକ୍ରମଣ କରିଥିଲେ। ଅରବିନ୍ଦ ଗୁରୁତର ଆହତ ହୋଇଥିଲେ ଏବଂ ପରେ ଚିକିତ୍ସା ସମୟରେ ଡାକ୍ତରଖାନାରେ ତାଙ୍କର ମୃତ୍ୟୁ ହୋଇଥିଲା।

ପୋଲିସ ଏହି ଘଟଣାକୁ ନେଇ ଏକ ମାମଲା ରୁଜୁ କରି ଯାଞ୍ଚ ଆରମ୍ଭ କରିଛି । ଏହି ମାମଲାରେ ଏପର୍ଯ୍ୟନ୍ତ ୪ ଜଣଙ୍କୁ ଗିରଫ କରାଯାଇଛି । ଅନ୍ୟମାନଙ୍କୁ ଧରିବା ପାଇଁ ଖୋଜୁଛି ପୋଲିସ ।

Swagatika

Recent Posts

ଗ୍ରୁପରୁ ଋଣ ଉଠାଇ ଫେରାର୍, ଅଭିଯୁକ୍ତ ଘରେ ତାଲା ପକାଇଲେ ଗାଁର ମହିଳା

କଣ୍ଟାବାଞ୍ଜି: ଟଙ୍କା ନେଇ ଛୁ ମାରିଥିଲେ, ହେଲେ ଛାଡିଲେନି ଗାଁର ମହିଳା । ସିଧା ଘରକୁ ଗଲେ ଆଉ ପକାଇଲେ…

31 seconds ago

ମାସକ ଭିତରେ ମୁକୁଳା ଡ୍ରେନରେ ପଡ଼ିବ ସ୍ଲାବ, ସପ୍ତାହ ଭିତରେ ସରିବ ବାରିକେଡ କାମ: BMC କମିଶନର

ଭୁବନେଶ୍ୱର  : ବାରମ୍ବାର ମୁକୁଳା ଡ୍ରେନରେ ଅଘଟଣ ପରେ ତତ୍ପର ପ୍ରାଶସନ । ମାସକ ଭିତରେ ମୁକୁଳା ଡ୍ରେନ ଉପରେ…

19 mins ago

ପାଇରେଟସ ଅଫ ଦ କ୍ୟାରିବିୟନ ଷ୍ଟାର ତମାୟୋ ପେରୀଙ୍କ ପରଲୋକ, ଶାର୍କ ଆଟାକରେ ଚାଲିଗଲା ଜୀବନ

ହଲିଉଡର ଲୋକପ୍ରିୟ ଅଭିନେତା ତମାୟୋ ପେରୀଙ୍କ ମୃତ୍ୟୁ । ଶାର୍କ ଆକ୍ରମଣ କରିବାକୁ ମାତ୍ର ୪୯ ବର୍ଷ ବୟସରେ ତମାୟୋଙ୍କ…

21 mins ago

ଦିଲ୍ଲୀ: ମଧ୍ୟରାତ୍ରିରେ ଘରେ ଲାଗିଲା ଭୟଙ୍କର ନିଆଁ, ଅଣନିଃଶ୍ୱାସୀ ହୋଇ ଚାଲିଗଲା ପରିବାରର ୪ ଜୀବନ

ରାଜଧାନୀ ଦିଲ୍ଲୀର ପ୍ରେମ୍‌ ନଗରରେ ଘଟିଛି ଏକ ଭୟାବହ ଅଗ୍ନିକାଣ୍ଡ । ଏଠାରେ ଘରେ ନିଆଁ ଲାଗି ପରିବାରର ୪…

56 mins ago

ଟି୨୦ ବିଶ୍ୱକପ : ବାଂଲାଦେଶକୁ ହରାଇ ସେମିଫାଇନାଲରେ ଏଣ୍ଟ୍ରି କଲା ଆଫଗାନିସ୍ତାନ, ୮ ରନରେ ମ୍ୟାଚ ହାତେଇଲା ରାଶିଦ ବାହିନୀ

ଆଇସିସି ଟି୨୦ ବିଶ୍ୱକପ ସେମିଫାଇନାଲରେ ପ୍ରବେଶ କରିଛି ଆଫଗାନିସ୍ତାନ । ବାଂଲାଦେଶକୁ ଡିଏଲଏସ ନିୟମରେ ହରାଇ ସେମିରେ ପ୍ରବେଶ କରିଛି…

1 hour ago

ବର୍ଷା ହେଲେ ଅଯୋଧ୍ୟା ରାମ ମନ୍ଦିର ଛାତରୁ ଗଳୁଛି ପାଣି, ଚିନ୍ତା ପ୍ରକଟ କଲେ ମୁଖ୍ୟ ପୁରୋହିତ

ଅଯୋଧ୍ୟା: ସବୁ ପ୍ରତୀକ୍ଷାର ଅନ୍ତ ଘଟି ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ହୋଇସାରିଥିବାବେଳେ, ପ୍ରଭୁ ଶ୍ରୀରାମ ଅଯୋଧ୍ୟା ମନ୍ଦିରରେ…

1 hour ago