ଗୁଜରାଟ ଭାବନଗରରେ ୧୨ ବର୍ଷର ନାବାଳିକାକୁ ଦୁଷ୍କର୍ମ: ଘଟଣା ପଛରେ କାହାର ହାତ? ଜାଣିଲେ ଲଜ୍ଜାରେ ନଇଁଯିବ ମୁଣ୍ଡ

ଗୁଜରାଟ : ସମାଜରେ ଦିନକୁ ଦିନ ବଢିବାରେ ଲାଗିଛି ବର୍ବରତା । ନିଜର ସ୍ୱାର୍ଥ ଆଗରେ ସବୁ ସମ୍ପର୍କକୁ ଭୁଲି ଯାଉଛି ମଣିଷ । ଏହା ଭିତରେ ଏମିତି ଏକ ଲଜ୍ଜାଜନକ ଘଟଣା ସମ୍ନାକୁ ଆସିଛି ଯାହାକୁ ଶୁଣିବାପରେ ମଣିଷ ଜାତି ଉପରେ ଧିକାରଭାବ ଆସିବ ନିଶ୍ଚିତ । ଏହି ଘଟଣା ଘଟିଛି ଗୁଜରାଟ ଭାବନଗରରେ । ଯେଉଁଠାରେ ଏକ ୧୨ ବର୍ଷର ନାବାଳିକା ଦୁଷ୍କର୍ମର ଶିକାର ହୋଇଛି ।

ସବୁଠାରୁ ଦୁଃଖର କଥା ଏଭଳି ଜଘନ୍ୟ ଘଟଣା ପଛରେ ନାବାଳିକାଟିର ନିଜ ମାଁ ସାମିଲ୍‌ ଅଛି । ମାଁ ଜଣଙ୍କ ନିଜର ଝିଅକୁ ୩ଜଣ ଲୋକଙ୍କ ଦ୍ୱାରା ଦୁଷ୍କର୍ମ କରାଇଥିବା ଖବର ଜଣାପଡିଛି । ଏହି ସମୟରେ ମହିଳା ଜଣଙ୍କ ନିଜ ସ୍ୱାମୀଙ୍କୁ ନିଶା ଦେଇ ବେହୋର କରାଇଦେଇଥିଲା । କାରଣ ଝିଅ ସହିତ ହେଉଥିବା ଘଟଣା ସମ୍ପର୍କରେ ତାଙ୍କୁ ଯେପରି ଜଣାନପଡୁ ।

ଏହି ଘଟଣା ପରେ ପୋଲିସ୍‌ ଦୁଷ୍କର୍ମ କରିଥିବା ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ପୋଲିସ୍‌ ମୁତାବକ ନାବାଳିକାଟିର ମାଁ ଏହି ଘଟଣାରେ ସମ୍ପୃକ୍ତ ଥିବାବେଳେ ସେ ବର୍ତ୍ତମାନ ଫେରାର ହୋଇଯାଇଛି । ପୋଲିସ୍‌ ବର୍ତ୍ତମାନ ଏକ ମାମଲା ରୁଜୁ କରି ତନାଘନା ଆରମ୍ଭ କରିଛି ।

Sonalisa

Recent Posts

ନରେନ୍ଦ୍ର ମୋଦିଙ୍କ ପାଦ ଛୁଇଁବାକୁ ଚେଷ୍ଟା କଲେ ନୀତୀଶ କୁମାର, ମୋଦି ଧରି ପକାଇଲେ ହାତ

ଏନ୍‌ଡିଏ ସଂସଦୀୟ ଦଳ ବୈଠକରେ ଜେଡିୟୁ ମୁଖ୍ୟ ନୀତୀଶ କୁମାର ଜୋର୍‌ଦାର ଭାଷଣ ଦେଇଥିଲେ । ସେ ନରେନ୍ଦ୍ର ମୋଦିଙ୍କୁ…

6 mins ago

ଜୀବନକୁ ବାଜି ଲଗାଇ ରିଲ୍‌ କରିବା ମହିଳାଙ୍କୁ ପଡିଲା ଭାରୀ, ଘଟଣାସ୍ଥଳରେ ଚାଲିଗଲା ପ୍ରାଣ

ଏବେ ଲୋକମାନଙ୍କର ସୋସିଆଲ ମିଡିଆରେ ଭାଇରାଲ ହେବା ନିଶା ପ୍ରବଳ । ସେଥିପାଇଁ ରିଲ୍‌ ତିଆରି ଆରମ୍ଭ କରିଛନ୍ତି ଲୋକମାନେ…

8 mins ago

ପୁରୀ ବାଣ ବିସ୍ଫୋରଣରେ ମୃତ୍ୟୁ ସଂଖ୍ୟା ୧୬କୁ ବୃଦ୍ଧି, ଏସଆରସିଙ୍କ ଦ୍ବିତୀୟ ତଦନ୍ତ ବୈଠକ

ପୁରୀ : ପୁରୀ ବାଣ ବିସ୍ଫୋରଣରେ ମୃତ୍ୟୁ ସଂଖ୍ୟା ୧୬କୁ ବୃଦ୍ଧି ପାଇଛି । ଶ୍ରୀକ୍ଷେତ୍ରରେ ଭଉଁରୀଯାତ୍ରା ବେଳେ ବାଣ…

12 mins ago

ବଜ୍ରପାତ ନେଲା ଜୀବନ, ଝିଅର ମୃତ୍ୟୁ, ବାପା ଗୁରୁତର

କରଞ୍ଜିଆ : ବଜ୍ରପାତ ନେଲା ଜୀବନ  । ଏପରି ଅଘଟଣ ସାମ୍ନାକୁ ଆସିଛି ମହୁଲଡିହା ଥାନା ଅନ୍ତର୍ଗତ କୁଇଲିପାଳ ଗ୍ରାମରେ…

54 mins ago

ନରେନ୍ଦ୍ର ମୋଦିଙ୍କ ଶପଥ ଗ୍ରହଣ ସମାରୋହରେ ସାମିଲ ହେବେ ନେପାଳ ପ୍ରଧାନମନ୍ତ୍ରୀ, ଭାରତରେ ରହିବେ ୩ ଦିନ

ଭାରତ ଆସୁଛନ୍ତି ନେପାଳ ପ୍ରଧାନମନ୍ତ୍ରୀ ପୁଷ୍ପ କମଲ ଦହଲ ‘ପ୍ରଚଣ୍ଡ’ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶପଥ ଗ୍ରହଣ ସମାରୋହରେ…

58 mins ago

ଏହି ଦେଶରେ ମୋଟା ହେବା ବେଆଇନ, ଓଜନ ବଢିବା ପାଇଁ ମିଳିଥାଏ ଦଣ୍ଡ

ଆପଣମାନେ ଜାଣିଥିବେ ଯେ ଦେଶର ସମସ୍ତ ସ୍ଥାନରେ ଭିନ୍ନ ପ୍ରକାରର ଆଇନ ରହିଥାଏ । କିନ୍ତୁ ଅନେକ ଦେଶରେ କିଛି…

58 mins ago