ଗୁଜରାଟ ଭାବନଗରରେ ୧୨ ବର୍ଷର ନାବାଳିକାକୁ ଦୁଷ୍କର୍ମ: ଘଟଣା ପଛରେ କାହାର ହାତ? ଜାଣିଲେ ଲଜ୍ଜାରେ ନଇଁଯିବ ମୁଣ୍ଡ

ଗୁଜରାଟ : ସମାଜରେ ଦିନକୁ ଦିନ ବଢିବାରେ ଲାଗିଛି ବର୍ବରତା । ନିଜର ସ୍ୱାର୍ଥ ଆଗରେ ସବୁ ସମ୍ପର୍କକୁ ଭୁଲି ଯାଉଛି ମଣିଷ । ଏହା ଭିତରେ ଏମିତି ଏକ ଲଜ୍ଜାଜନକ ଘଟଣା ସମ୍ନାକୁ ଆସିଛି ଯାହାକୁ ଶୁଣିବାପରେ ମଣିଷ ଜାତି ଉପରେ ଧିକାରଭାବ ଆସିବ ନିଶ୍ଚିତ । ଏହି ଘଟଣା ଘଟିଛି ଗୁଜରାଟ ଭାବନଗରରେ । ଯେଉଁଠାରେ ଏକ ୧୨ ବର୍ଷର ନାବାଳିକା ଦୁଷ୍କର୍ମର ଶିକାର ହୋଇଛି ।

rapeସବୁଠାରୁ ଦୁଃଖର କଥା ଏଭଳି ଜଘନ୍ୟ ଘଟଣା ପଛରେ ନାବାଳିକାଟିର ନିଜ ମାଁ ସାମିଲ୍‌ ଅଛି । ମାଁ ଜଣଙ୍କ ନିଜର ଝିଅକୁ ୩ଜଣ ଲୋକଙ୍କ ଦ୍ୱାରା ଦୁଷ୍କର୍ମ କରାଇଥିବା ଖବର ଜଣାପଡିଛି । ଏହି ସମୟରେ ମହିଳା ଜଣଙ୍କ ନିଜ ସ୍ୱାମୀଙ୍କୁ ନିଶା ଦେଇ ବେହୋର କରାଇଦେଇଥିଲା । କାରଣ ଝିଅ ସହିତ ହେଉଥିବା ଘଟଣା ସମ୍ପର୍କରେ ତାଙ୍କୁ ଯେପରି ଜଣାନପଡୁ ।

arrestଏହି ଘଟଣା ପରେ ପୋଲିସ୍‌ ଦୁଷ୍କର୍ମ କରିଥିବା ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ପୋଲିସ୍‌ ମୁତାବକ ନାବାଳିକାଟିର ମାଁ ଏହି ଘଟଣାରେ ସମ୍ପୃକ୍ତ ଥିବାବେଳେ ସେ ବର୍ତ୍ତମାନ ଫେରାର ହୋଇଯାଇଛି । ପୋଲିସ୍‌ ବର୍ତ୍ତମାନ ଏକ ମାମଲା ରୁଜୁ କରି ତନାଘନା ଆରମ୍ଭ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.