Below header

ରାସ୍ତା ମଝିରେ କିନ୍ନରଙ୍କର ହାଇ ହୋଲଟେଜ ଡ୍ରାମା, ପୋଲିସ ରୋକିବାରୁ ଖୋଲିଦେଲେ ଲୁଗା

ହରିୟାନାର ଗୁରୁଗାଁଓରେ ମଝି ରାସ୍ତା ଉପରେ ଏକ ଅଜବ ଘଟଣା ଦେଖିବାକୁ ମିଳିଛି । ଏଠାରେ କିଛି କିନ୍ନର ଅର୍ଦ୍ଧନଗ୍ନ ହୋଇ ପୋଲିସ ଏବଂ ସ୍ଥାନୀୟ ଲୋକଙ୍କ ସହ ଝଗଡା କରୁଥିବାର ଦେଖିବାକୁ ମିଳିଛି । କିନ୍ନର ମାନଙ୍କର ରାସ୍ତା ଉପରେ ହାଇ ହୋଲଟେଜ ଡ୍ରାମା ଦେଖି ସେଠାକାର ଲୋକ ଓ ପୋଲିସ ଅସନ୍ତୁଷ୍ଟ ବ୍ୟକ୍ତ କରିଛନ୍ତି ।

 

बीच सड़क पर किन्नरों का हाई वोल्टेज ड्रामा, पुलिस ने रोका तो उतारे कपड़े

ସୂଚନା ଅନୁଯାୟୀ ସିଗ୍ନେଚର ଟାୱାର ନିକଟରେ କିଛି କିନ୍ନର ଏକ ବସ ଡ୍ରାଇଭର ସହିତ ପ୍ରଥମେ ଝଗଡା ଆରମ୍ଭ କରିଥିଲେ । ଆଉ ତାପରେ ଏହା ଉଗ୍ରରୂପ ନେଇ ମାଡ଼ପିଟ ପର୍ଯ୍ୟନ୍ତ ଯାଇଥିଲା । ଗଣ୍ଡଗୋଳର ଖବର ପାଇଁ ପୋଲିସ ଘଟଣାସ୍ଥଳରେ ପହଂଚି ମାମଲାକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲା । ତେବେ ସେହି ସମୟରେ କିନ୍ନର ଫୋନ କରି ତାଙ୍କର ନିଜ ସାଥି ମାନଙ୍କୁ ମଧ୍ୟ ଡାକିଦେଇଥିଲେ । ପୋଲିସ ତାଙ୍କୁ ରୋକିବାକୁ ଚେଷ୍ଟା କଲାବେଳେ ସେ ନିଜ ଦେହରୁ ଲୁଗା ଖୋଲି ସେଠାରେ ଅଦ୍ଭୁତ କାଣ୍ଡ କରିଥିଲେ ଏବଂ ପୋଲିସକୁ ମଧ୍ୟ ଗାଳିଗୁଲଜ କରିଥିଲେ । ପୋଲିସ ବୁଥ ସାମନାରେ ସେମାନେ ଏଭଳି ଅର୍ଦ୍ଧନଗ୍ନ ହୋଇ ଗାଳିଗୁଲଜ କରିଥିଲେ ଯାହାଦ୍ୱାରା ସେଠାରେ ରାସ୍ତା ଜାମ ଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା । ଶେଷରେ ସେଠାରେ ବରିଷ୍ଠ ଥାନାଧିକାରି ପହଂଚି ସେମାନଙ୍କୁ ବୁଝାସୁଝା କରିବା ପରେ କିନ୍ନର ମାନିଥିଲେ ଓ ପରିସ୍ଥିତି ନିୟନ୍ତ୍ରଣାଧୀନ ହୋଇଥିଲା ।

बीच सड़क पर किन्नरों का हाई वोल्टेज ड्रामा, पुलिस ने रोका तो उतारे कपड़े

ଖବର ମୁତାବକ ଗୁରୁଗାଁଓର କିଛି ଅଂଚଳରେ ଆଜିକାଲି କିନ୍ନର ମାନଙ୍କର ଆତଙ୍କ ବଢ଼ିବାରେ ଲାଗିଛି । ସନ୍ଧ୍ୟା ହେବାମାତ୍ରେ ସେଠାରେ ଏହିଭଳି ଲୋକ ସକ୍ରିୟ ହୋଇଉଠୁଛନ୍ତି ଏବଂ ଅଧିକାଂଶ ଏକାଥିବା ବ୍ୟକ୍ତିଙ୍କୁ ନିଜର ଶିକାର ବନାଉଛନ୍ତି । ଶୂନଶାନ ଜାଗାରେ ଦୁଇ ତିନି ଜଣ ନକଲି କିନ୍ନର ମିଶି ସାଧାରଣ ଲୋକଙ୍କୁ ଅଶ୍ଳୀଳ ବ୍ୟବହାର କରିଥାନ୍ତି ଓ ଏହାପରେ ତାଙ୍କଠାରୁ ପଇସା କିମ୍ବା ଅଳଙ୍କାର ଛଡାଇ ଫେରାର ହୋଇଯାଇଥାନ୍ତି । ମାମଲା ଥାନାରେ ନପହଞ୍ଚିବାକୁ ଧମକ ମଧ୍ୟ ଦେଇଥାନ୍ତି ଯେଉଁ କାରଣରୁ ଏହି ନକଲି କିନ୍ନର ମାନଙ୍କର ଅଭିଯୋଗ ସ୍ଥାନୀୟ ପୋଲିସ ପାଖରେ ପହଞ୍ଚିପାରେ ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.