Below header

ଅନ୍ତରାଷ୍ଟ୍ରୀୟ ମ୍ୟାଚରେ ରୋହିତ ଶର୍ମାଙ୍କ ୪୦୦ ଛକା, ଭାରତୀୟ ଓପନର ଭାବେ ନିଜ ନାଁରେ କଲେ ବଡ କୀର୍ତ୍ତିମାନ

କେନ୍ୟୁଜ୍(ବ୍ୟୁରୋ): ଅନ୍ତରାଷ୍ଟ୍ରୀୟ ମ୍ୟାଚରେ ରୋହିତ ଶର୍ମାଙ୍କ ୪୦୦ ଛକା । ଗେଲ୍‌ ଓ ଆଫ୍ରିଦିଙ୍କ କ୍ଲବରେ ସାମିଲ ହେଲେ ରୋହିତ ଶର୍ମା । ଭାରତୀୟ ଓପନର ବ୍ୟାଟସମ୍ୟାନ ନିଜ ନାଁରେ କରିଛନ୍ତି ବଡ କୀର୍ତ୍ତିମାନ । ପ୍ରଥମ ଭାରତୀୟ ଭାବେ ସେ ଏହି ରେକର୍ଡର ଅଧିକାରୀ ହୋଇଛନ୍ତି । ଗେଲ ୫୩୪ ଛକା ମାରିଥିବା ବେଳେ ସାଇଦ ଆଫ୍ରିଦି ୪୭୬ ଛକା ମାରିଛନ୍ତି । ଏହାସହ ଭାରତ ଟି ୨୦ ସିରିଜକୁ ୨-୧ରେ କବଜା କରିନେଇଛି । ରୋହିତ ଶର୍ମା, କେ ଏଲ ରାହୁଲ ଓ ବିରାଟ କୋହଲୀଙ୍କ ଦମଦାର ଇନିଙ୍ଗସ ଦେଖିବାକୁ ମିଳିଥିଲା । ମୁମ୍ବାଇର ଓ୍ଵାଙ୍ଖଡେ ଷ୍ଟାଡିୟମରେ ଚଉକା ଓ ଛକାର ବର୍ଷା ଦେଖିବାକୁ ମିଳିଥିଲା ।

rohit sharma

ରୋହିତ ଶର୍ମା ୩୪ ବଲରେ ୫ଛକା ସହ ୭୧ ରନ କରି ଆଉଟ ହୋଇଥିଲେ । ଲୋକେଶ ରାହୁଲ ୫୬ ବଲରେ ବିସ୍ଫୋରକ ୯୧ ରନ କରିଥିଲେ । ପରେ କୋହଲୀଙ୍କ ଛକା ଦର୍ଶକଙ୍କୁ ମତୁଆଲା କରିଥିଲା । ୭ଟି ଛକା ଓ ୪ଟି ଚଉକା ସହ ମାତ୍ର ୨୯ ବଲରେ କରିଥିଲେ ଅପରାଜିତ ୭୦ ରନ । ୨୪୧ରନର ବିଶାଳ ସ୍କୋର ପାର କରିବା ଲକ୍ଷ୍ୟରେ େଓ୍ଵଷ୍ଟ ଇଣ୍ଡିଜ୍‌ ଟିମ୍‌ ବ୍ୟାଟିଂ କରିବାକୁ ଆସିଥିଲା । ହେଲେ ପ୍ରଥମରୁ ଭାରତୀୟ ବୋଲରଙ୍କ ପ୍ରଭାବ ଦେଖିବାକୁ ମିଳିଥିଲା ।େଓ୍ଵଷ୍ଟଇଣ୍ଡିଜ୍‌ ୮ଓ୍ଵିକେଟ ହରାଇ କରିଥିଲା ମାତ୍ର ୧୭୩ ରନ । ଫଳରେ ସିରିଜକୁ ୨-୧ରେ ଜିତି ନେଇଛି ଟିମ ଇଣ୍ଡିଆ । ।କେ ଏଲ ରାହୁଲ ମ୍ୟାନ ଅଫ ଦି ମ୍ୟାଚ୍‌ ହୋଇଥିବା ବେଳେ କ୍ୟାପଟେନ କୋହଲୀ ମ୍ୟାନ ଅଫ ଦି ସିରିଜ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.