ଦେଶ ବିଦେଶ

ଡାକ୍ତରଙ୍କ ଅଜବ ଚିକିତ୍ସା, ଚୁମ୍ବକ ସାହାଯ୍ୟରେ ଫୁସଫୁସରୁ ବାହାର କଲେ ଛୁଞ୍ଚି

ଡାକ୍ତରମାନେ ଭଗବାନଙ୍କର ଦ୍ୱିତୀୟ ରୂପ । ସେମାନେ ଅସମ୍ଭବ କାର୍ଯ୍ୟକୁ ମଧ୍ୟ ସମ୍ଭବ କରି ଦେଖାଇଥାନ୍ତି । ମଣିଷ ରୋଗଶଯ୍ୟାରେ ପଡ଼ିଥିବା ସମୟରେ ଡାକ୍ତରଙ୍କ ଉପରେ ହିଁ ବିଶ୍ୱାସ ରଖିଥାଏ । କାରଣ ଯେକୌଣସି ରୋଗ ହେଉ ନା କାହିଁକି ଡାକ୍ତର ହିଁ ସବୁ ରୋଗକୁ ଠିକ କରି ପାରନ୍ତି । ତେବେ ଡାକ୍ତରଙ୍କୁ ଭଗବାନ କହିବା କିଛି ଭୁଲ ନୁହେଁ । କାହିଁକି ନା ଡାକ୍ତର ନିଜକୁ ସବୁ କ୍ଷେତ୍ରରେ ପ୍ରମାଣିତ କରିଛନ୍ତି । AIIMS ଡାକ୍ତରମାନେ ନିଜର ଦକ୍ଷତା ଦେଖାଇ ଜଣେ ନିରୀହ ଶିଶୁର ଜୀବନକୁ ବଡ଼ ବିପଦରୁ ରକ୍ଷା କରିଛନ୍ତି । ଜଣେ ସାତ ବର୍ଷର ଶିଶୁର ଫୁସଫୁସରେ ଏକ ଛୁଞ୍ଚି ଲାଗି ଯାଇଥିଲା । ଯାହାକୁ ଏକ ଭିନ୍ନ ଉପାୟରେ ଡାକ୍ତରମାନେ ଶିଶୁ ଶରୀରରୁ ବାହାର କରିଛନ୍ତି । ଯେତେବେଳେ ଏହି ଘଟଣା ବିଷୟରେ ଡାକ୍ତରମାନେ ଜାଣିବାକୁ ପାଇଥିଲେ, ସେତେବେଳେ ସେମାନେ ଚିନ୍ତାରେ ପଡ଼ିଗଲେ । କଣ କରିବେ କଣ ନାହିଁ କିଛି ବୁଝି ପାରି ନଥିଲେ । କିନ୍ତୁ କିଛି ସମୟ ପରେ ହିଁ ଏହି ଛୁଞ୍ଚି ବାହାରକୁ ବାହାର କରିବା ପାଇଁ ଏକ ଅଦ୍ଭୁତ ଉପାୟ ଆପଣାଇଥିଲେ ଡାକ୍ତର । ଡାକ୍ତରମାନେ ଚୁମ୍ବକ ସାହାଯ୍ୟରେ ଫୁସଫୁସରୁ ଛୁଞ୍ଚି ବାହାର କରି ଶିଶୁର ଜୀବନ ରକ୍ଷା କରିଛନ୍ତି । ଯାହା ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି ।

ରିପୋର୍ଟ ଅନୁସାରେ ପିଲାଟି କିଛି ଦିନ ଧରି ଭୀଷଣ ଜ୍ୱର ଏବଂ କାଶରେ ପୀଡିତ ଥିଲା । ଯେତେବେଳେ କାଶରୁ ରକ୍ତ ବାହାରିଥିଲା, ସେତେବେଳେ ତାର ଘରଲୋକେ ତାକୁ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଯେତେବେଳେ ଡାକ୍ତରମାନେ ଜାଣିବାକୁ ପାଇଥିଲେ ଯେ ଶିଶୁର ବାମ ଫୁସଫୁସରେ ଗୋଟିଏ ଛୁଞ୍ଚି ରହିଛି, ତୁରନ୍ତ ତାକୁ ଦିଲ୍ଲୀର AIIMSରେ ଭର୍ତ୍ତି କରାଯାଇଥିଲା ।

AIIMS ଦିଲ୍ଲୀର ଶିଶୁରୋଗ ବିଭାଗର ଆଡିସନାଲ ପ୍ରୋଫେସର ଡାକ୍ତର ବିଶେଷ ଜୈନ କହିଛନ୍ତି ଯେ, ଛୁଞ୍ଚିଟି ଶିଶୁର ଫୁସଫୁସରେ ଅତି ଗଭୀରରେ ଲାଗିଛି । ସେ କହିଛନ୍ତି ଯେ ଏଭଳି ପରିସ୍ଥିତିରେ ଆମେ ବ୍ରୋଙ୍କୋସ୍କୋପି ମାଧ୍ୟମରେ ଅପରେସନ କରି ଶରୀରରେ ରହିଥିବା ଅଦରକାରୀ ଜିନିଷକୁ ବାହାର କରିଥାଉ । ତେବେ ସବୁଠାରୁ ଜଟିଳ ଥିଲା ଏହି ଛୁଞ୍ଚି ଫୁସଫୁସର ଗଭୀରରେ ରହିଥିଲା ଏବଂ ଡାକ୍ତରମାନଙ୍କୁ ଅପରେସନ ପାଇଁ ଡିଭାଇସ ବ୍ୟବହାର କରିବା ପାଇଁ ସ୍ଥାନ ନଥିଲା । ତେଣୁ ଡାକ୍ତରମାନେ ଏକ ଚୁମ୍ବକ ବ୍ୟବହାର କରି ଏହି ଅପରେସନ କରିବାକୁ ସ୍ଥିର କରିଥିଲେ । ଦିଲ୍ଲୀର ଚାନ୍ଦନୀ ଚୌକରୁ ତୁରନ୍ତ ଚୁମ୍ବକ ଅଣାଯାଇଥିଲା ।

ଡାକ୍ତର ଜୈନ କହିଛନ୍ତି ଯେ ଯଦି ଠିକ ସମୟରେ ୪ ମିଲିମିଟର ଓସାର ଏବଂ ୧.୫ ମିଲିମିଟର ମୋଟେଇର ଚୁମ୍ବକ ଡାକ୍ତରଙ୍କ ନିକଟରେ ପହଞ୍ଚି ନଥାନ୍ତା, ତେବେ ଶିଶୁର ଓପନ ହାର୍ଟ ସର୍ଜରୀ କରିବାକୁ ପଡ଼ିଥାନ୍ତା । ଡାକ୍ତରୀ ଟିମ୍‌ ସୂତା ଏବଂ ଏକ ରବର ବ୍ୟାଣ୍ଡ ବ୍ୟବହାର କରି ଡିଭାଇସ୍‌ ପ୍ରସ୍ତୁତ କରି ସେଥିରେ ଚୁମ୍ବକ ଇନଷ୍ଟଲ କରିଥିଲେ । ଚୁମ୍ବକକୁ ସତର୍କତାର ସହିତ ନିଶ୍ୱାସ ନେବା ରାସ୍ତାରେ ଭର୍ତ୍ତି କରିଥିଲେ ଏବଂ ଧୀରେ ଧୀରେ ଛୁଞ୍ଚି ଚୁମ୍ବକ ଆଡକୁ ଟାଣି ହୋଇ ବାହାରକୁ ଆସିଥିଲା ।

ଶିଶୁର ଫୁସଫୁସରେ ଛୁଞ୍ଚି କିପରି ଫସି ରହିଥିଲା ତାହା ଜଣା ପଡିନାହିଁ । କିନ୍ତୁ ଡାକ୍ତର ଜୈନ କହିଛନ୍ତି ଯେ ଏପରି ଅନେକ ଘଟଣା ସାମ୍ନାକୁ ଆସିଛି ଯେଉଁଥିରେ ପିଲାମାନେ ଭିନ୍ନ ଭିନ୍ନ ଜିନିଷ ଗିଳି ଦେଇଥାନ୍ତି । ଅପରେସନର କିଛି ଘଣ୍ଟା ପରେ ଶିଶୁଟିକୁ ଡାକ୍ତରଖାନାରୁ ଡିସଚାର୍ଜ କରାଯାଇଥିଲା ।

 

Subhalaxmi Das

Recent Posts

କଙ୍ଗନା ରାଣାଓ୍ଵତଙ୍କୁ ଚଣ୍ଡିଗଡ଼ ବିମାନବନ୍ଦରରେ ମାରିଲେ ଚାପୁଡ଼ା, CISF ଯବାନ ଅଟକ

ଚଣ୍ଡିଗଡ଼ ବିମାନବନ୍ଦରରେ ବିଜେପିର ନବନିର୍ବାଚିତ ସାଂସଦ ତଥା ଅଭିନେତ୍ରୀ କଙ୍ଗନା ରାଣାଓ୍ଵତଙ୍କୁ ଚାପୁଡ଼ା । ଏଭଳି ଅଭିଯୋଗ ଆଣିଛନ୍ତି କଙ୍ଗନା…

6 mins ago

ନବୀନଙ୍କୁ ଝୁରୁଛନ୍ତି ବୃଦ୍ଧବୃଦ୍ଧା, ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ପରେ ବାହୁନି କାନ୍ଦୁଛନ୍ତି ଗାଁ ଲୋକେ

ଭୁବନେଶ୍ୱର : ନବୀନଙ୍କୁ ଝୁରୁଛନ୍ତି ବୃଦ୍ଧବୃଦ୍ଧା ।  ନବୀନଙ୍କ ଶାସନର ପତ୍ତନ ପରେ କାନ୍ଦୁଛନ୍ତି ଲୋକେ ।  ‘ପୁଅ ନପଚାରୁ…

18 mins ago

ଦିଲ୍ଲୀ ତିହାର ଜେଲ୍‌ରେ ଗ୍ୟାଙ୍ଗଓ୍ଵାର୍‌, ଜଣେ କଏଦୀଙ୍କୁ ଛୁରାମାଡ଼

ଦିଲ୍ଲୀର ତିହାର ଜେଲରେ ପୁଣି ଏକ ଗ୍ୟାଙ୍ଗଓ୍ଵାର ଘଟଣା ଘଟିଛି । ଦୁଇ ଗ୍ୟାଙ୍ଗ ମଧ୍ୟରେ ରକ୍ତାକ୍ତ ସଂଘର୍ଷରେ ଜଣେ…

22 mins ago

କାହିଁକି ଗ୍ରୀଷ୍ମ ଅପେକ୍ଷା ଶୀତ ଋତୁରେ ଗଛରୁ ପତ୍ର ଅଧିକ ଝଡିଥାଏ ?

ଆପଣ ନିଶ୍ଚୟ ଧ୍ୟାନ ଦେଇଥିବେ ଯେ ଯେତେବେଳେ ଗ୍ରୀଷ୍ମ ଋତୁ ଆସିଥାଏ, ସେତେବେଳେ ପ୍ରଚଣ୍ଡ ଖରା ହୋଇଥାଏ । ଯାହା…

42 mins ago

ଆଖିର ଲୁହକୁ ଓଠ ତଳେ ଚାପି ରଖି ମୁଖ୍ୟମନ୍ତ୍ରୀଙ୍କୁ ଝୁରୁଛନ୍ତି ସର ନାନୀ

ଝରକା ପାଖରେ ରହି ବାହାରକୁ ଚାହିଁ ଚୁପଚାପ କଣ କିଛି ଚିନ୍ତା କରୁଥିଲେ ସର ନାନୀ l ସର ନାନୀ…

44 mins ago

ମୁମ୍ବାଇ: ଚେମ୍ବୁର ଅଞ୍ଚଳରେ ଏଲ୍‌ପିଜି ସିଲିଣ୍ଡର ବିସ୍ଫୋରଣ, ୯ ଆହତ

ମୁମ୍ବାଇର ଚେମ୍ବୁର ଅଞ୍ଚଳରେ ଏଲ୍‌ପିଜି ସିଲିଣ୍ଡର ବିସ୍ଫୋରଣ ଘଟିଛି । ଏହି ଦୁର୍ଘଟଣାରେ ୯ ଜଣ ଆହତ ହୋଇଛନ୍ତି ।…

52 mins ago