ରାଜ୍ୟ

ନବୀନଙ୍କୁ ଝୁରୁଛନ୍ତି ବୃଦ୍ଧବୃଦ୍ଧା, ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ପରେ ବାହୁନି କାନ୍ଦୁଛନ୍ତି ଗାଁ ଲୋକେ

ଭୁବନେଶ୍ୱର : ନବୀନଙ୍କୁ ଝୁରୁଛନ୍ତି ବୃଦ୍ଧବୃଦ୍ଧା ।  ନବୀନଙ୍କ ଶାସନର ପତ୍ତନ ପରେ କାନ୍ଦୁଛନ୍ତି ଲୋକେ ।  ‘ପୁଅ ନପଚାରୁ ନବୀନ ହିଁ ପୁଅଭଳି ସବୁ ବୁଝୁଥିଲେ’ । ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ପରେ ବାହୁନି କାନ୍ଦୁଛନ୍ତି ଗାଁ ଲୋକେ । ଦେଖନ୍ତୁ ଏହି ଦୃଶ୍ୟ। ମୁଖ୍ୟମନ୍ତ୍ରୀ ପଦରୁ ନବୀନ ପଟ୍ଟନାୟକଙ୍କ ଇସ୍ତଫା  ଗାଁ ଗହଳିର ଲୋକଙ୍କୁ କେତେ ବାଧିଛି । ତାଙ୍କ ପୋଷ୍ଟରକୁ ଲୋକେ ଆଉଁସି କାନ୍ଦୁଛନ୍ତି । ବାହୁନି ବାହୁନି କାନ୍ଦୁଛନ୍ତି। ତାଙ୍କ ଇସ୍ତଫା ଖବର ଖବରକାଗଜରେ ପ୍ରକାଶିତ ହେବା ପରେ ଲୋକେ ଭାଙ୍ଗିପଡିଛନ୍ତି ।

ଗାଁ ଗହଳିରେ ତାଙ୍କୁ ଝୁରି ହେଉଛନ୍ତି ବୃଦ୍ଧ ବୃଦ୍ଧାମାନେ । ନବୀନ ଯୁଗର ଅବସାନ ପରେ କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଗାଁର ବୃଦ୍ଧାମାନେ କାନ୍ଦୁଛନ୍ତି । ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାପରେ ଏମାନଙ୍କ ମଧ୍ୟରେ ଭାଳେଣୀ ପଡିଛି ।

ବାର୍ଦ୍ଧକ୍ୟ ଭତ୍ତା, ହରିଶ୍ଚନ୍ଦ୍ର ଯୋଜନା, ମାଗଣା ରାସନ୍ ,ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ ଯୋଜନାରେ ରୋଗୀ ସେବା, ସ୍ବୟଂ ସହାୟକ ଗୋଷ୍ଠୀମାନଙ୍କୁ ବିନା ସୁଧରେ ଋଣ ଆଦି ଯୋଜନା ଗାଁ ଗହଳିର ଲୋକମାନଙ୍କ ମନ ଜିଣି ନେଇଥିଲା । ସାଧାରଣ ଲୋକମାନେ ଉପକୃତ ହେଉଥିଲେ । ଜନ୍ମକଲା ପୁଅ ନପଚାରୁ ନବୀନ ହିଁ ପୁଅଭଳି ସବୁ ବୁଝୁଥିଲେ । ସେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାପରେ ବାହୁନି ବାହୁନି କାନ୍ଦୁଛନ୍ତି ଗାଁ ଗହଳିର ସାଧାରଣ ଜନତା ।

Niharanjan

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

7 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

8 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

8 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

9 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

10 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

10 hours ago