ଦେଶ ବିଦେଶ

ବିଲ୍‌ ଆସିଲା ୮୦,୦୦୦ ଟଙ୍କା! ଚିନ୍ତାରେ ଉଚ୍ଚ ଶକ୍ତିସମ୍ପନ୍ନ ବିଦ୍ୟୁତ୍‌ ଟାଓ୍ଵାର ଉପରେ ଚଢ଼ିଗଲେ ବ୍ୟକ୍ତି; ଆଉ ତା’ ପରେ…

ବେଳେବେଳେ ଘରର ବିଦ୍ୟୁତ୍‌ ବିଲ୍‌ ଏତେ ଅଧିକ ଆସି ଯାଇଥାଏ ଯେ ଉପଭୋକ୍ତାମାନେ ଆଶ୍ଚର୍ଯ୍ୟ ହୋଇ ଯାଆନ୍ତି। ବିଲ୍‌ କିଭଳି ଭାବେ ଭରଣା କରିବେ, ସେ ନେଇ ଚିନ୍ତିତ ହୋଇ ପଡ଼ନ୍ତି। ମୁଣ୍ଡକୁ କିଛି ବୁଦ୍ଧି ବାଟ ଦିଶି ନ ଥାଏ। ଏବେ ଠିକ୍‌ ଏମିତି ହିଁ ଏକ ଘଟଣା ଘଟିଛି ଉତ୍ତର ପ୍ରଦେଶର କୌଶାମ୍ବି ଜିଲ୍ଲାରେ। ମାମଲାଟି ସରାୟ ଅକିଲ୍‌ ଥାନା ଅଧୀନ ଏକ ଗାଁର ବୋଲି ଜଣାପଡ଼ିଛି।

ମିଳିଥିବା ସୂଚନା ମୁତାବକ, ଏଠାରେ ରବିବାର ଦ୍ୱିପ୍ରହରରେ ହଠାତ୍‌ ଜଣେ ବ୍ୟକ୍ତି ଉଚ୍ଚ ଶକ୍ତିସମ୍ପନ୍ନ ବିଦ୍ୟୁତ୍‌ ଟାଓ୍ଵାର ଉପରେ ଚଢ଼ି ଯାଇଥିଲେ। ଯେତେବେଳେ ଗ୍ରାମବାସୀ ବିଦ୍ୟୁତ୍‌ ଟାଓ୍ଵାର ଉପରେ ବସିଥିବା ଏହି ବ୍ୟକ୍ତିକୁ ଦେଖିବାକୁ ପାଇଥିଲେ, ତ ସମସ୍ତେ ଆତଙ୍କିତ ହୋଇ ପଡ଼ିଥିଲେ।

ବ୍ୟକ୍ତିଙ୍କୁ ବଞ୍ଚାଇବା ପାଇଁ ଗ୍ରାମବାସୀ ତୁରନ୍ତ ଏ ନେଇ ସ୍ଥାନୀୟ ପୋଲିସକୁ ଖବର ଦେଇଥିଲେ। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସଙ୍ଗେ ସଙ୍ଗେ ଜାଲ ବିଛାଇ ବ୍ୟକ୍ତିଙ୍କୁ ଧରିବାକୁ ଚେଷ୍ଟା କରିଥିଲା। ୫ ଘଣ୍ଟାର ଅକ୍ଳାନ୍ତ ପରିଶ୍ରମ ପରେ ବ୍ୟକ୍ତିଙ୍କୁ ଉଦ୍ଧାର କରାଯାଇଥିଲା।

ପୋଲିସ ସୂଚନା ମୁତାବକ, ଅଶୋକ ନିଷାଦ ନାମକ ବ୍ୟକ୍ତି ଘରର ବିଦ୍ୟୁତ୍‌ ବିଲ୍‌କୁ ନେଇ ଚିନ୍ତିତ ଥିଲେ। ଅଧିକ ବିଦ୍ୟୁତ୍‌ ବିଲ୍‌ ଆସିଥିବାରୁ ସେ ହତୋତ୍ସାହ ହୋଇପଡ଼ି ଉଚ୍ଚ ଶକ୍ତିସମ୍ପନ୍ନ ବିଦ୍ୟୁତ୍‌ ଟାଓ୍ଵାର ଉପରେ ଚଢ଼ି ଯାଇଥିଲେ। ବିଦ୍ୟୁତ୍‌ ଅଧିକାରୀଙ୍କ ସହ ବରିଷ୍ଠ ପୋଲିସ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ବୁଝାଇବାକୁ ଅନେକ ଚେଷ୍ଟା କରିଥିଲେ। ଶତଚେଷ୍ଟା ପରେ ତାଙ୍କୁ ସତର୍କତା ପୂର୍ବକ ତଳକୁ ଅଣାଯାଇଥିଲା।

photo: india tv

ଏ ନେଇ ଅଶୋକଙ୍କ ସ୍ତ୍ରୀ କୁହନ୍ତି, ତାଙ୍କ ସ୍ୱାମୀ ବିଦ୍ୟୁତ୍‌ ବିଲ୍‌ ବୃଦ୍ଧିକୁ ନେଇ ଚିନ୍ତାରେ ଥିଲେ। ୮୦,୭୦୦ ଟଙ୍କାର ବିଦ୍ୟୁତ୍‌ ବିଲ୍‌ ଆସିବା ପରେ ଗତ ଦୁଇ ଦିନ ହେବ ସେ ଠିକ୍‌ ଭାବେ ଖିଆପିଆ କରୁ ନ ଥିଲେ। ସ୍ତ୍ରୀଙ୍କ ଅଭିଯୋଗ ମୁତାବକ, ବିଲ୍‌ ଭରଣା କରି ନ ପାରିବାରୁ ତାଙ୍କ ଘରର ବିଦ୍ୟୁତ୍‌ ସଂଯୋଗକୁ ବି କାଟି ଦିଆଯାଇଛି ଏବଂ କେହି ବି ଅଧିକାରୀ ସେମାନଙ୍କ ଗୁହାରୀ ଶୁଣିବାକୁ ପ୍ରସ୍ତୁତ ନାହାନ୍ତି।

ସେ କହିଥିଲେ ଯେ ଯେତେବେଳେ ସେ ବାହାରକୁ ଯାଇଥିଲେ, ସେହି ସମୟରେ ତାଙ୍କ ସ୍ୱାମୀ ଘରୁ ବାହାରି ନିକଟସ୍ଥ ବିଦ୍ୟୁତ୍‌ ଟାଓ୍ଵାର ଉପରେ ଚଢ଼ି ଯାଇଥିଲେ। ଏ ବିଷୟରେ ଖବର ପାଇବା ପରେ ସେ ସଙ୍ଗେ ସଙ୍ଗେ ଘଟଣାସ୍ଥଳକୁ ଦୌଡ଼ିଥିଲେ ଏବଂ ସେଠାରେ ପହଞ୍ଚି ସ୍ୱାମୀଙ୍କୁ ବହୁତ ବୁଝାଇବାକୁ ଚେଷ୍ଟା କରିଥିଲେ। ହେଲେ ତାଙ୍କର କୌଣସି କଥା ସ୍ୱାମୀ ଶୁଣି ନ ଥିଲେ। ପୋଲିସ ବର୍ତ୍ତମାନ ବ୍ୟକ୍ତିଙ୍କୁ ଉଦ୍ଧାର କରିବା ସହ ଘଟଣାର ତଦନ୍ତ ଜାରି ରଖିଛି।

Roshni

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

6 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

7 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

7 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

8 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

9 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

9 hours ago